Home Top News ମାହାଙ୍ଗା ଡବଲ ମର୍ଡର ଘଟଣା : ୪ ଗିରଫ, ମାରଣାସ୍ତ୍ର ଜବତ

ମାହାଙ୍ଗା ଡବଲ ମର୍ଡର ଘଟଣା : ୪ ଗିରଫ, ମାରଣାସ୍ତ୍ର ଜବତ

42

କଟକ ୫-୧ (ଓଡ଼ିଆ ପୁଅ) : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। କଟକ ଗ୍ରାମାଞ୍ଚଳ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ଅଭିଯୁକ୍ତମାନଙ୍କୁ ପୋଲିସ୍ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ପରେ ଅଭିଯୁକ୍ତମାନଙ୍କୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ୍। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ପୁଲିସ୍ ଜବତ କରିଥିବା ଜଣାପଡ଼ିଛି। ଏ ନେଇ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କୁ ଗିରଫ କରାଯିବା ସହ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟଯେ, ଶନିବାରଦିନ ରାତିରେ ବିଜେପି ନେତା କୁଳମଣି ବରାଳ ତାଙ୍କ ସହଯୋଗୀଙ୍କ ସହ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏହା ପରେ କୁଳମଣିଙ୍କର ହସ୍ପିଟାଲ ଯିବା ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ସହଯୋଗୀଙ୍କର ଚିକିତ୍ସାବସ୍ଥାରେ ମୃତ୍ୟୁ ହୋଇଥିଲା।

ଏହି ଘଟଣାର ତଦନ୍ତ କରୁଛି କଟକ ଗ୍ରାମାଞ୍ଚଳ ପୁଲିସର ପ‌ାଞ୍ଚ ଜଣିଆ ଟିମ୍‌। ଘଟଣାସ୍ଥଳରୁ ବଡ଼ ଖଣ୍ତା ପୋଲିସ୍ ଜବତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.