Home ଜିଲ୍ଲା ପରିକ୍ରମା ଜଳଙ୍ଗା ଆଦିବାସୀ ସାହିରେ ସିପିଆଇ(ଏମ୍‌)ର କର୍ମୀ ସମ୍ମିଳନୀ

ଜଳଙ୍ଗା ଆଦିବାସୀ ସାହିରେ ସିପିଆଇ(ଏମ୍‌)ର କର୍ମୀ ସମ୍ମିଳନୀ

10

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳଙ୍ଗା ଆଦିବାସୀ ସାହିରେ ସିପିଆଇ(ଏମ୍‌)ର ଏକ କର୍ମୀ ସମ୍ମିଳନୀ ଆଦିବାସୀ ନେତ୍ରୀ ମାଧୁରୀ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ କ୍ଷମତାରେ ଆସିବା ଦିନରୁ ଚାଷୀ ମୂଲିଆ ଓ ଆଦିବାସୀ ମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ୨୦୦୬ ମସିହା ଜଙ୍ଗଲ ଅଧିକାର ଆଇନ୍‌କୁ ଦୁର୍ବଳ କରି ଆଦିବାସୀମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଏମ୍‌ଏନ୍‌ଆରଇଜିଏସ୍ ରେ ମୋଦି ସରକାର ବ୍ୟୟବରାଦ କମ୍ କରିଛନ୍ତି । ଆଦିବାସୀମାନେ ବର୍ତ୍ତମାନ କାମ ପାଉନାହାଁନ୍ତି । ଆଦିବାସୀମାନଙ୍କୁ କାମର ଅଧିକାର ପାଇଁ ଜାତୀୟ ସଂପତ୍ତି ବିକାଳୀ ବିଜେପି ଓ ତାର ଅଘୋଷିତ ସହଯୋଗୀ ଦଳ ବିଜେଡିକୁ ପରାସ୍ତ କରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବା ଦିଗରେ କାର୍ଯ୍ୟ କରିବାକୁ ଏହି କର୍ମୀ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନୀରେ ସିପିଆଇ(ଏମ୍‌) ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଜିଲା କମିଟି ସଭ୍ୟ ବିକାଶ ନାଥ, ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଜିଲା ସଂପାଦକ ଗିରିଧାରୀ ନାଥ, ସିପିଆଇ(ଏମ୍ ) ନେତା ପୂର୍ଣ୍ଣଚନ୍ଦ୍ର ମାଝୀ, ସୁରେନ୍ଦ୍ର ନାୟକ, ଜୁମାଲ ମୁଣ୍ଡା, ବୃନ୍ଦାବନ ମୁଣ୍ଡା, ମୁନ୍ନା ମୁଣ୍ଡା, ଗଜେନ୍ଦ୍ର ମୁଣ୍ଡା ପ୍ରମୁଖ ଏହି କର୍ମୀ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.