Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆପେକ୍ଷିକ ଗ୍ରେଡିଂ ମାର୍କର ସଂଯମତା  ଶୀର୍ଷକ ଅନଲାଇନ କର୍ମଶାଳା

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆପେକ୍ଷିକ ଗ୍ରେଡିଂ ମାର୍କର ସଂଯମତା  ଶୀର୍ଷକ ଅନଲାଇନ କର୍ମଶାଳା

93

କୋରାପୁଟ ୩୦-୦୫(ଓଡିଆ ପୁଅ / ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ପାଇଁ ଆପେକ୍ଷିକ ଗ୍ରେଡିଂ ମାର୍କର ସଂଯମତା ଶୀର୍ଷକ ଏକ ଅନଲାଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ କର୍ମଶାଳାକୁ ଉଦଘାଟନ କରି  ସଂଯମତାର ସାରାଂଶ ବିଷୟରେ ଉଲ୍ଲେଖ କରି ଏହା ମୁଲ୍ୟାୟଙ୍କନ କାର୍ଯ୍ୟରେ ଅଖଣ୍ଡତା ସୁନିଶ୍ଚିତ କରିବାରେ ଏକ  ଅତ୍ୟାବଶ୍ୟକ ଅଂଶ ବୋଲି ପ୍ରକାଶ କରିଥିଲେ । ଆପେକ୍ଷିକ ଗ୍ରେଡିଂ କାହାକୁ ବିଚାର କରିବା ନିମନ୍ତେ ଏକ ଉତମ ମାଧ୍ୟମ ଏବଂ ସଂଯମତା ହେଉଛି ଏକ ପ୍ରକ୍ରୀୟା ଯାହା ନିଶ୍ଚିତ କରେ ଯେ ଏକ ମୁଲ୍ୟାଙ୍କନ ଫଳାଫଳ ଯଥାର୍ଥ ଏବଂ ନିର୍ଭରଯୋଗ୍ୟ ବୋଲି ସୂଚନା ଦେଇଥିଲେ ।ହାଇଦ୍ରାବାଦ ବିଶ୍ୱବିଦୟାଳୟର ସେଂଟର ଫର ହେଲଥ ସାଇକୋଲୋଜିର ବିଶିଷ୍ଟ ପ୍ରଫେସର ମୀନା ହରିହରନ ଯୋଗଦେଇ ଆପେକ୍ଷକ ଗ୍ରେଡିଂକୁ ଅପ୍ଟିମାଇଜ କରିବା ପାଇଁ ସଂଯମତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସେଂଟର ଫର ହେଲଥ ସାଇକୋଲୋଜିର ଡ.ମୀରା ପାଢୀ ଏବଂ  ଡ.ସି.ଭି.ଉଷାଙ୍କ କର୍ମାଶାଳାରେ ଯୋଗଦେଇ ଆପେକ୍ଷକ ଗ୍ରେଡିଂ ମାର୍କ ର ସଂଯମତା ଉପରେ ଆଲୋକପାତ କରିଥିଲେ ।ଡ.ରମେନ୍ଦ୍ର କୁମାର ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଡ. ରାମ ଶଙ୍କରଧନ୍ୟବାଦ ଅର୍ପଣ କରିଥିଲେ ।ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.