ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ…

"ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି"

ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ସଂଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ରାତ୍ରୀ ପ୍ରାୟ ୧୦ଟା ସମୟରେ ମମତା ପୁରୀ ଆସି ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଅବସ୍ଥାନ କରିଥିଲେ। ଏଥିପାଇଁ ସର୍କିଟ୍ ହାଉସ ସଂପୂର୍ଣ୍ଣ ସୁରକ୍ଷା ଛାଉଣୀରେ ପରିଣତ ହୋଇଥିଲା। ବୁଧବାର ସଂଧ୍ୟା ପ୍ରାୟ ୫ଟା ୫୦ ମିନିଟ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ସିଂହଦ୍ୱାରରେ ପହଞ୍ଚିଥିଲେ। ସିଂହଦ୍ୱାରର ପ୍ରାୟ ଦେଢ଼ଶହ ମିଟର ପୁର୍ବରୁ ସେ ଗାଡ଼ିରୁ ଓହ୍ଲାଇ ଚାଲିଚାଲି ଆସିଥିଲେ। ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ତଥା ମମତାଙ୍କ କୂଳପଣ୍ଡା ଜଗନ୍ନାଥ ସ୍ୱାଇଁ ମହାପାତ୍ର,…

"ଶ୍ରୀମନ୍ଦିରରେ ଚତୃର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା"

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କର୍ମୀଙ୍କ କଳାପତାକା ପ୍ରଦର୍ଶନ

ପୁରୀ ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନପାଇଁ କରାଯାଇଥିଲା ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ତେବେ ସମସ୍ତ ସୁରକ୍ଷା ବଳୟକୁ ଭେଦକରି ବିଜେପିର ଦୁଇଜଣ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ମମତା ଗୋ ବ୍ୟାକ୍ ସ୍ଲୋଗାନ୍ ଦେଇଥିଲେ। ଶ୍ରୀ ବାନାର୍ଜୀ ସିଂହଦ୍ୱାରର କିଛି ମିଟର ଦୂରରୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ଭିଡ଼ ଭିତରୁ ଦୁଇଜଣ ବିଜେପି ଯୁବ ମୋର୍ଚ୍ଚା କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଥିଲେ। ତେବେ ସଙ୍ଗେ ସଙ୍ଗେ ପୋଲିସ ସେମାନଙ୍କୁ ଟାଣିନେଇଥିଲେ। ଏତିକିରେ ସରିନଥିଲା ବିଜେପିର ମମତାଙ୍କୁ ବିରୋଧ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଅରୁଣସ୍ତମ୍ଭ ନିକଟରେ ମମତା…

"ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କର୍ମୀଙ୍କ କଳାପତାକା ପ୍ରଦର୍ଶନ"

ଗଳା ବାଟରେ ଜୈନିକ ମନ୍ତ୍ରୀଙ୍କ ସର୍ମ୍ପକୀୟ ଓ ଜଣେ ଜିଲାପରିଷଦ ଲୁଟୁଛନ୍ତି ବାର୍ଷିକ କୋଟି କୋଟି ଟଙ୍କା !

ଯାଜପୁର-୨୪-୪ (ଓଡିଆ ପୁଅ/ଅକ୍ଷୟ ରାଉତ) କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଜୈନିକ ମନ୍ତ୍ରୀଙ୍କ ସମ୍ପର୍କୀୟ ଓ ଜଣେ ଜିଲାପରିଷଦ ସଭ୍ୟ ସମେତ ଗାଡ଼ି ସଂଘର କିଛି ପଦାଧିକାରୀ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ଲୁଟ୍ ହେଉଥିବା ଟଙ୍କାରେ ଖଣି ବିଭାଗର କିଛି ପଦାଧିକାରୀ ସମେତ ସ୍ଥାନୀୟ ପ୍ରଶାସନର ବି ସମ୍ପୃକ୍ତି ରହିଥିବା ଆଲେଚନା ହେଉଥିବା ବେଳେ ଏଭଳି ଲୁଟ୍ କୁ ସମସ୍ତେ ପ୍ରୋତ୍ସାହନ ହେଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଓ ଯାଜପୁର ଜିଲାର କିଛି ଶାସକ ଦଳର ତୁଙ୍ଗନେତା ଉକ୍ତ ସଂଘର ପଦାଧିକାରୀ ସାଜି ଗଳା ବାଟରେ…

"ଗଳା ବାଟରେ ଜୈନିକ ମନ୍ତ୍ରୀଙ୍କ ସର୍ମ୍ପକୀୟ ଓ ଜଣେ ଜିଲାପରିଷଦ ଲୁଟୁଛନ୍ତି ବାର୍ଷିକ କୋଟି କୋଟି ଟଙ୍କା !"

ମହାମେଣ୍ଟ ରେ ଭୁମିକମ୍ପ: ଟୁଟୁ-ବାବି ବିଜେପି କୁ ମୁହାଁଉଛନ୍ତି, ପୁରୁଣା କ୍ୟାମ୍ପକୁ ଫେରିବେ ଟିକା, ଚିନ୍ତାଗ୍ରସ୍ତ ବାବୁଲି

ଯାଜପୁର ୨୪-୪ (ଓଡିଆ ପୁଅ/ଅକ୍ଷୟ ରାଉତ) ସୁକିନ୍ଦା ଭଳି ଏକ ଲାଭଦାୟକ ସିଂହାସନର ସ୍ୱାଦ ଚାଖିବା ପାଇଁ ଗତ ବିଧାନସଭା ନିର୍ବାଚନରୁ ସୁକିନ୍ଦାରେ ଏକ ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଥିଲା। ଖଣି ଠିକାଦାର ପ୍ରଦୀପ ବଳ ସାମନ୍ତ ଓରଫ୍ ଟୁଟୁ ଏହାର ମୂଳଦୂଆ ପକାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଖଣି ଠିକାଦାର ମଂଜୁର ଅଲ୍ଲୀ ଓରଫ୍ ଟିକା, ଶ୍ରମିକ ନେତା ସୁରେଶ ହାଇବ୍ରୁ ଓରଫ୍ ବାବୁଲି, କଂଗ୍ରେସରୁ ନିଲମ୍ବିତ ନେତା ତଥା ସୁକିନ୍ଦା କଂଗ୍ରେସର ପୁର୍ବତନ ସଭାପତି ଅମଳେନ୍ଦୁ ବେହୁରା ଓରଫ୍ ବାବି ଏବଂ ଘଡାଇଙ୍କ ଖଣି କମାଣ୍ଡର ସମ୍ରାଟ୍ ଗୁପ୍ତା ମିଳିତ ଭାବେ ଘଡାଇ ପରିବାର ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ। ଏହି…

"ମହାମେଣ୍ଟ ରେ ଭୁମିକମ୍ପ: ଟୁଟୁ-ବାବି ବିଜେପି କୁ ମୁହାଁଉଛନ୍ତି, ପୁରୁଣା କ୍ୟାମ୍ପକୁ ଫେରିବେ ଟିକା, ଚିନ୍ତାଗ୍ରସ୍ତ ବାବୁଲି"

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: – ପ୍ରଥମ ଦିନରେ ଧନ୍ୟବାଦ ଏବଂ ରାଜନୈତିକ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର / ବାରିପଦା, ୨୪/୪ (ଓଡ଼ିଆ ପୁଅ): ଭାରତୀୟ ଜନତା ପାର୍ଟିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦାଠାରେ ହୋଇଛି। ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକାରିଣୀର ପ୍ରଥମ ଦିନରେ ୨ ଟି ପ୍ରସ୍ତାବ ଗୃହିତ ହୋଇଥିଲା। ପ୍ରଥମେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମର୍ଥନ କରିବା ପରେ ଗୃହୀତ ହୋଇଥିଲା। ସେହିପରି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଏବଂ…

"ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: – ପ୍ରଥମ ଦିନରେ ଧନ୍ୟବାଦ ଏବଂ ରାଜନୈତିକ ପ୍ରସ୍ତାବ ଗୃହୀତ"

ଓଡିଆ ଭାଷାରେ ସରକାରି କାର୍ଯ୍ୟପାଇଁ ପ୍ରଶାସନିକ ନଥି ପ୍ରଦାନ: ଓଡିଶା ସଚିବାଳୟ ସ୍ୱୟଂଚାଳିତ କାର୍ଯ୍ୟ ପ୍ରବାହ ପ୍ରକ୍ରିୟାରେ ଓଡିଆଭାଷା ସଂଯୁକ୍ତ

ଭୁବନେଶ୍ୱର ୨୪/୪ (ଓଡ଼ିଆ ପୁଅ) , ଓଡିଶାରେ ଓଡିଆରେ ଶାସନ ବ୍ୟବସ୍ଥା ପ୍ରଚଳନପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ବିଶିଷ୍ଟ ଭାଷାବିତ ତଥା ବିଶାଖପାଟଣା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ଓଡିଆ ଭାଷା ସପ୍ତାହ ପାଳନର ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ସରକାରୀ ନଥି ପ୍ରଦାନ କରି ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର…

"ଓଡିଆ ଭାଷାରେ ସରକାରି କାର୍ଯ୍ୟପାଇଁ ପ୍ରଶାସନିକ ନଥି ପ୍ରଦାନ: ଓଡିଶା ସଚିବାଳୟ ସ୍ୱୟଂଚାଳିତ କାର୍ଯ୍ୟ ପ୍ରବାହ ପ୍ରକ୍ରିୟାରେ ଓଡିଆଭାଷା ସଂଯୁକ୍ତ"

ମମତା ଓଡିଶାକୁ ତୀର୍ଥ ନୁହେଁ ଦଳର କଳା ଟଙ୍କାର ସୁରକ୍ଷା ପାଇଁ କଏଦୀ ସାଂସଦଙ୍କୁ ସାକ୍ଷାତ କରିବାକୁ ଆସିଥିଲେ: ବିଜେପି

–    ମହାମେଂଟ ପାଇଁ ମମତାଙ୍କ ପ୍ରସ୍ତାବରେ ବିଜେଡିର ସକାରାତ୍ମକ ପ୍ରତିକ୍ରିୟା ଓଡିଶାରେ ଗଡ ରକ୍ଷା ପାଇଁ ବିଜେଡିର କଂଗ୍ରେସ ସହ ବୁଝାମଣାର ପୂର୍ବ ସୂଚନା –    କଏଦୀ ସାଂସଦଙ୍କୁ ମମତା ସାକ୍ଷାତ ପାଇଁ ଗଲା ବେଳେ ନବୀନ ବା ବିଜେଡି ପ୍ରତିନିଧି ଉପସ୍ଥିତ ରହିଥିଲେ ଆହୁରି ଭଲ ହୋଇଥାନ୍ତା –    ଉଭୟ ଦଳର ସାଂସଦ ବିଧାୟକ ଚିଟଫଣ୍ଡ ମାମଲାରେ ଜେଲ ବା ବେଲରେ ଥିବାରୁ ଉଭୟ ନବୀନ ଓ ମମତା ଓଡିଆ ଢଗ ତୁ ତ ମୁତୁରୀ ମୁଁ ତ ମୁତୁରୀ ଯୁଗ ଯୁଗରୁ ପ୍ରଚଳିତ ଓଡିଆ ଢଗର ଭାବର ସାର୍ଥକ ରୂପାୟନ ଭୁବନେଶ୍ୱର ୨୪/୪ (ଓଡ଼ିଆ ପୁଅ) : ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା…

"ମମତା ଓଡିଶାକୁ ତୀର୍ଥ ନୁହେଁ ଦଳର କଳା ଟଙ୍କାର ସୁରକ୍ଷା ପାଇଁ କଏଦୀ ସାଂସଦଙ୍କୁ ସାକ୍ଷାତ କରିବାକୁ ଆସିଥିଲେ: ବିଜେପି"

ଲାଲ ବତୀ ପ୍ରତ୍ୟାହାର ନିଷ୍ପତିରେ ତଥାଗତଙ୍କ କଟାକ୍ଷ ଟ୍ୱିଟ ମାମଲା: ନବୀନଙ୍କ ସ୍ୱାଗତ ବେଳେ ତଥାଗତ କଟାକ୍ଷ କରି ନବୀନଙ୍କୁ ପ୍ରକାରାନ୍ତରରେ ସମାଲୋଚନା କରିଛନ୍ତି: ଲେଖାଶ୍ରୀ ସାମନ୍ତ ସିଂହାର

–    ଲାଲବତୀ ସହ ସୁରକ୍ଷା ପ୍ରତ୍ୟାହାର ଦାବି କରି ନବୀନଙ୍କ ଉପରକୁ ଅଣ୍ଡା- ଟମାଟୋ ମାଡ ପାଇଁ ଆଗ୍ରହୀ ତଥାଗତ ଭୁବନେଶ୍ୱର, ୨୧/୪ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ଦ୍ୱାରା ଲାଲବତୀ ପ୍ରତ୍ୟାହାର ପାଇଁ କ୍ୟାବିନେଟ ନିଷ୍ପତିକୁ ବିଜେଡି ସାଂସଦ ତଥାଗତ ସତପଥୀଙ୍କ କଟାକ୍ଷ ତାଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତକୁ ପ୍ରକାରାନ୍ତରେ ସମାଲୋଚନା କରିଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ କହିଛନ୍ତି। ତଥାଗତ ସତପଥୀଙ୍କ ଏହି ଦାୟିତ୍ୱହୀନ ମନ୍ତବ୍ୟ ଲାଲବତୀ ପ୍ରତ୍ୟାହାର ମାମଲାରେ ତାଙ୍କର ନିମ୍ନ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି। ଲାଲବତୀ ସହ ଭିଆଇପି ମାନଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରି ନେବାର ମନ୍ତବ୍ୟ ରଖି…

"ଲାଲ ବତୀ ପ୍ରତ୍ୟାହାର ନିଷ୍ପତିରେ ତଥାଗତଙ୍କ କଟାକ୍ଷ ଟ୍ୱିଟ ମାମଲା: ନବୀନଙ୍କ ସ୍ୱାଗତ ବେଳେ ତଥାଗତ କଟାକ୍ଷ କରି ନବୀନଙ୍କୁ ପ୍ରକାରାନ୍ତରରେ ସମାଲୋଚନା କରିଛନ୍ତି: ଲେଖାଶ୍ରୀ ସାମନ୍ତ ସିଂହାର"

ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କ ସରକାରୀ ଚାକିରିଆ ପତ୍ନୀ ଓ ଠିକାଦାର ବାପା ମନରେଗା ହିତାଧିକାରୀ ଭାବେ ଅର୍ଥ ନେବା ଗରୀବ ଓଡିଆଙ୍କ ହକ୍ ର ହଡପ : ବିଜେପି

– ରାନ୍ଧାରୀ ପରିବାରର ଉଦାହରଣ ଦୁର୍ନୀତି ସାଗର ବେଳାଭୂମିର ଗରଡାଏ ବାଲି – ରାନ୍ଧାରୀଙ୍କ ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଧାୟକ ପଦରୁ ବହିଷ୍କାର ଦାବି – ସରକାରୀ ଚାକିରୀରେ ଥିବା ପତ୍ନୀ ଉର୍ମିଳା ରାନ୍ଧାରୀଙ୍କୁ ଚାକିରୀରୁ ବହିଷ୍କାର ଓ ଗିରଫ କରାଯାଉ – ଗରୀବଙ୍କ ହକ୍ ହଡପକାରୀଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ଭୁବନେଶ୍ୱର, ୨୪/୪ (ଓଡ଼ିଆ ପୁଅ): ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଗରୀବଙ୍କ ହକ୍ କୁ ହଡପ କରି ଦଳୀୟ ଆଧାରରେ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ ଓ ତାଙ୍କର ସହଯୋଗୀ ମାନଙ୍କୁ ଯୋଗାଇ ଦେବାର ସବୁଠୁ ଜ୍ୱଳନ୍ତ ପ୍ରମାଣର ପର୍ଦାଫାସ ହୋଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

"ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କ ସରକାରୀ ଚାକିରିଆ ପତ୍ନୀ ଓ ଠିକାଦାର ବାପା ମନରେଗା ହିତାଧିକାରୀ ଭାବେ ଅର୍ଥ ନେବା ଗରୀବ ଓଡିଆଙ୍କ ହକ୍ ର ହଡପ : ବିଜେପି"