Home କୋରାପୁଟ   କୋରାପୁଟ ଜିଲ୍ଲାରେ ୨୧୫ଜଣ କରୋନା ପଜିଟିଭ ଚିହ୍ନଟ

  କୋରାପୁଟ ଜିଲ୍ଲାରେ ୨୧୫ଜଣ କରୋନା ପଜିଟିଭ ଚିହ୍ନଟ

46

କୋରାପୁଟ ୩୦-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରବିବାର ଦିନ  ୭୯ଜଣ ମହିଳାଙ୍କ ସମେତ  ୨୧୫ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୪୭୯୯ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୧୨ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୩୯ , ସୁନାବେଡା ପୌରାଂଚଳରୁ ୧୨ ଏବଂ କୋଟପାଡ ଏନଏସିରୁ   ୫ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୈପାରିଗୁଡା ବ୍ଲକରୁ ୭,ବୋରିଗୁମ୍ମା ବ୍ଲକରୁ ସର୍ବାଧିକ ୪୯,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୮  ଓ କୋରାପୁଟ ବ୍ଲକରୁ ୧୫ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୩,କୁନ୍ଦୁରା ବ୍ଲକରୁ ୧୮,ଲମତାପୁଟ ବ୍ଲକରୁ ୯,ଲକ୍ଷ୍ମୀପୁର ବ୍ଲକରୁ ୫,ନନ୍ଦପୁର ବ୍ଲକରୁ୫,ନାରାୟଣପାଟଣା ବ୍ଲକରୁ  ୭ ଏବଂ  ସେମିଲିଗୁଡା  ବ୍ଲକରୁ  ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୯  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮୬  ହଜାର ୨୫୪  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୩୦   ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୨୩୮୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୬୯ ଟି ସକ୍ରୀୟ କେଶ୍‌  ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.