ମହାଦେଇପୁଟ କେବିକେ ସେବାଶ୍ରମରେ ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରିବାକୁ ଗ୍ରାମବାସୀଙ୍କ ଦାବି 

କୋରାପୁଟ ; ତା୦୫-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟଠାରେ ଥିବା କେବିକେ ସେବାଶ୍ରମରେ ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରିବାକୁ ଗ୍ରାମବାସୀମାନେ ଦାବି କରିଥିବା ବେଳେ ଏକ ଦାବିପତ୍ର ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ ।ଉକ୍ତ ସେବାଶ୍ରମରେ ୧ମରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ସେବାଶ୍ରମ ପରିଚାଳନା କମିଟିର ଅଧ୍ୟକ୍ଷ ସୂଯର୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।ଜଣେ ନିୟମିତ ଶିକ୍ଷୟତ୍ରୀ ରୀନା କୁମାରୀ ରହି ପାଢପଠା ଓ ହଷ୍ଟେଲ କାମ କରିବା କଷ୍ଠକର ହେଉଥିବା ସେ ପ୍ରକାଶ କରିଥିଲେ ।ହଷ୍ଟେଲରେ ୪୦ ଜଣ ପିଲା ରହୁଥିବା ସେ…

"ମହାଦେଇପୁଟ କେବିକେ ସେବାଶ୍ରମରେ ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରିବାକୁ ଗ୍ରାମବାସୀଙ୍କ ଦାବି "

ଶୁଙ୍ଗି ବିସ୍ପୋରଣ ଘଟଣାରେ ଜଡିତ ଅଭିଯୋଗରେ ହାଡକୋର ମାଓବାଦୀ ଗିରଫ

କୋରାପୁଟ ୦୫/୦୭ (ଓଡିଆପୁଅ/ରଂଜନ କୁମାର ଦାସ) ଶୁଙ୍ଗି ବିସ୍ପୋରଣ ଘଟଣାରେ ଜଡିତ ଅଭିଯୋଗରେ ଜଣେ ହାଡକୋର ମାଓବାଦୀ ମାଦାବି ବାଣ୍ଡିକୁ ଆଜି ଗିରଫ କରାଯାଇ କୋରାପୁଟ ଏସଡିଜିଏମ କୋର୍ଟରେ କ୍ରାଇମ ବ୍ରାଂଚ ହାଜର କରିଥିଲେ ବୋଲି ଜଣାପଡିଛି। ଛତିଶଗଡର କାଂଟାର ପାଲିଂପାଲି ଗ୍ରାମର ହାଡକୋର ମାଓବାଦୀ ମାଦାବି ବାଣ୍ଡିକୁ କ୍ରାଇମ ବ୍ରାଂଚ ପଟ୍ଟାଙ୍ଗୀ ଅଂଚଲରୁ ଗିରଫ କରି କୋର୍ଟ ଆଣିଥିଲେ ଓ ଜାମିନ ଆବେଦନ କରାଯାଇ ନ ଥିବାରୁ ଜେଲକୁ ପଠାଯାଇଥଲା ବୋଲି ସରକାରୀ ଓକିଲ ପ୍ରମୋଦ କୁମାର ପାଢୀ ପ୍ରକାଶ କରିଥିଲେ। ମାଦାବି ନାଁ ରେ ୧୨ ଟି କେସ ରହିଥିବା ସେ ସୂଚନା ଦେଇଥିଲେ। କ୍ରାଇମ ବ୍ରାଂଚ ଡିଏସପି ପ୍ରଶାନ୍ତ କୁମାର ମିଶ୍ରଙ୍କ…

"ଶୁଙ୍ଗି ବିସ୍ପୋରଣ ଘଟଣାରେ ଜଡିତ ଅଭିଯୋଗରେ ହାଡକୋର ମାଓବାଦୀ ଗିରଫ"

ଶାବର ଶ୍ରୀକ୍ଷେତ୍ରରେ ପ୍ରାୟ ୧୦ ହଜାର ଭକ୍ତକୁଂ ସୁନାବେଶରେ ଦର୍ଶନ ଦେଲେ ଠାକୁର ଜଗନ୍ନାଥଙ୍କ ସହ ଭାଇ ଓ ଭଉଣୀ 

କୋରାପୁଟ ;ତା୦୪-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଶାବର ଶ୍ରୀକ୍ଷେତ୍ରରେ ପ୍ରାୟ ୧୦ ହଜାର ଭକ୍ତକୁଂ ମହାପ୍ରଭୁ ଜଗନ୍ନାଥକଂ ସହ ଭାଇ ବଳଭଦ୍ର ଓ ଭଉଣୀ ସୁନାବେଶରେ ଦର୍ଶନ ଦେଇଥିବା ଜଣାପଡିଛି ।ନିତି ଅନୁସାରେ ସଂଧ୍ୟା ଧୂପ ସରିବା ପରେ ଅଧାରପଣା ଭୋଗ ହେବା ପରେ ଅଧାରପଣା ମାଟିହାଣ୍ଡକୁ ପୂଜକମାନେ ଭାଂଗିଦେଇଥିଲେ ।କାଳିଆଠାକୁରକଂ ନିକଟରେ ଧୂପ ଲଗାଇବାକୁ ଭକ୍ତମାନେ ରଥ ନିକଟରେ ଭିଡ ଜମାଇଥିଲେ ।ଜିଲ୍ଲା ସଂସ୍କୃତିି ବିଭାଗଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ଜଗନ୍ନାଥ ମନ୍ଦିର ପରିଚାଳନା…

"ଶାବର ଶ୍ରୀକ୍ଷେତ୍ରରେ ପ୍ରାୟ ୧୦ ହଜାର ଭକ୍ତକୁଂ ସୁନାବେଶରେ ଦର୍ଶନ ଦେଲେ ଠାକୁର ଜଗନ୍ନାଥଙ୍କ ସହ ଭାଇ ଓ ଭଉଣୀ "

ମେଣ୍ଢା ମୃତ୍ୟୁ ଘଟଣା ପୁନଃ ତଦନ୍ତ କରିବାକୁ ଡିଏଫଓଙ୍କ ପ୍ରତିଶୃତି

କୋରାପୁଟ ୦୪/୦୭/୧୭ (ଓଡିଆ ପୁଅ/ରଂଜନ କୁମାର ଦାସ) ଚଳିତ ବର୍ଷ ଫେବୃଆରୀ ମାସ ୨୪ ତାରିଖ ରାତିରେ ସେମିଲିଗୁଡା ବ୍ଲକ ତଳ ମାନିଆ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ଜଣକର ୧୮ଟି ମେଣ୍ଢା ମୃତ୍ୟୁ ଘଟଣାର ପୁନଃ ତଦନ୍ତ କରାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସହାୟତା କରିବେ ବୋଲି କୋରାପୁଟ ବନଖଣ୍ଡ ଅଧିକାରୀ ପି.ଆର୍ଥେନାରୀ ପ୍ରତିଶୃତି ଦେଇଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୨୪ ତାରିଖ ରାତିରେ ତଳମାନିଆ ଗ୍ରାମର ପୁରୁଷୋତମ ମାଳିଙ୍କ ଗୁହାଳରେ କୌଣସି ଅଜଣା ଜନ୍ତୁ ଆକ୍ରମଣ କରି ୧୮ଟି ମେଣ୍ଢା ମାରି ଦେଇଥିଲା। ମୃତ ମେଣ୍ଢା ଗୁଡିକର ପେଟ,ଗୋଡ,ବେକରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସେହି ସମୟରେ ପୁରୁଷୋତମ ସେମିଲିଗୁଡା ରେଂଜ ଅଧିକାରୀ,କୋରାପୁଟ…

"ମେଣ୍ଢା ମୃତ୍ୟୁ ଘଟଣା ପୁନଃ ତଦନ୍ତ କରିବାକୁ ଡିଏଫଓଙ୍କ ପ୍ରତିଶୃତି"

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି ଭାରତ ସରକାରଙ୍କ ଦ୍ଵାରା ଅରୋଭିଲ ପ୍ରତିଷ୍ଠାନ ର Governing Boardର ସଦସ୍ୟ ଭାବେ ମୋନୋନିତ

କୋରାପୁଟ ୪/୭ (ଓଡ଼ିଆ ପୁଅ/ରଂଜନ ଦାସ) କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟର କୁଳପତି ପ୍ର.ସଚ୍ଚିଦାନନ୍ଦ ମହାନ୍ତି, ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟ ଦ୍ଵାରା ଅରୋଭିଲ ପ୍ରତିଷ୍ଠାନ ର Governing Board ର ସଦସ୍ୟ ଭାବେ ମୋନୋନିତ ହୋଇଛନ୍ତି। ଅରୋଭିଲ ପ୍ରତିଷ୍ଠାନ ନିୟମ ୧୯୮୮ ଅନୁଯାଇ ୨୯.୦୬.୨୦୧୭ ଠାରୁ ତାଙ୍କ କାର୍ଯ୍ୟକାଳ ୪ ବର୍ଷ ନିମନ୍ତେ ରହିବ। ପ୍ର. ମହାନ୍ତି ଅନ୍ତର୍ଜାତିକ ସ୍ତରରେ ଜଣେ ଶିକ୍ଷାବିତ ଭାବେ ସୁପରିଚିତ। ସେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ ଇଂରାଜୀ ବିଭାଗର ପ୍ରୋଫେସର ଭାବେ କାର୍ଯ୍ୟରତ ଥିଲାବେଳ ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟର କୁଳପତି ଭାବେ deputation ରେ ଆସି କାର୍ଯ୍ୟ ଭାର ତୁଲାଉଛନ୍ତି। ସେ ଇଂରାଜୀ…

"କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, କୋରାପୁଟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି ଭାରତ ସରକାରଙ୍କ ଦ୍ଵାରା ଅରୋଭିଲ ପ୍ରତିଷ୍ଠାନ ର Governing Boardର ସଦସ୍ୟ ଭାବେ ମୋନୋନିତ"

ବିପଦଜନ୍ନକ ଅବସ୍ଥାରେ ଟୋକେଇରେ ବୁହା ହୋଇ ରୋଗୀ ନଦୀପାର ହେଲେ ;୧୦୨ ଆମ୍ବୁଲାନସ ନ ଆସିବାରୁ ଅଟୋଭଡା କରି କୋରାପୁଟ ଆସିଲେ

କୋରାପୁଟ ୪/୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ସରକାର ରାଜ୍ୟରେ ବିକାଶ ହୋଇଛି ବୋଲି ପ୍ରଚାର କରୁଥିବା ବେଳେ କୋରାପୁଟ ଜିଲ୍ଲାରେ କେତେ ବିକାଶ ହୋଇଛି ତାହା ଜଣେ ମହିଳା ରୋଗୀ ବିପଦଜନ୍ନକ ଅବସ୍ଥାରେ ନଦୀ ପାର ହୋଇ ବିନା ଆମ୍ବୁଲାନସରେ କୋରାପୁଟ ସଦର ଡାକ୍ତରଖାନାକୁ ଆସିବା ସ୍ପଷ୍ଟ ଅନୁମେୟ ବୋଲି ଚର୍ଚ୍ଚା ହେଉଛି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ରାଉତପୁଟ ଗ୍ରାମର ସୁମିତ୍ରା ଟାକ୍ରୀ ଗତ ୨୨ ତାରିଖରେ ପ୍ରସୂତି ନିମନ୍ତେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିଲେ।୨୬ ତାରିଖଦିନ ସର୍ଜରୀ କରାଯାଇ ପ୍ରସବ କରାଯିବା ପରେ ସେ ଘରକୁ ଚାଲିଯାଇଥିଲେ। ଗତକାଲି ସିଲେଇ ଖୋଲିଯାଇଥିବାରୁ ସ୍ୱାସ୍ଥ୍ୟ ଖରାପ ହେବାରୁ କୋରାପୁଟ ଡାକ୍ତରଖାନକୁ ଆଣିବାକୁ…

"ବିପଦଜନ୍ନକ ଅବସ୍ଥାରେ ଟୋକେଇରେ ବୁହା ହୋଇ ରୋଗୀ ନଦୀପାର ହେଲେ ;୧୦୨ ଆମ୍ବୁଲାନସ ନ ଆସିବାରୁ ଅଟୋଭଡା କରି କୋରାପୁଟ ଆସିଲେ"

ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ସହ ଶେଷ

କୋରାପୁଟ ; ତା୦୩-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ଶେଷ ହୋଇଥିବା ଜଣାପଡିଛି ।ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରେ ପୂଜାଅର୍ଜନା କରିବା ପରେ ପୂବାହ୍ନ ୯ ଘ . ସମୟରେ ଠାକୁରମାନକଂର ଗୋଟି ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ପୂଜାଅର୍ଜନା ବେଳେ ଅତିରିକ୍ତ ଏସପି ଭି .ଆର.ରାଓ କର୍ତାଭାବେ ଯୋଗଦେଇଥିବା ବେଳେ ଏସପି ଡାକ୍ତର କନଓାର ବିଶାଳ ସିଂ ଉପସ୍ଥିତ ଥିଲେ । ରଙ୍ଗବାଲିକୁମ୍ଭାର ଦାସି ନାୟକ ଛେରାପହଂରା କରିବା ପରେ ଅପାରହ୍ନ ୨ଘ .୪୫ ମିନିଟ ସମୟରେ ରଥ ଟଣା ଆରମ୍ଭ କରାଯାଇଥିଲା ।କୋରାପୁଟ ଟାଉନ ଥାନା ଅଧିକାରୀଙ୍କ ବାସଭବନ ହେଉଛି କାଳିଆ ଠାକୁରଙ୍କ ମାଉସୀ ମା ଘର…

"ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ସହ ଶେଷ"

କେନ୍ଦ୍ରୀୟ ବିଶ୍ୱବିଦ୍ୟାଲୟର ପ୍ରବେଶିକା ପରୀକ୍ଷା ଶେଷ – ୮ ତାରିଖରେ ଫଳ ପ୍ରକାଶ ପାଇବ

କୋରାପୁଟ ୦୨-୦୭-୧୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନାମଲେଖା ନିମନ୍ତେ ଜୁଲାଇ ମାସ ୧ ଓ ୨ ତାରିଖଦିନ ୨୨ ଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିବା ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, କେଉଁଝର, କୋରାପୁଟ, ରାଉଲକେଲା, ସମ୍ବଲପୁର, ସୁନାବେଡା ଓ କଲକତା ସହରର ୨୨ ଟି କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଖଂଳା ସହ ଶେଷ ହୋଇଯାଇଛି। ଆସନ୍ତା ୮ ତାରିଖ ଦିନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇବ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟରେ ପରୀକ୍ଷାର୍ଥିମାନେ ସେମାନଙ୍କର ଫଳ ଜାଣିପାରିବେ ବୋଲି…

"କେନ୍ଦ୍ରୀୟ ବିଶ୍ୱବିଦ୍ୟାଲୟର ପ୍ରବେଶିକା ପରୀକ୍ଷା ଶେଷ – ୮ ତାରିଖରେ ଫଳ ପ୍ରକାଶ ପାଇବ"

ବାଡାମଗୁଡା ଛାତ୍ରମୃତ୍ୟୁ ଘଟଣା ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଟାନ ନେବାକୁ ନିଦେ୍ର୍ଦଶ 

କୋରାପୁଟ ; ତା୦୧-୦୭-୧୭(ଅମି) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଡାମଗୁଡା ସେବାଶ୍ରମର ଜଣେ ଛାତ୍ର ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝି । କୋରାପୁଟ ଜିଲ୍ଲା ଗସ୍ତରେ ଆସି ପହଂଚିବାପରେ ଏହି ଖବର ଶୁଣିବା ପରେ ମନ୍ତ୍ରୀ ଶ୍ରୀ ମାଝି କ୍ଷୋଭ ପ୍ରକାଶ କରିବା ସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନରେ ସେବାଶ୍ରମର ୩ ୟ ଶ୍ରେଣୀ ଛାତ୍ର ବଲୁ ମୁଦୁଲୁ ଜ୍ୱରରେ ଗୁରୁତରଭାବେ ପୀଡିତ ହୋଇ କୋରାପୁଟ…

"ବାଡାମଗୁଡା ଛାତ୍ରମୃତ୍ୟୁ ଘଟଣା ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଟାନ ନେବାକୁ ନିଦେ୍ର୍ଦଶ "

ମନ୍ତ୍ରୀ ରମେଶ ମାଝିଙ୍କ ଗସ୍ତ ସେମିଲିଗୁଡା କଲେଜରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୨ଟି ସ୍କୁଲ ପରିଦର୍ଶନ

କୋରାପୁଟ;ତା୦୧-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟ ଅନୁସୂଚୀତ ଜାତି ଏବଂ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କୋରାପୁଟ ଜିଲା ଗସ୍ତରେ ଆସି ସେମିଲିଗୁଡା ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଛାତ୍ର ସଂସଦର ପରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜର ଏକ କୋଠା ଏବଂ କମ୍ପ୍ୟୁଟର ଲେବରେଟରୀର ଉଦଘାଟନ କରିବା ପରେ ମନ୍ତ୍ରୀ ଶ୍ରୀ ମାଝି ଛାତ୍ର ସଂସଦର ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଥିଲେ । ଜ୍ଞାନ ହିଁ ମଣିଷର ପ୍ରକୃତ ପରିଚୟ ଦେଇଥାଏ ,ତେଣୁ ଛାତ୍ରଛାତ୍ରୀ ଉଚଶିକ୍ଷା ଲାଭ କରି ନିଜର ଭବିଷ୍ୟତ ଗଠନ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ସେହିପରି…

"ମନ୍ତ୍ରୀ ରମେଶ ମାଝିଙ୍କ ଗସ୍ତ ସେମିଲିଗୁଡା କଲେଜରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୨ଟି ସ୍କୁଲ ପରିଦର୍ଶନ"