Home କୋରାପୁଟ କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମରେ ଶୋକସଭା

କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମରେ ଶୋକସଭା

61

କୋରାପୁଟ ୨୮-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଏଲିଟ ଇନଡୋର ଷ୍ଟାଡିୟମର ଉପସଭାପତି କାଳୀ ନାୟକଙ୍କ ବିୟୋଗରେ ଇନଡୋର ଷ୍ଟାଡିୟମ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ସଭାପତି ଅଶ୍ୱିନୀ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ସ୍ୱର୍ଗତ କାଳୀ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଭ୍ୟମାନେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।ଶୋକସଭାରେ ସଂପାଦକ  ଜି.ବିଜୟ କୁମାର ରାଓ ,ଆଇନ ଉପଦେଷ୍ଟା ସଂଜିବ କୁମାର ଜେନା ,ଆଇନଜିବୀ ବିଘ୍ନରାଜ ବେହେରା ,ବରିଷ୍ଠ ସଭ୍ୟ ବି.ଏସ.ପ୍ରସାଦ ,କୃଷ୍ଣଚନ୍ଦ୍ର ମହାପାତ୍ର , ବିଜୟ ମାଝି,ଗୋଲକ ସାହୁ ,ତ୍ରୀନାଥ ପାତିକା ,ସନ୍ତୋଷ କୁମାର ସାହୁ ,ପ୍ରମୋଦ ଖୋସଲା ,କ୍ରାନ୍ତି ପଟନାୟକ ,ତୋଫାନ ସାହୁ ,ଗୁରୁପଦ ପାଣିଙ୍କ ସହ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.