ବିବାହ ବେଳେ ନାବାଳିକାକୁ ଉଦ୍ଧାର କଲା ପୋଲିସ, ବର ଗିରଫ

ଯାଜପୁର, ୧୧/୦୭ (ଓଡିଆ ପୁଅ/ମାନସ ରାଉତ)-ବଡ଼ଚଣା ଥାନା ବାଉଂଶପୁଟ ଗ୍ରାମରୁ ଗତ ଜୁନ ୨୯ ତାରିଖ ଦିନ ନବମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟା ନାବାଳିକାକୁ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଛଅ ଗାଁ ଗ୍ରାମର ସୁରେନ୍ଦ୍ର ରାଉତଙ୍କ ପୁଅ ବିବେକ ରାଉତ ଅପହରଣ କରିନେଇଥିଲା। ଜଣେ ନାବାଳିକାକୁ ଅପହରଣ କରିନେଇ ତାର ପ୍ରେମିକ ବେଦୀରେ ବସି ବଳ ପୂର୍ବକ ନିଜ ଘରେ ବିବାହ କରୁଥିବା ବେଳେ ବଡ଼ଚଣା ପୋଲିସ୍ ସେଠାରେ ପହଞ୍ଚି ମଙ୍ଗଳବାର ଦିନ ବରକୁ ଗିରଫ କରିବା ସଙ୍ଗେ ସଙ୍ଗେ ନାବାଳିକାକୁ ଉଦ୍ଧାର କରିଛି। ଦୀର୍ଘ ୧୧ ଦିନ ଧରି ନାବାଳିକାଙ୍କୁ ଯୁବକ ଜଣକ ଅପହରଣ କରିନେଇ କେଉଁଠାରେ ଲୁଚାଇ ରଖିଥିଲା।…

"ବିବାହ ବେଳେ ନାବାଳିକାକୁ ଉଦ୍ଧାର କଲା ପୋଲିସ, ବର ଗିରଫ"

ଚଣ୍ଡିଖୋଲରେ ଟିଟୋ ଲିଙ୍କ୍: ରୁବି ମୋଟର୍ରସ୍ ଉପରେ କ୍ରାଇମବ୍ରାଂଚର ଚଢାଉ, ୨ ହାଇୱା ଜବତ

ଯାଜପୁର, ୧୧/୦୭ (ଓଡିଆ ପୁଅ/ମାନସ ରାଉତ)- ଚଣ୍ଡିଖୋଲରେ ଗ୍ୟାଙ୍ଗ ଷ୍ଟାର ଟିଟୋର ଏନାକାଉଂଟର କରି ଗିରଫ କରିବା ପରେ ଏସଟିଏଫ ଟିମ୍ ରିମାଣ୍ଡରେ ନେବା ପରେ ବିଭିନ୍ନ ଅଂଚଳରେ ତାହାର ରହିଥିବା ଅପରାଧିକ ଲିଙ୍କ ଏବଂ ଅର୍ଥନୌତିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବୁଧବାର ଚଣ୍ଡିଖୋଲ ଅଂଚଳରେ ଟିଟୋର ବ୍ୟବସ୍ଥାୟିକ ଲିଙ୍କ ରହିଥିବା ନେଇ ଜାଣିବା ପରେ ଆଜି ଧର୍ମଶାଳା ଥାନା କଂଟିଗଡିଆ ନିକଟସ୍ଥ ରୁବି ଆସୋସିଏଟର୍ସ ଉପରେ ଏକ ଟିମ୍ ଚଢ଼ାଉ କରି ୨ଟି ହାୱାକୁ ଜବତ କରିଥିବା ଜଣାଯାଇଛି। କଣ୍ଟିଗଡ଼ିଆ ସ୍ଥିତ ଟାଟା ମୋଟର୍ସ୍ର ଅଧିକୃତ ରୁବି ଆସୋସିଏଟର୍ସ (ମୋଟର୍ସ୍) ଉପରେ ଚଢାଉ କରି ସେଠାରୁ ଟିଟୋର ୨ଟି…

"ଚଣ୍ଡିଖୋଲରେ ଟିଟୋ ଲିଙ୍କ୍: ରୁବି ମୋଟର୍ରସ୍ ଉପରେ କ୍ରାଇମବ୍ରାଂଚର ଚଢାଉ, ୨ ହାଇୱା ଜବତ"

ଚଳିତ ବର୍ଷ ସୁକିନ୍ଦାରେ ଏକ ଲକ୍ଷ ଚାରା ରୋପଣ ହେବ- ବିଧାୟକ ପ୍ରୀତିରଂଜନ ଘଡାଇ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ବୃକ୍ଷ ଆମ୍ଭ ମାନଙ୍କୁ ଏକ ମହତ କଥା ସବୁ ବେଳେ ଶିକ୍ଷା ଦେଇଥାଏ । ନିଜେ ଖରା ବର୍ଷା ସହିସହି ମଣିଷଙ୍କୁ ନିଜ ଛାଇରେ ଆଶ୍ରୟ ଦେବା ସହିତ ସୁସ୍ୱାଦୁ ଫଳ ପ୍ରଦାନ କରିଥାଏ । ବୃକ୍ଷ ହେଉଛି ଜୀବନ । ଗୋଟିଏ ଗଛ ଜୀବନ ଭରି ମଣିଷକୁ ବିଭିନ୍ନ ଉପାୟରେ ସହାୟତା ପ୍ରଦାନ କରୁଥିଲାବେଳେ ମଣିଷ ବୃକ୍ଷକୁ ସୁରକ୍ଷିତ ରଖିବାକୁ ଭୁଲି ଯାଏ । ନିଜ ଆବଶ୍ୟକତା ମେଂଟାଇବାକୁ ତାକୁ ହାଣି କାଟି ନଷ୍ଟ କରିଦିଏ । ଯାହା ପରିବେଶ ସନ୍ତୁଳନକୁ ବିଗାଡି ଦିଏ । ଏହି ଭଳି ଭାବେ ବିପୁଳ ସଂଖ୍ୟାରେ ଗଛ କଟା ଯାଉଥିଲାବେଳେ ବୃକ୍ଷରୋପଣ ସେଭଳି ଭାବେ…

"ଚଳିତ ବର୍ଷ ସୁକିନ୍ଦାରେ ଏକ ଲକ୍ଷ ଚାରା ରୋପଣ ହେବ- ବିଧାୟକ ପ୍ରୀତିରଂଜନ ଘଡାଇ"

ଜିଲାପାଳଙ୍କ ନିର୍ଦେଶକୁ ମାନୁ ନାହାନ୍ତି ବସ ମାଲିକ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ୨୦୧୧ ମହାବନ୍ୟାରେ ରୁଢିଆ ପୋଲ ଭୁଷୁଡି ପଡିଥିଲା । ଏହା ପରେ ଏହି ରାସ୍ତା ଦେଇ ଯାଜପୁରରୁ କଟକ, ଭୁବନେଶ୍ୱର ଓ ପୁରୀକୁ ଗତାଗତ କରୁଥିବା ସମସ୍ତ ବସ ବରୁଆଁ ଦେଇ ଗତାଗତ କରିବା ଆରମ୍ଭ କରିଥିଲା । ଯାତ୍ରୀଙ୍କ ଗମନାଗମନରେ ସୁବିଧା ପାଇଁ ରୁଟ ପରମିଟ ନଥାଇ ମଧ୍ୟ ବରୁଆଁ ଦେଇ ଗାଡି ଗତାଗତ କରିବାକୁ କେହି ବିରୋଧ କରିନଥିଲେ । ଅନ୍ୟ ପକ୍ଷରେ ନୂତନ ରୁଢିଆ ପୋଲର ନିର୍ମାଣ ମଧ୍ୟ ବିଳମ୍ବିତ ହୋଇଥିଲା । ଫଳରେ ଦୀର୍ଘ ଦିନ ହେଲା ଯାଜପୁରରୁ ବରୁଆଁ ଦେଇ ସବୁ ଗାଡି ଗତାଗତ କରୁଥିଲା । ଆଜକୁ ଦୀର୍ଘ ଦିନ ହେଲା ରୁଢିଆର ନୂତନ…

"ଜିଲାପାଳଙ୍କ ନିର୍ଦେଶକୁ ମାନୁ ନାହାନ୍ତି ବସ ମାଲିକ"

ଏଭେରେଷ୍ଟ ସଫଳତା ପାଇଁ ସ୍ୱର୍ଣ୍ଣଲତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ଗତ ମଇ ମାସ ୨୧ ତାରିଖରେ ଗିରିଶୃଙ୍ଗ ଏଭେରେଷ୍ଟକୁ ସଫଳତାର ସହିତ ଆରୋହଣ କରି କେବଳ ଜିଲା କିମ୍ବା ରାଜ୍ୟ ନୁହେଁ ଦେଶ ପାଇଁ ଗୈାରବ ଆଣିଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ କିମ୍ଭିରିଗାଡିଆ ପଂଚାୟତ ଜଗଡି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣଲତାଙ୍କୁ ତାଙ୍କର ଏହି ଅପାର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତରୋତର ଉନ୍ନତି କମନା କରିଥିଲେ । ଆଜି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ୱର୍ଣ୍ଣଲତା ଏବଂ ତାଙ୍କ ବପା ମହେଶ୍ୱର ଦଳାଇ ଓ ମା’ ପ୍ରମିଳା ଦଳାଇଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ…

"ଏଭେରେଷ୍ଟ ସଫଳତା ପାଇଁ ସ୍ୱର୍ଣ୍ଣଲତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ"

ସୁନୀତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୁନୀତା ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ତଦନ୍ତ କରିବାକୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୋରେଇ ଥାନା ଫାଜଲପୁର ମୋହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନୀତାକୁ ଗତମାସ ୧୮ ତାରିଖରେ ବଳାକ୍ରାର ଓ ହତ୍ୟା କରାଯାଇ ପୋଖରୀରେ ପକାଇ ଦିଆଯାଇଥିଲା। ୧୯ ତାରିଖ ଦିନ ନାବାଳିକାର ପିତା କୋରେଇ ଥାନାରେ ଅଭିଯୋଗ କଲାପରେ କୋରେଇ ଥାନା ପକ୍ଷରୁ ଏକ ମାମଲା ରୁଜୁକରାଯାଇ ତଦନ୍ତ କରାଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାଣ୍ଡରେ ଜଣେ ନାବାଳକକୁ କୋରେଇ ପୁଲିସ ଗିରଫ କରିଥିଲା।…

"ସୁନୀତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ"

ରାସନ ସାମଗ୍ରୀ ସୁବଣ୍ଟନ ନିମନ୍ତେ ଦାବି

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) – କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କୁ ଯୋଗାଇ ଦେଉଥିବା ରାସନ ସାମଗ୍ରୀର ସୁବଣ୍ଟନ ନିମନ୍ତେ ଗ୍ରାମବାସୀମାନେ ମଙ୍ଗଳବାର ଦିନ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ନିକଟରେ ଦାବି କରିଛନ୍ତି। ଯାଜପୁର ଜିଲା ବରୀ ବ୍ଲକ୍ ଏକ ବନ୍ୟାଞ୍ଚଳଭାବେ ପରିଚିତ। ଏହି ବ୍ଲକ୍ର ଭଅଁରା ପଞ୍ଚାୟତ ବର୍ଷର ଅର୍ଦ୍ଦେକ ଦିନ ବନ୍ୟା ଜଳଦ୍ୱାରା ବନ୍ଦୀ ହୋଇଥାଏ। ଭଅଁରା ପଞ୍ଚାୟତକୁ ଖରସ୍ରୋତା ନଦୀର ଶାଖା ତନ୍ତୀ ନଦୀ ପଞ୍ଚାୟତକୁ ଦୁଇଭାଗ କରିଛି। ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଛି। ତନ୍ତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତନ୍ତୀ ନଦୀ ପଞ୍ଚାୟତକୁ ଦୁଇଭାଗ କରିଥିବାରୁ ଭଅଁରା ପଞ୍ଚାୟତର ଭଅଁରା ଓ ରାୟପୁର ଗ୍ରାମ ଗୋଟିଏ…

"ରାସନ ସାମଗ୍ରୀ ସୁବଣ୍ଟନ ନିମନ୍ତେ ଦାବି"

ଚାଷୀକୂଳ ହତାଶ ;ସରକାରୀ ଧାନ ବିହନ ମିଳିବା ନେଇ ଅନିଶ୍ଚିତତା, କୃଷି ବିଭାଗ ନୀରବ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଯାଜପୁର ବ୍ଲକ୍ରେ ଚାଷୀଙ୍କୁ ସରକାରୀ ଧାନ ବିହନ ଯୋଗାଇ ଦେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଧାନ ବିହନକୁ ଅପେକ୍ଷା କରିଥିବା ଚାଷୀ ହତାଶ ହୋଇଥିବାବେଳେ କୃଷି ବିଭାଗ ଅଳ୍ପ ବିହନ ଯୋଗାଇଦେଇ ନୀରବରେ ବସିଥିବା ଜଣାପଡ଼ିଛି। ଚଳିତବର୍ଷ ଚାଷୀ ରଜ ପୂର୍ବରୁ ହୋଇଥିବା ବର୍ଷାକୁ ମୌସୁମୀ ବର୍ଷା ଭାବି ଜମିରେ ଧାନ ବିହନ ବୁଣିଥିଲା କିନ୍ତୁ ବର୍ଷା ନହେବାରୁ ପ୍ରବଳ ଖରା ଯୋଗୁ କେତେକ ଜମିରେ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିଲା। ମୌସୁମୀ ବର୍ଷା ଆସିଲା ପରେ ଯାଜପୁର ବ୍ଲକ୍ର ୨୬ ଗୋଟି ପଞ୍ଚାୟତର ଚାଷୀ ନିଜ ଜମିକୁ ହଳକରି ଧାନ ବୁଣିବା ପାଇଁ ଅପେକ୍ଷା କରିଛନ୍ତି। ଯାଜପୁର…

"ଚାଷୀକୂଳ ହତାଶ ;ସରକାରୀ ଧାନ ବିହନ ମିଳିବା ନେଇ ଅନିଶ୍ଚିତତା, କୃଷି ବିଭାଗ ନୀରବ"

ଜାରକା ଜଳସମ୍ପଦ ବିଭାଗର ଅଣଦେଖା ; କୂଳ ଖାଉଚି ଖରସ୍ରୋତା ନଦୀ, କଚେରୀ ଗାଁ ପ୍ରତି ବିପଦ, ସ୍ଥାନୀୟବାସୀ ଆତଙ୍କିତ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଜାରକା ଜଳସେଚନ ବିଭାଗ ଅଧିନରେ ଥିବା ଉପର ବରୁଆଁ ପଞ୍ଚାୟତ ଖରସ୍ରୋତା ନଦୀପାର୍ଶ୍ୱ ଘେରିବନ୍ଧ ନଥିବା କଚେରୀ ଗାଁ ନଦୀଗର୍ଭରେ ଲୀନ ହେବ ବୋଲି ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ନଦୀସ୍ରୋତରେ ଗ୍ରାମରେ ପ୍ରବେଶ କରିବା ସହ ନଦୀକୂଳ ଅତଡ଼ା ଖାଉଥିବାରୁ ଗ୍ରାମପ୍ରତି ବିପଦ ଦେଖାଦେଇଛି। ଘେରିବନ୍ଧ ସମ୍ପୂର୍ଣ୍ଣ ହୋଇନଥିବାରୁ ନଦୀପାର୍ଶ୍ୱରେ ବସବାସ କରୁଥିବା ୩୦୦ ରୁ ଉର୍ଦ୍ଧ୍ୱ ପରିବାର ବନ୍ୟା ସମୟରେ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏପଟେ ଜଳସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଜାରକା ଜଳସେଚନ ବିଭାଗ ପକ୍ଷରୁ ନଦୀପାଶ୍ୱର୍ରେ କିଛି ବାଟ କରାଯାଇଥିବାବେଳେ ଘେରିବନ୍ଧର ଅସମ୍ପୂର୍ଣ୍ଣ କାର୍ଯ୍ୟ ଯୋଗୁ ଗ୍ରାମବାସୀଙ୍କ ପାଇଁ…

"ଜାରକା ଜଳସମ୍ପଦ ବିଭାଗର ଅଣଦେଖା ; କୂଳ ଖାଉଚି ଖରସ୍ରୋତା ନଦୀ, କଚେରୀ ଗାଁ ପ୍ରତି ବିପଦ, ସ୍ଥାନୀୟବାସୀ ଆତଙ୍କିତ"

ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା

ଯାଜପୁର, ୧୦/୭(ଓଡିଆ ପୁଅ/ମାନସ ରାଉତ) ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ଚଢେଇଧରା ତଳଛକ ନିକଟରେ ଆଜି ଦିନ ୧୨ଟା ସମୟରେ ଟ୍ରକ୍ ଏବଂ ଡମ୍ପର ଚାପରେ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ ଜେନାପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ତପନ ବାରିକ(୨୮) ନିଜ କାର୍ଯ୍ୟରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇଟି ଗାଡି ମଧ୍ୟରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ଟକ୍ର ପରସ୍ପରକୁ ଧକ୍କା ଦେଇଥିଲେ। ଫଲରେ ଦୁଇଟି ଟ୍ରକ ମଝିରେ ତପନ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଏବଂ ଡମ୍ପରର ଚାଳକ ଦ୍ୱୟ ଗୁରୁତର ଭାବେ ଆହତ ହୋଇ…

"ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା"