Home କୋରାପୁଟ କୋରାପୁଟ ନଗର ବିଜେପି ପକ୍ଷରୁ ସେବା ଦିବସ ପାଳିତ

କୋରାପୁଟ ନଗର ବିଜେପି ପକ୍ଷରୁ ସେବା ଦିବସ ପାଳିତ

65

କୋରାପୁଟ  ୩୧-୦୫(ଓଡିଆ ପୁଅ /ରଂଜନ ଦାସ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ପୂର୍ତି ଅବସରରେ  କୋରାପୁଟ ନଗର ବିଜେପି ପକ୍ଷରୁ ସେବା ଦିବସ ପାଳିତ ହୋଇଯାଇଛି ।କରୋନା ଲକଡାଉନ ସମୟରେ ବସ ଚଲାଚଳ ବନ୍ଦ ରହିଥିବାରୁ କୁଲିମାନେଙ୍କ ରୋଜଗାର ବନ୍ଦ ହୋଇଥିବାରୁ ନଗର ବିଜେପି ପକ୍ଷରୁ ସେମାନଙ୍କୁ  ସେବା ଦିବସ ଅବସରରେ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥି ତ୍ରୀପୁରାରୀ ଗରଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ନଗର ବିଜେପି ସଭାପତି ବିଜୟ କୁମାର ଦଳେଇ , କୋରାପୁଟ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମିଶ୍ର ,ଜିଲ୍ଲା ସଂପାଦିକା ଡି.ଶ୍ରୀଦେବୀ , ବରିଷ୍ଠ ସଦସ୍ୟ  ଡି.ରାମା ରାଓ , ଆଇନଜିବୀ ଅଶ୍ୱନୀ ପଟନମାୟକ , ନଗର ବିଜେପି ସଂପାଦକ ଅମରେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ବସଷ୍ଟାଣ୍ଡରେ ଥିବା ୩୦ ଜଣ କୁଲିଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.