Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ପ୍ରଥମ ଅଂଶୁଘାତ ମୃତ୍ୟୁ

ଧାମରା ବନ୍ଦରରେ ପ୍ରଥମ ଅଂଶୁଘାତ ମୃତ୍ୟୁ

12

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଧିନସ୍ଥ ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକ ଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି ।ପ୍ରାପ୍ତ ଖବରରୁ ଜଣା ଯାଇଛି ଧାମରା ବନ୍ଦରରେ ଏମଏସ ଅବଦୁଲ କମ୍ପାନୀରେ ସନ୍ଥଚରଣ ଦାସ ଜଣେ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ । ଆଜି ସଂପୃକ୍ତ ଶ୍ରମି଼ିକଙ୍କ ଦେହ ଭଲ ନଥିବା ବେଳେ ସେ ଆଜି ବନ୍ଦର ମଧ୍ୟକୁ କାର୍ଯ୍ୟ କରିବାକୁ ଯିବାକୁ ରାଜି ନଥିଲେ ପରେ ସଂପୃକ୍ତ କମ୍ପାନୀର ମାଲିକ ତାଙ୍କୁ ତୁରନ୍ତ ଆସି କାର୍ଯ୍ୟରେ ଯୋଗ ଦେବାକୁ ବାଧ୍ୟ କରିଥିଲେ । ସେ ସକାଳ ସମୟରେ କାର୍ଯ୍ୟ ସଂପନ୍ନ କରି ଅପରାହ୍ନ ୧୨ଟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ଡିଆଇ ରୋଡରେ ସାଇକେଲରୁ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ପ୍ରଥମେ ଆଦାନୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସନ୍ଥ ଚରଣ ଦାସଙ୍କୁ ଡିପିସିଏଲ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ କରିବାର ସମୟ ନିର୍ଘଂଟ କରିଥିବା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହାକୁ ଉଲଂଘନ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରର ଜଣକୁ ଧାମରା ବନ୍ଦର କମ୍ପାନୀରେ ନିଯୁକ୍ତି ଦେବା ସହ କମ୍ପାନୀ ପକ୍ଷରୁ ଆର୍ଥିକକ୍ଷତି ପୂରଣ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ସଂପୃକ୍ତ ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦେବାକୁ ଧାମରା ବନ୍ଦର କର୍ମଚାରୀ ସଂଘ ଦାବୀ ଜଣାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.