Home ଜିଲ୍ଲା ପରିକ୍ରମା ଧାମରାରେ ଶନି ମନ୍ଦିରର ଜଉମୁଦ ଉତ୍ସବ

ଧାମରାରେ ଶନି ମନ୍ଦିରର ଜଉମୁଦ ଉତ୍ସବ

17

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଭଦ୍ରକ ଜିଲା ଧାମରା ଠାରେ ନବ ନିର୍ମିତ ଶନି ମନ୍ଦିରର ଜଉ ମୁଦ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଧାମରା ମନ୍ଦିର ନିକଟସ୍ଥ ନଦୀ ତଟରୁ ପାଣି ଆଣିବା ପରେ ଘଟସ୍ଥାପନ କରାଯାଇ ଶୁଭାଧିବାସ, ଅଙ୍କୁରୋତ୍ସବ, ଧାନ୍ୟାଧିବାସ, ସୂର୍ଯ୍ୟ ପୂଜା, ଗୋରୁ ପୂଜା କରାଯିବା ପରେ ଅଗ୍ନିସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯାଇଥିଲା । ଶନି ମନ୍ଦିର ର ପ୍ରତିଷ୍ଠା ପୂର୍ବରୁ ମନ୍ଦିରର ଜଉମୁଦ ଉତ୍ସବ ଅବ୍ୟବହିତ ପୂର୍ବରୁ ଧାମରା ଅଂଚଳର ବହୁ ଭକ୍ତଭକ୍ତା ମାନେ ନିଜର ସକ୍ଷମ ଅନୁଯାୟୀ ଧାନ ଚାଉଳ, ଟଙ୍କା ଧାତୁ ଦ୍ରବ୍ୟ ମାନ ନ ଏହି ଉପଲକ୍ଷେ ଦାନ କରିଥିଲେ । ଏହି ସମସ୍ତ ସମ୍ପତି କୁ ନେଇ ଆସ୍ଥାନ ଏବଂ ମନ୍ଦିର ଦଧିନଉତିରେ ଦେଇ ଜଉମୁଦ ଉତ୍ସବ ଶେଷ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟକର୍ତା ଭାବେ ଡା. ଜନ୍ମେଞୟ ବେହେରା, ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ନାୟକ,ଗୌରାଙ୍ଗ ନାୟକ, ,ଖଗେଶ୍ୱର ମାଝୀ, ଶରତ ଦଳେଇ, ବିକ୍ରମ ଦଳେଇ, ଭୈରବ ଦଳେଇ ,ଶୁଭାସ ବେହେରା ,ବିଜୟ କୁମାର ସାହୁ, ଗୋପାଳ ମାଝୀ, ନିତ୍ୟାନନ୍ଦ ବେହେରା,ସୁବୋଧ ନାୟକ ଏବଂ ଧାମରା ଅଂଚଳର ବହୁ ଭକ୍ତଏବଂ ଭକ୍ତା ମାନେ ଏହି ଜଉମୁଦ ଉତ୍ସବରେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.