Home Top News ନୂଆ ବର୍ଷରେ ରାଜ୍ୟକୁ ମୁଖ୍ୟମନ୍ତ୍ରୀଙ୍କର ନୂଆ ଭେଟି – ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ

ନୂଆ ବର୍ଷରେ ରାଜ୍ୟକୁ ମୁଖ୍ୟମନ୍ତ୍ରୀଙ୍କର ନୂଆ ଭେଟି – ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ

76

ଭୁବନେଶ୍ୱର ୧-୧ (ଓଡ଼ିଆ ପୁଅ) ନୂଆ ବର୍ଷରେ ରାଜ୍ୟକୁ ମୁଖ୍ୟମନ୍ତ୍ରୀଙ୍କର ନୂଆ ଭେଟି। ଆଉ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେଂନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ଏହାକୁ ସବୁଜ ପତାକା ଦେଖାଇଛନ୍ତି।

ଏହି ଆମ୍ବୁଲାନ୍ସ ଗୁଡ଼ିକ ରାଜ୍ୟର ସମସ୍ତ କୋଣ ଅନୁକୋଣରେ ସେବା କରିବ। ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ସରକାର ପ୍ରତିଶୃତିବଦ୍ଧ। ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ହସ୍ପିଟାଲ କାର୍ଯ୍ୟରେ ପୂର୍ବରୁ ଏକ ଉଲ୍ଲେଖନୀୟ ଉନ୍ନତି ଘଟିଥିବା କଥା କହି ଚିକିତ୍ସା ସେବା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରୋଗୀ ଏବଂ ସମ୍ପର୍କୀୟଙ୍କୁ ସହାନୁଭୂତି ସହ ପରିଚାଳନା କରିବା ପାଇଁ ସେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ତାଲିମ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆମ୍ବୁଲାନ୍ସ ସେବାର ସେବା ପାରାମିଟରଗୁଡିକର ତୀବ୍ର ମନିଟରିଂ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏସିଏସ୍ ସ୍ୱାସ୍ଥ୍ୟ ଶ୍ରୀ ପି.କେ ମହାପାତ୍ର ଆମ୍ବୁଲାନ୍ସ ସେବା ବିଷୟରେ ସୂଚନା ଦେଇଥିଲେ। ୫T ର ସଚିବ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଡିସି ଶ୍ରୀ ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.