Home ଜିଲ୍ଲା ପରିକ୍ରମା ସାଧାରଣ ନିର୍ବାଚନରେ ପାତର ଅନ୍ତର ନୀତିକୁ ଆଧାର କରି ତୁରନ୍ତ ବଦଳି ଦାବୀ କରି ରାଜ୍ୟ...

ସାଧାରଣ ନିର୍ବାଚନରେ ପାତର ଅନ୍ତର ନୀତିକୁ ଆଧାର କରି ତୁରନ୍ତ ବଦଳି ଦାବୀ କରି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ

17

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ବହୁ କର୍ମଚାରୀ ଦୀର୍ଘ ବର୍ଷ ବର୍ଷ ଧରି ନିଜର ଆସ୍ଥାନ ମାଡି ଧରିଥିବା ବେଳେ ଆଗାମୀ ନିର୍ବାଚନ ସମୟରେ ସେମାନେ ସାଧାରଣ ନିର୍ବାଚନରେ ପାତର ଅନ୍ତର ସୃଷ୍ଟି କରିବାର ସମ୍ଭାବନାକୁ ନେଇ କିଛି ସାମାଜିକ କର୍ମୀ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଚାନ୍ଦବାଲି ବ୍ଲକରେ ରାଜେନ୍ଦ୍ର ପ୍ରସାଦ ଦାସ, ୩ଟି ପଂଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ବ୍ଲକର ସହକାରୀ ବିଡିଓ, ଅତିରିକ୍ତ ଦାୟିତ୍ୱ ବହନ କରି ଆସୁଥିବା ବେଳେ ସେ ଦୀର୍ଘ ୮ବର୍ଷ ହେବ ବ୍ଲକରେ କାର୍ଯ୍ୟରତ । ଭାଟପଡା ଏବଂ ଆରଡି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଶଙ୍ଖୁଆ ଦୀର୍ଘ ୮ବର୍ଷ ହେବ ଏହି ପଂଚାୟତ ଦାୟିତ୍ୱରେ ରହିଆସୁଥିବା ବେଳେ ଖଦାଳପୋଖରୀ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜ କିଶୋର ଦାସ ଦୀର୍ଘ ୬ବର୍ଷ ହେବ ଏହି ପଂଚାୟତ କାର୍ଯ୍ୟରତ । ଏହିପରି ବ୍ଲକରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ପ୍ରଭାତ ବେହେରା ଦୀର୍ଘ ୮ବର୍ଷ, ବିଶ୍ୱଜିତ ଦାସ ଦୀର୍ଘ ୬ବର୍ଷ, ଗୋବିନ୍ଦ ସାମଲ ଦୀର୍ଘ ୧୫ବର୍ଷ ,ଯଦୁ ଟୁଡୁ ଦୀର୍ଘ ୬ବର୍ଷ, କନିଷ୍ଠଯନ୍ତ୍ରୀ ଅମୀୟ ପଲେଇ ଦୀର୍ଘ ୭ବର୍ଷ ,ଷ୍ଟାଲିନ ନାୟକ ବିପିଏମ ,ମାଧପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଦୀର୍ଘ ୧୦ବର୍ଷ ହେବ ,ବବ୍ରୁବାହନ ମଲିକ ତୋଟାପଡା, ଓରାସାହି,କାଣ୍ଡଗରଡି, ବଡଓସ୍ତିଆ ପଂଚାୟତରେ ଦୀର୍ଘ ୧୦ବର୍ଷ ହେବ, ପିଜୁସ କାନ୍ତି ଦାସ କରଞ୍ଜମାଳ, ଜାଗୁଳା ବାଂଶଡା,କଇଥଖୋଲା ପଂଚାୟତର ,ସର୍ବଶ୍ରୀ ନାୟକ ଭାଟପଡା ପଂଚାୟତରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦୀର୍ଘ ୧୩ବର୍ଷ ହେବ ,ମତୋ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳା କାନ୍ତ କର ଦୀର୍ଘ ୧୦ବର୍ଷ ଏବଂ ବର୍ତମାନ କାର୍ଯ୍ୟରତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ ଗୋପିନାଥ ପୁର, ବଜରାପୁର ଏବଂ ପଂଚୁଟିକ୍ରି ପଂଚାୟତରେ ୪ବର୍ଷ ହେବ ଏହି ବ୍ଲକରେ କାର୍ଯ୍ୟରତ ଥିବା ବେଳେ ବହୁ ଅଧିକାରୀଙ୍କ ଘର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ।

ଏଥି ମଧ୍ୟରୁ ବହୁ କାର୍ଯ୍ୟରତ ଅଧିକାରୀ କରୋନା ମହାମାରୀ ପୂର୍ବରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନାକୁ ବାଟମାରଣା କରିବା ସହ ଦଳୀୟ ନିତୀରେ ପାତର ଅନ୍ତର କରି ଆସୁଛନ୍ତି । ସଂପୃକ୍ତ ବ୍ୟକ୍ତି ବିଶେଷ ଦୀର୍ଘଦିନ ହେବ ସ୍ଥାୟୀ ଭାବେ ରହିଆସୁଥିବାରୁ ଉପରିସ୍ଥ ଅଫିସରଙ୍କୁ ପ୍ରଭାବିତ କରିବା ସହ ନିଜ କ୍ଷମତାର ଅପବ୍ୟବହାର ପୂର୍ବକ ସାଧାରଣ ଜନତାଙ୍କୁ ଭୟଭୀତ କରି ଆସୁଛନ୍ତି । ମାନ୍ୟବର ନିର୍ବାଚନ କମିଶନର ଫେବୃଆରୀ ୨୪ ତାରିଖରେ ଇସିଆଇ/ପିଏନ/୧୫/୨୦୨୪ ନିର୍ଦେଶକୁ ସ୍ପଷ୍ଟ ଭାବରେ ଉକ୍ତ କର୍ମଚାରୀ /ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଥାନାନନ୍ତର ତାଲିକାରେ ଉଦ୍ୱେଶ ମୂଳକ ଭାବେ ସଂପୃକ୍ତ କର୍ମଚାରୀଙ୍କ ନାମ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ନାହାନ୍ତି । ଏହାଦ୍ୱାରା ଆଗାମୀ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ଉପରୋକ୍ତ ଅଧିକାରୀ ମାନେ ଚାନ୍ଦବାଲି ଭୋଟର /ଜନସାଧାରଣଙ୍କୁ ପ୍ରଭାବିତ କରିବାର ଆଶାକୁ ଏଡାଇ ଦିଆଯାଇ ନପାରେ । ଏହାକୁ ଦୃଷ୍ଟିରେ ରଖି ଚାନ୍ଦବାଲି ଅଂଚଳର ସଚେତନ ନାଗରିକ ସଙ୍ଗଠନର ଶରତ ସେନାପତି ,ପ୍ରଦ୍ୱୀପ ବାରିକ, ରବିନ୍ଦ୍ର ଦାସ, କୈଳାଶ ସାହୁ, ସୁଶାନ୍ତ ଓଝା, ମୀନାକ୍ଷି ଦାସଙ୍କ ସମେତ ବହୁ ନାଗରିକ ରାଜ୍ୟ ନିର୍ବାଚନ କମୀଶନରଙ୍କ ଦ୍ୱାରସ୍ଥ ହେବା ସହ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ତଦନ୍ତ ଭିତିରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ଜଣାଇଛନ୍ତି । ଏହି ଅଭିଯୋଗ ବାବଦରେ ଚାନ୍ଦବାଲି ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.