Home କୋରାପୁଟ କୋରାପୁଟ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ...

କୋରାପୁଟ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

40

କୋରାପୁଟ ୩୧-୦୫(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର ଦିନ  କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରଠାରେ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିବା ସହ  ନୂତନ ଭାବେ କୋଭିଡ ହସ୍ପିଟାଲ ରୂପେ ଆରମ୍ଭ ହେବାକୁ ଥିବା ଗ୍ଲୋକାଲ ହସପୁିଟାଲ ପରିଦର୍ଶନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲିକେପ୍ଟର ଯୋଗେ ଆସି ଜୟପୁର ଏୟାର ଷ୍ଟ୍ରୀପରେ ଅବତରଣ କରିବା ପରେ  ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତର,ଏସପି ବରୁଣ ଗୁଣ୍ଠାପାଲି ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ  ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା,ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ,ଜୟପୁର ତହସିଲଦାର ପ୍ରଧାନ ଟୁଲି ଆମ୍ମା ପ୍ରମୁଖ  ସ୍ୱାଗତ କରିଥିଲେ । ଏୟାରଷ୍ଟ୍ରୀପରୁ ମୁଖ୍ୟ ସଚିବ ଗ୍ଲୋକାଲ ହସପିଟାଲ ପରିଦର୍ଶନ କରିଥିଲେ ।ନବରଂଗପୁର ଓ କୋରାପୁଟ ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଘରୋଇ ହସ୍ପିଟାଲ ଗ୍ଲୋକାଲରେ କୋଭିଡ ଚିକିତ୍ସା କରା ଯିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।ଗ୍ଲୋକାଲ ହସପିଟାଲରେ ଆରମ୍ଭ ହେବାକୁ ଥିବା ୯୪ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲରେ ୭୦ ଟି ଅକ୍ସିଜେନ ଜଡିତ ଓ ୨୪ ଟି ଆଇସିୟୁ  ଏବଂ ୩ଟି ଭେଟିଂଲେଟର  ବ୍ୟବସ୍ଥା ଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ କରୋନା ପଜିଟିଭ ହାର ୨୦ ପ୍ରତିଶତରୁ ହ୍ରାସ ପାଇ ୧୩ ପ୍ରତିଶତ ରହିଥିବା ସେ ପ୍ରକାଶ କରିଛନ୍ତି ।ଜିଲ୍ଲାରେ କରୋନା ନିୟନ୍ତ୍ରଣ ରହିଥିବା ସେ  ସୂଚନା ଦେଇଛନ୍ତି ।୧୮ ବର୍ଷରୁ ୪୪ ବର୍ଷ ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ୨୦ ହଜାର ଡୋଜ ଟୀକା ପଠାଯାଇଥିଲା ।ଏହାକୁ କୋରାପୁଟ ସହରରେ  ଜିଲ୍ଲା ପ୍ରଶାସନ ଉତମ ଭାବେ ଟୀକାକରଣ ପରିଚାଳନା କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।ଜୟପୁର ଟାଉନରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଥିବା ବ୍ୟକ୍ତିମାନଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ସେ ଅଶ୍ୱାସନା ଦେଇଥିଲେ  ା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ  ଏବଂ କୋରାପୁଟ ଜିଲ୍ଲା ସଦର ମହକୁମାରେ ଅକ୍ସିଜେନ ପ୍ଲାଂଟ ନିମନ୍ତେ ମଂଜୁର ମିଳିସାରିଛି ୩ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ସଚିବ ଶ୍ରୂୀ ମହାପାତ୍ର ସୂଚନା ଦେଇଛନ୍ତି ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସେପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରୋଗୀ ଆବଶ୍ୟକତା ଅନୁସାରେ ଗ୍ଲୋକାଲ ହସପିଟାଲ ଖୋଲିବା ଜରୁରୀ ରହିଛି ଖୁବଶୀଘ୍ର ଜୟପୁର ପାଇଁ ଦୁଇଟି ଏୟାର ଆମ୍ବୁଲାନସ ଦେବାକୁ ସେ ଦାବି ରଖିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ଦୁଇଦିନ ଭିତରେ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହେବ  ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.