Home Top News ଦଳିତ ଛାତ୍ର ବୃତ୍ତି ଟ୪.୯୩ ପଇସା ଦେଇ ପ୍ରଧାନମନ୍ତ୍ରୀ ଦଳିତଙ୍କୁ ଭୂଆଁ ନ ବୁଲାନ୍ତୁ ମାସିକ...

ଦଳିତ ଛାତ୍ର ବୃତ୍ତି ଟ୪.୯୩ ପଇସା ଦେଇ ପ୍ରଧାନମନ୍ତ୍ରୀ ଦଳିତଙ୍କୁ ଭୂଆଁ ନ ବୁଲାନ୍ତୁ ମାସିକ ସର୍ବନିମ୍ନ ଏକ ହଜାର ଦିଅନ୍ତୁ – ନିରଞ୍ଜନ ପଟ୍ଟନାୟକ

68

ଭୁବନେଶ୍ୱର ୫/୧ (ଓଡ଼ିଆ ପୁଅ) -ଗତ ୨୪-୧୨-୨୦୨୦ ରିଖ ଦିନ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ ନିଷ୍ପତି ହୋଇଛି। ୨୩ ଡିସେମ୍ବର ଅନୁଷ୍ଠିତ କ୍ୟାବିନେଟ୍ ନିଷ୍ପତି ବାବଦରେ ଗଣମାଧ୍ୟମରେ ପ୍ରମୁଖ ଭାବରେ ଏ ବାବଦରେ ଖବର ପ୍ରସାରିତ ଓ ପ୍ରକାଶିତ ହୋଇଛି। ମାତ୍ର ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ “ପର୍ବତର ମୂଷିକ ପ୍ରସବ” ଏବଂ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦାରିଦ୍ର‌୍ୟ ପ୍ରତି ଉପହାସ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମର ଶୀର୍ଷକ କିମ୍ବା ହେଡ୍‌ଲାଇନ୍‌ରୁ ଯେ କେହି ଠକିଯିବେ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବେ। କିନ୍ତୁ ତାହା ଭିତରକୁ ଗଲେ, ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କର ଦଳିତ ବିରୋଧୀ ଅସଲ ଚେହେରା ପ୍ରକାଶ ପାଉଛି। କେନ୍ଦ୍ରୀୟ ନିଷ୍ପତି ଅନୁସାରେ ଜଣେ ଦଳିତ ଛାତ୍ର ଦୈନିକ ମାତ୍ର ଟ୪. ୯୩ପଇସା (ଚାରି ଟଙ୍କା ତେଇଆନବେ ପଇସା) ଅର୍ଥାତ୍ ଚାହା କପ୍ ଟିଏ କିମ୍ବା ଆଳୁଚପ୍ ଟିଏର ଦାମ୍ ପାଂଚ ଟଙ୍କାରୁ କମ୍ ପାଇବ। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ଅନୁସାରେ ପାଂଚ ବର୍ଷରେ ୫୯ ହଜାର କୋଟି ଟଙ୍କା ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ଖର୍ଚ୍ଚ ହେବ। ଏହା କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ ହିସାବରେ ଧାର‌୍ୟ୍ୟ ହୋଇଛି। ଅର୍ଥାତ୍ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫, ୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ। ଏହାକୁ ହିସାବ କଲେ ବାର୍ଷିକ ୭, ୧୦୬ କୋଟି ଅର୍ଥାତ୍ ଜଣେ ଦଳିତ ଛାତ୍ର ବା ଛାତ୍ରୀ ବାବଦରେ ବାର୍ଷିକ ୧୭୭୭ (ଏକ ହଜାର ସାତ ଶହ ସତସ୍ତରୀ) ଟଙ୍କା ପାଇବେ। ଅର୍ଥାତ୍ ମାସିକ ୧୪୮ ଟଙ୍କା ବା ଦୈନିକ ଟ୪.୯୩ ପଇସା ପାଇବେ। ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆହୁରି ମଧ୍ୟ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ। ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ ବାର ହଜାର ଟଙ୍କା ନିଜସ୍ୱ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। କେବଳ ଦଳିତ ଛାତ୍ର ବୃତ୍ତି ନୁହେଁ, ମୋଦି ସରକାର ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରୀବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବୃତି ସର୍ବନିମ୍ନ ମାସିକ ଏକ ହଜାର ଟଙ୍କା ହିସାବରେ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.