Home Top News ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ଦେହାନ୍ତ

25

ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ଦେହାନ୍ତ ହୋଇଛି।
ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି।

ସେ ଆଜି ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଟା ସିଂ ଶିଖ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ। ସେ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ବୁଟା ସିଂ ବିହାରର ରାଜ୍ୟପାଳ ମଧ୍ୟ ଥିଲେ।

ବୁଟାସିଂଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଚ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତିଯେ, “ଶ୍ରୀ ବୁଟା ସିଂ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ତଥା ପ୍ରଭାବଶାଳୀ ସ୍ୱର ଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.