Home Top News ଜଷ୍ଟିସ୍ ଫର୍ ପରୀ: ଜାନୁୟାରୀ ୫ ରୁ ୧୨ ଦୀପଦାନ; ୧୨ ରୁ ୧୫ ଜିଲ୍ଲା...

ଜଷ୍ଟିସ୍ ଫର୍ ପରୀ: ଜାନୁୟାରୀ ୫ ରୁ ୧୨ ଦୀପଦାନ; ୧୨ ରୁ ୧୫ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ ମହିଳା ମୋର୍ଚ୍ଚା

35

ଭୁବନେଶ୍ୱର: ପରୀ ପାଇଁ ନ୍ୟାୟ ଦାବୀରେ ଜାନୁୟାରୀ ୫ରୁ ୧୨ ପର୍ଯ୍ୟନ୍ତ ଗାଁ’ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରିବା ସହ ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏ’ ନେଇ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ବିଜେଡି ଶାସନରେ ୫ ରୁ ୭୫ ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନାହାଁନ୍ତି। ନୟାଗଡ଼ର ୫ ବର୍ଷର ଝିଅ ପରୀକୁ ଅପହରଣ ଓ ହତ୍ୟା ଏବଂ ବିଗତ ୨ ଦିନ ତଳେ ବିଜେପି ନେତା କୁଳମଣି ବରାଳଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି। ବିଜେଡି ଏଠି ରକ୍ତମୁଖା ସାଜିଛି। ଅନ୍ୟପଟେ ପିଲା ଚୋରି ଏବଂ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ବିଜେଡିର ନେତା ମାନେ ପୋତ୍ସାହନ ଦେଉଛନ୍ତି। ଏହା ଫଳରେ ରାଜ୍ୟରୁ ଗତ ୨ ବର୍ଷରେ ରାଜ୍ୟରୁ ୫୫୦୦ ଶିଶୁ ଏବଂ ବିଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଯଦୁପୁରର ୫ ବର୍ଷ ପରୀ ହତ୍ୟାକାଣ୍ଡରେ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ଜଣେ ନାବାଳକକୁ ସାବାଳକ କରି ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଏସଆଇଟି ସରକାରଙ୍କ ନିର୍ଦ୍ଦେଶରେ ତଦନ୍ତ କରିଥିଲା। ବିଜେପି ପକ୍ଷରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ରାଜ୍ୟ ସରକାର ନୀରବ ରହି ପରୀକୁ ନ୍ୟାୟ ଦେବା ବଦଳରେ ବିଜେଡି ନେତାଙ୍କୁ ସୁରକ୍ଷା ଦେଲେ। ଏହାର ପ୍ରତିବାଦରେ ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ’ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବା ସହ ସାଧାରଣ ଲୋକଙ୍କ ଘରେ ପହଞ୍ଚି ସରକାରଙ୍କ ଅପାରଗତା ସଂପର୍କରେ ଅବଗତ କରାଯିବ। ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ସ୍ମୃତି  ପଟ୍ଟନାୟକ କହିଛନ୍ତି ଯେ, ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରଙ୍କ କଥାକୁ କହିଛନ୍ତି। ପରୀ ସହ ଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡ଼ିବନି ବୋଲି ବିଧାନସଭା ଗୃହରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଫରେନସିକ ରିପୋର୍ଟ ଆଧାରରେ କହିଥିଲେ। କିନ୍ତୁ ଏସଆଇଟି ମୁଖ୍ୟ ଆଉ ଏକ ନୂଆ ଫରେନସିକ ରିପୋର୍ଟ ତିଆରି କରି ପରୀ ସହ ଦୁଷ୍କର୍ମ ହୋଇଛି ବୋଲି କହିଲେ। ସେହିପରି ୧୫ ଦିନ ଭିତରେ ବ୍ରୋଥା ବାବୁ ଏହି କେସକୁ ସମାଧାନ କରିଦେବେ ବୋଲିି କହିଥିଲେ। ବିଗତ ୧ମାସ ୭ ଦିନ ଭିତରେ ମାନ୍ୟବର ହାଇକୋର୍ଟ ମଧ୍ୟ ଦୁଇ ଦୁଇ ଥର ବୋଥ୍ରା ବାବୁଙ୍କୁ ଭର୍ତ୍ସନା କରିବା ସହ ଏସଆଇଟି ଟିମକୁ ଭର୍ତ୍ସନା ମଧ୍ୟ କରିସାରିଲାଣି। ଗିରଫ ହୋଇଥିବା ସରୋଜ ସେଠୀ ଚିତ୍କାର କରି କହୁଛି ଯେ ମୁଁ କୌଣସି ଭୁଲ କରିନାହିଁ ଏବଂ ଯେଉଁ ଫରେନ୍ସିକ୍ ରିପୋର୍ଟ ଆସି ପହଁଚିଲା ସେଥିରେ ତିନୋଟି କଥା ଆସିଛି କମଳା, ନାଲି ଆଉ ଧଳା ରଙ୍ଗର ଛିଟ ଥିବା ଫ୍ରକ୍‌ର ନମୁନା। ଗୋଟିଏ ତାର ଓ ଅଖାର ନମୁନାରେ ଫରେନ୍ସିକ୍ ରିପୋର୍ଟ କହିଲା ଯେ ଏଥିରେ ସିମେନ୍ସ ନାହିଁ। ବୋଥ୍ରା ବାବୁ କହିଲେ ଯେ ସରୋଜ ସେଠୀ ପରୀକୁ ମାରି ଦେଲା ପରେ ତା’ ସହ ଦୁଷ୍କର୍ମ କରିଛି। କିନ୍ତୁ ଫରେନ୍ସିକ ରିପୋର୍ଟ କହୁଛି ଯେ ଏହି କଥାରେ ଏହାର କୌଣସି ସାମଞ୍ଜସ୍ୟ ନାହିଁ। ବ୍ରୋଥା ବାବୁ ପରୀ ହତ୍ୟା ସଂପର୍କରେ ଯେଉଁଠି ଜାଣିପାରିଲେ ସେଠି ପୋଲିସ ଓ ସନ୍ଧାନୀ କୁକୁର କେମିତି ପରୀର ଶବକୁ ଚିହ୍ନଟ କରିପାରିଲା ନାହିଁ ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ମୃତା ପରୀର ଅଙ୍ଗପ୍ରତ୍ୟଙ୍ଗ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପର୍କୀୟଙ୍କ ଦେହରେ ଲାଗିଛିି। ପରୀକୁ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ପ୍ରତି ଗାଁ’ରେ ଆନ୍ଦୋଳନ କରାଯିବ। ୫ରୁ ୧୨ ତାରିଖ ଭିତରେ ବିଜେପି ପ୍ରତ୍ୟେକ ପଞ୍ଚାୟତ ଗ୍ରାମଦେବୀଙ୍କ ପାଖରେ ଦୀପ ଲଗାଇବ। ଏ’ ସରକାର ପିଲା ଚୋରି ସରକାର ବୋଲି ବିଜେପିର କାର୍ଯ୍ୟକର୍ତ୍ତା ପ୍ରତି ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବେ। ଓଡ଼ିଶାର ସମସ୍ତ ପଞ୍ଚାୟତ, ମୁନିସପାଲଟି, ଏନଏସିି ଏବଂ ୱାର୍ଡ ସବୁ ସ୍ଥାନରେ ଶିଶୁ ନିଖୋଜ ଘଟଣାରେ ସରକାରଙ୍କ ଅପରାଗତା ସଂପର୍କରେ ବିଜେପି ଲୋକଙ୍କୁ କରାଇବା ସହ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ରାଜ୍ୟ ମିଡିଆ ସଂଯୋଜକ ସୁଜିତ ଦାସ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.