Home କୋରାପୁଟ          କୋରାପୁଟ ଜିଲ୍ଲାରେ୧୯୮ ଜଣ କରୋନା ପଜିଟିଭ ଚିହ୍ନଟ

         କୋରାପୁଟ ଜିଲ୍ଲାରେ୧୯୮ ଜଣ କରୋନା ପଜିଟିଭ ଚିହ୍ନଟ

36

କୋରାପୁଟ ୩୧-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ସୋମବାର ଦିନ  ୮୭ଜଣ ମହିଳାଙ୍କ ସମେତ  ୧୯୮ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୪୯୯୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୧୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୪ , ସୁନାବେଡା ପୌରାଂଚଳରୁ ୭ ଏବଂ କୋଟପାଡ ଏନଏସିରୁ   ୯ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ସର୍ବାଧିକ ୨୯,ଦଶମନ୍ତପୁର ବ୍ଲକରୁ ୭,ଜୟପୁର ବ୍ଲକରୁ ୧୦  ଓ କୋରାପୁଟ ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୨୧,କୁନ୍ଦୁରା ବ୍ଲକରୁ ୨୮,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୬,ନନ୍ଦପୁର ବ୍ଲକରୁ ୮,ନାରାୟଣପାଟଣା ବ୍ଲକରୁ  ୫,ପଟ୍ଟାଙ୍ଗୀ ବ୍ଲକରୁ ୬  ଏବଂ  ସେମିଲିଗୁଡା  ବ୍ଲକରୁ  ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୩୦  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮୬  ହଜାର ୨୫୪  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୩୧ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୨୬୦୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୫୨ ଟି ସକ୍ରୀୟ କେସ ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.