Home କୋରାପୁଟ କୋଟପାଡ ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

କୋଟପାଡ ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

49

କୋରାପୁଟ ୩୧-୦୫(ଓଡିଆ ପୁଅ /ରଂଜନ ଦାସ) କୋଟପାଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଉମା ଶଙ୍କର ସେଠୀ ଆଜି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି ।ଏଥିପୂର୍ବରୁ ସେ ଗୋପାଳପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।କୋଟପାଡରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟଙ୍କୁ ବଦଳି କରାଯାଇଛି । ସେ ଆଜି ନୂତନ ଅଧିକାରୀ ଶ୍ରୀ ସେଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।କୋଟପାଡ ଏନଏସିକୁ  ସଂଫୂର୍ଣ୍ଣ ବାହ୍ୟ ମଳମୁକ୍ତ କରିବାରେ  ଶ୍ରୀ  ସାମାନ୍ତରାୟଙ୍କ ଅବଦାନ ରହିଥିବା ବେଳେ  ସ୍ୱଛ ସର୍ବେକ୍ଷଣରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କୋଟପାଡ ଏନଏସି ପ୍ରଥମ ସ୍ଥାନ  ପାଇଥିଲା ।କୋଟପାଡ ଏନଏସିର ସୈାନ୍ଦର୍ଯ୍ୟକରଣରେ ମଧ୍ୟ ଶ୍ରୀ ସାମାନ୍ତରାୟଙ୍କ କାର୍ଯ୍ୟକାଳ ମଧ୍ୟରେ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.