Home କୋରାପୁଟ ମୃତ ବ୍ୟବସାୟୀଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କଲେ ପଟ୍ଟାଙ୍ଗୀର ଯୁବଗୋଷ୍ଠୀ

ମୃତ ବ୍ୟବସାୟୀଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କଲେ ପଟ୍ଟାଙ୍ଗୀର ଯୁବଗୋଷ୍ଠୀ

58

କୋରାପୁଟ ୩୦-୦୫(ଓଡିଆ ପୁଅ /ରଂଜନ ଦାସ)ଗଞାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଗୋପୀନାଥପୁର ଗ୍ରାମର ଉଦୟନାଥ ସାହୁ ଓ ଶାନ୍ତିଲତା ସାହୁଙ୍କ ପୁତ୍ର କରମଣି ସାହୁ  ଜୀବିକା ନିମନ୍ତେ ସ୍ତ୍ରୀ ବାସନ୍ତି ସାହୁ ଓ ପୁଅ ରାଜେଶ ସାହୁକୁ ନେଇ ଦେଢବର୍ଷ ପୂର୍ବେ ପଟ୍ଟାଙ୍ଗୀ ଆସିଥିଲେ ।ପଟ୍ଟାଙ୍ଗୀରେ ଠେଲାରେ ଫାଷ୍ଟଫୁଡ ଦୋକାନ କରିବା ସହ ଘରେ ମିକ୍ସଚର  ବିକ୍ରୀ କରି ପରିବାର ଚଳାଉଥିଲେ ।ଗତ ୧୪ ତାରିଖରେ କରମଣି କରୋନାରେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଶନିବାର ଦିନ କରମଣିଙ୍କ ମୃତ୍ୟ ହୋଇଥିଲା ଓ ରବିବାର ଦିନ କୋରାପୁଟଠାରେ କୋଭିଡ ଗାଇଡଲାଇନ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା ।ପଟ୍ଟାଙ୍ଗୀର ହରିଶ ବେହେରା ,ସୁଶାନ୍ତ କୁମାର ଡାକୁଆ ,ଅଜିତ ଚୈାଧୁରୀ ,କିଶୋର ଚୈାଧୁରୀ ,ମନୋଜ ଦାସ ,ଚନ୍ଦ୍ରଶେଖର ଚୈାଧୁରୀ ,ବିଜୟ ଖିଲ ପ୍ରମୁଖ ଯୁବଗୋଷ୍ଠୀ ଗ୍ରାମବାସୀଙ୍କଠାରୁ ୩୦ ହଜାର ଟଙ୍କା ଅର୍ଥ ଆଦାୟ କରି ମୃତ କରମଣିଙ୍କ ପତ୍ନୀ ବାସନ୍ତୀ ସାହୁଙ୍କୁ ପ୍ରଦାନ କରିଥିଲେ ।ଏକମାତ୍ର ରୋଜଗାରକ୍ଷମ ପୁତ୍ରର ମୃତ୍ୟୁରେ ପରିବାର ଭାଙ୍ଗି ପଡିଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ଜୀବନଜୀବିକା ଓ ମୃତ କରମଣିଙ୍କ ପୁତ୍ରର ପାଠପଢାରେ ସହଯୋଗ କରିବାକୁ ସାଧଶାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.