Home Top News ଆହା କି ସୁନ୍ଦର ରାଜନୀତି: ବିଜେଡି ସଭ୍ୟ ବିଜେପି ସଭାପତି !

ଆହା କି ସୁନ୍ଦର ରାଜନୀତି: ବିଜେଡି ସଭ୍ୟ ବିଜେପି ସଭାପତି !

58

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ୨୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ ଏବେ ଭଦ୍ରକ ଜିଲ୍ଲା ବିଜେପି ସଭାପତି। ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେଡି ଟିକଟରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ଜିତିଥିବାରୁ ଏବଂ ଏହାପରେ ବିଜେପିରେ ଯୋଗଦେଇ ବିଜେଡିକୁ ଇସ୍ତଫା ପତ୍ର ପଠାଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇ ନଥିବାରୁ ତାଙ୍କୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ, ବିଜେପି ଜିଲ୍ଲା ସଭାପତି ବୋଲି କୁହାଯାଇ ପାରେ। ପୂର୍ବତନ ବିଧାୟକ ତଥା ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ଯୁଗଳ କିଶୋର ପଟ୍ଟନାୟକ ପରବର୍ତ୍ତୀ ମୁହୂର୍ତ୍ତରେ ଆସି ବିଜେଡିରେ ଯୋଗ ଦେଇ ୨୦୦୯ ଏବଂ ୨୦୧୪ରେ ବିଜେଡିରୁ ଟିକେଟ ପାଇ ହୋଇଥିଲେ ବିଧାୟକ। ତେବେ ଏହାପରେ ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ଦେଲା ନାହିଁ। ଏହା ମଧ୍ୟ ସେ ପୂର୍ବରୁ ଜାଣି ପାରି ତାଙ୍କ ପୁଅ ଅସିତ (ବୁଲୁ) ପଟ୍ଟନାୟକଙ୍କ ପାଇଁ ଟିକେଟ ଲବି କରୁଥିଲେ। ତେବେ ତାହା ମଧ୍ୟ ହେଲା ନାହିଁ। ଯୁବନେତା ସଞ୍ଜୀବ କୁମାର ମଲ୍ଲିକଙ୍କୁ ମିଳିଲା ଟିକେଟ। ଏହାକୁ ନେଇ ବୁଲୁ ପଟ୍ଟନାୟକ ଅସନ୍ତୁଷ୍ଟ ହୋଇଥିଲେ ମଧ୍ୟ ତାଙ୍କ ଅସନ୍ତୋଷକୁ ଭିନ୍ନ ଉପାୟରେ ପ୍ରଶମିତ କରାଇଦେଲା ଦଳ। କିନ୍ତୁ, ଦଳର ଏହି ନିଷ୍ପତିକୁ ହଜମ କରିନପାରି ଦଳର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ ଦଳ ଛାଡ଼ି ସମର୍ଥକଙ୍କ ସହ ବିଜେପିରେ ମିଶିଗଲେ ଏବଂ ଆଜି ସେ ବିଜେପି ଭଦ୍ରକ ଜିଲ୍ଲା ସଭାପତି। ତେବେ, ବିଜେପିରେ ହେମନ୍ତ (କାଳିଆ) ପାଢ଼ୀ ସେପରି ସକ୍ରିୟ ଥିଲା ପରି ଅନୁଭବ ହେଉ ନାହାଁନ୍ତି। ଆଜି ଏଣେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରାଯାଇ ଥିବା ଥାନା ଘେରାଓ କାର୍ଯ୍ୟକ୍ରମରେ ହାତ ଗଣତି କିଛି କର୍ମୀଙ୍କ ସହିତ ଗତ ନିର୍ବାଚନରେ ପାର୍ଥି ହୋଇଥିବା ପ୍ରଦୀପ ନାୟକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ତେଣେ ବ୍ରହ୍ମପୁର ସେବା ସମବାୟ ସମିତି ଅଧିନସ୍ତ ସମସ୍ତ ଚାଷୀ ମାନଙ୍କର ହକ୍ ପାଇଁ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ ହେମନ୍ତ ପାଢ଼ୀ। ସତେ ଯେପରି ବାଧ୍ୟବାଧକତାରେ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକରେ ସାମିଲ ହେଉଛନ୍ତି। କିନ୍ତୁ, ଦଳ ପାଇଁ, ଦଳକୁ ଗୁରୁତ୍ୱ ଦେଇ ନିଜ ପକ୍ଷରୁ ସେପରି ସକ୍ରିୟ ହୋଇ କାମ କରିବା ପରି ଅନୁଭବ ହେଉ ନାହାଁନ୍ତି ହେମନ୍ତ ପାଢ଼ୀ। ବିଜେପିରେ ଥିଲେ ମଧ୍ୟ ସତେ ଯେପରି ତାଙ୍କର ବିଜେଡି ମୋହ ତୁଟି ନଥିବା ପରି ଅନୁଭବ ହେଉଛି। ବୁଲୁ ପଟ୍ଟନାୟକଙ୍କ ସହିତ ଏବେ ବି ହେମନ୍ତ ପାଢ଼ୀଙ୍କ ନିବିଡ଼ ସଂପର୍କ ରହିଛି। ବୁଲୁ ପଟ୍ଟନାୟକ ହିଁ ତାଙ୍କୁ ବିଜେପିକୁ ପଠାଇଛନ୍ତି ଏବଂ ବୁଲୁ ପଟ୍ଟନାୟକଙ୍କ ଡମି ଭାବରେ ହେମନ୍ତ ପାଢ଼ୀ ବିଜେପିରେ କାମ କରୁଥିବା କୁହାଯାଉଛି। ଆଗାମୀ ନିର୍ବାଚନ ପାଇଁ ବୁଲୁ ପଟ୍ଟନାୟକ ବିଜେଡି ଟିକେଟ ଆଶାରେ ଅଛନ୍ତି। ଯଦି ସେପରି ହୁଏ, ତେବେ ହେମନ୍ତ ପାଢ଼ୀଙ୍କ ଘର ବାହୁଡ଼ା ହୋଇଯିବା ନିଶ୍ଚିତ ବୋଲି କୁହାଯାଉଛି। ଆଉ ବିଜେଡିରେ ଯଦି ରଣନୀତି ଫେଲ୍ ହୋଇଯାଏ, ତେବେ ବୁଲୁ ପଟ୍ଟନାୟକ ହେମନ୍ତ ପାଢ଼ୀଙ୍କ ମାଧ୍ୟମରେ ବିଜେପି ଭିତରେ ଗେମ୍ ଖେଳିବା ଯୋଜନାରେ ଅଛନ୍ତି ବୋଲି ଆଲୋଚନା ହେଉଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.