Home ଜିଲ୍ଲା ପରିକ୍ରମା ବିସିଏ ବିଭାଗର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ବିସିଏ ବିଭାଗର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

6

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିସିଏ ବିଭାଗର ଏକ ରାଜ୍ୟସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ମେସିନ ଲର୍ଣ୍ଣିଂ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଶୀର୍ଷକରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ପାର୍ଥସାରଥୀ ମିଶ୍ର ଓ କିଟ୍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସୌରଭ କୁମାର ଗିରି ଯୋଗଦେଇ ଦୈନନ୍ଦିନ ଜୀବନରେ ଆଇଓଟିର ପ୍ରଭାବ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସଙ୍କ ସଭାପତିତ୍ୱରେ ବିଭାଗୀୟ ମୁଖ୍ୟ ଡ. ପଦ୍ମନାଭ ପତ୍ରୀ ଅତିଥି ପରିଚୟ ଓ ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ରବିନାରାୟଣ ସେନାପତି, ରଶ୍ମିରେଖା ଦାସ, ରଶ୍ମିରଞ୍ଜନ ସେଠୀ, ରଶ୍ମିପ୍ରଭା ପଣ୍ଡା, ବୀଣାପାଣି ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.