Home Coronavirus Outbreak ରାଜ୍ୟରେ ୯, ୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧, ରାଜ୍ୟରେ କରୋନା...

ରାଜ୍ୟରେ ୯, ୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧, ରାଜ୍ୟରେ କରୋନା ନେଲା ୧୮ ଜୀବନ

158

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୯, ୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୦୧୮, କଟକରୁ ୬୪୧, ଅନୁଗୁଳ ୫୨୬, ଝାରସୁଗୁଡା ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ କ୍ରମାଗତ ୫ଦିନ ପାଇଁ ତଳ ମୁହାଁ ହୋଇଛି କରୋନା ଗ୍ରାଫ। ପ୍ରଥମଥର ପାଇଁ କିଛି ଦିନପରେ ୧୦ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ। ଏହା ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪,୬୬୬ କୁ ବୃଦ୍ଧି ପାଇଛି।

ଆଜି କରୋନା ନେଲା ୧୮ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୨୧୫ କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଟେଷ୍ଟ ହୋଇଛି : ୪୬୨୪୧ ତେଣୁ ପଜିଟିଭିଟି ରେଟ୍ ରହିଛି ୨୧.୧୭%। ରାଜ୍ୟର ସକ୍ରିୟ ମାମଲା ୯୪୮୨୯ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ, ୫୨୬
୨ – ବାଲେଶ୍ୱର ଜିଲ୍ଲାରୁ, ୩୧୪
୩ – ବରଗଡ ଜିଲ୍ଲାରୁ, ୨୭୦
୪ – ଭଦ୍ରକ ଜିଲ୍ଲାରୁ, ୫୨
୫ – ବଲାଙ୍ଗୀର ଜିଲ୍ଲାରୁ, ୩୪୨
୬ – ବୌଦ୍ଧ ଜିଲ୍ଲାରୁ, ୧୫୨
୭ – କଟକ ଜିଲ୍ଲାରୁ, ୬୪୧
୮ – ଦେବଗଡ଼ ଜିଲ୍ଲାରୁ, ୧୨୫
୯ – ଢେଙ୍କାନାଳ ଜିଲ୍ଲାରୁ, ୯୧
୧୦ – ଗଜପତି ଜିଲ୍ଲାରୁ, ୧୧୧
୧୧ – ଗଞ୍ଜାମ ଜିଲ୍ଲାରୁ, ୨୭୬
୧୨ – ଜଗତସିଂହପୁର ଜିଲ୍ଲାରୁ, ୧୮୯
୧୩ – ଯାଜପୁର ଜିଲ୍ଲାରୁ, ୩୭୬
୧୪ – ଝାରସୁଗୁଡ଼ା ଜିଲ୍ଲାରୁ, ୪୦୪
୧୫ – କଳାହାଣ୍ଡି ଜିଲ୍ଲାରୁ, ୨୨୪
୧୬ – କନ୍ଧମାଳ ଜିଲ୍ଲାରୁ, ୧୦୧
୧୭ – କେନ୍ଦ୍ରାପଡା ଜିଲ୍ଲାରୁ, ୧୫୮
୧୮ – କେନ୍ଦୁଝର ଜିଲ୍ଲାରୁ, ୨୪୪
୧୯ – ଖୋର୍ଦ୍ଧା ଜିଲ୍ଲାରୁ, ୧୫୧୧
୨୦ – କୋରାପୁଟ ଜିଲ୍ଲାରୁ, ୧୭୪
୨୧ – ମାଲକାନଗିରି ଜିଲ୍ଲାରୁ, ୬୩
୨୨ – ମୟୂରଭଞ୍ଜ ଜିଲ୍ଲାରୁ, ୧୯୯
୨୩ – ନୱାରଙ୍ଗପୁର ଜିଲ୍ଲାରୁ, ୩୦୨
୨୪ – ନୟାଗଡ଼ ଜିଲ୍ଲାରୁ, ୨୫୪
୨୫ – ନୁଆପଡା ଜିଲ୍ଲାରୁ, ୪୦୧
୨୬ – ପୁରୀ ଜିଲ୍ଲାରୁ, ୩୫୧
୨୭ – ରାୟଗଡ଼ା ଜିଲ୍ଲାରୁ, ୧୪୮
୨୮ – ସମ୍ବଲପୁର ଜିଲ୍ଲାରୁ, ୩୫୬
୨୯ – ସୋନପୁର ଜିଲ୍ଲାରୁ, ୧୪୦
୩୦ – ସୁନ୍ଦରଗଡ ଜିଲ୍ଲାରୁ, ୧୦୧୮ ଏବଂ
୩୧ – ରାଜ୍ୟ ପୁଲ୍ ରୁ, ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

– ୯, ୭୯୩ ନୂଆ ଆକ୍ରାନ୍ତ
– ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪,୬୬୬
– ମୃତ୍ୟୁ – ୧୮
– ମୋଟ ମୃତ୍ୟୁ ସଂଖ୍ୟା ୨୨୧୫
– କରୋନା ଟେଷ୍ଟ ହୋଇଛି : ୪୬୨୪୧
– ପଜିଟିଭିଟି ରେଟ୍ ରହିଛି ୨୧.୧୭%।
– ସକ୍ରିୟ ମାମଲା ୯୪୮୨୯ କୁ ବୃଦ୍ଧି ପାଇଛି।

– ମୋଟ ଆରୋଗ୍ୟ ହୋଇଛନ୍ତି ୪୫୭୫୬୯

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୧୮ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ତେବେ

ଅନୁଗୁଳ ଜିଲ୍ଲାର ୪ ଜଣ, ଖୋର୍ଦ୍ଧା ଜିଲ୍ଲାର ୩ ଜଣ (ଭୁବନେଶ୍ୱରରୁ ୨ ଜଣ) ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କଳାହାଣ୍ଡି ଜିଲ୍ଲାର ୨ ଜଣ, ରାୟଗଡ଼ା ଜିଲ୍ଲାର ୨ ଜଣ, ସୁନ୍ଦରଗଡ ଜିଲ୍ଲାର ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧ – ଅନୁଗୁଳ ଜିଲ୍ଲାର ୮୩ ବର୍ଷ ବୟସ୍କ ପୁରୁଷ।

୨ – ଅନୁଗୁଳ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୩ – ଅନୁଗୁଳ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୪ – ଅନୁଗୁଳ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୫ – ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ହାଇପୋଥାଇରଏଡରେ ପୀଡିତ ଥିଲେ।

୬ – ଭୁବନେଶ୍ୱରର ୮୫ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୭ – ବୌଦ୍ଧ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୮ – ଦେବଗଡ଼ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯ – ଗଜପତି ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।

୧୦ – ଖୋର୍ଦ୍ଧା ଜିଲ୍ଲାର ୨୬ ବର୍ଷ ବୟସ୍କ ପୁରୁଷ।

୧୧ – କଳାହାଣ୍ଡି ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୧୨ – କଳାହାଣ୍ଡି ଜିଲ୍ଲାର ୨୯ ବର୍ଷ ବୟସ୍କ ପୁରୁଷ ଯିଏ କି ଅସୁସ୍ଥ କୋଷ ରୋଗରେ ପୀଡିତ ଥିଲେ।

୧୩ – ମାଲକାନଗିରି ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୧୪ – ପୁରୀ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।

୧୫ – ରାୟଗଡ଼ା ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୧୬ – ରାୟଗଡ଼ା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୧୭ – ସୁନ୍ଦରଗଡ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୮ – ସୁନ୍ଦରଗଡ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା।

ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୯୭୦୬ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୭୮୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ,
୧୧୦୦ ଜଣ ସୁନ୍ଦରଗଡ ଜିଲ୍ଲାରୁ,
୮୨୩ ଜଣ କଟକ ଜିଲ୍ଲାରୁ,
୫୦୬ ଜଣ ବରଗଡ ଜିଲ୍ଲାରୁ,
୪୨୫ ଜଣ ସମ୍ବଲପୁର ଜିଲ୍ଲାରୁ,
୪୧୨ ଜଣ ନବରଙ୍ଗପୁର ଜିଲ୍ଲାରୁ,
୪୦୭ ଜଣ ଝାରସୁଗୁଡା ଜିଲ୍ଲାରୁ,
୩୯୩ ଜଣ ଅନୁଗୁଳ ଜିଲ୍ଲାରୁ,
୩୮୫ ଜଣ ନୁଆପଡା ଜିଲ୍ଲାରୁ,
୩୭୩ ଜଣ କଳାହାଣ୍ଡି ଜିଲ୍ଲାରୁ,
୩୦୪ ଜଣ ପୁରୀ ଜିଲ୍ଲାରୁ,
୨୩୧ ଜଣ ଯାଜପୁର ଜିଲ୍ଲାରୁ,
୨୨୬ ଜଣ ନୟାଗଡ଼ ଜିଲ୍ଲାରୁ,
୨୦୬ ଜଣ ଭଦ୍ରକ ଜିଲ୍ଲାରୁ,
୧୯୯ ଜଣ ମୟୂରଭଞ୍ଜ ଜିଲ୍ଲାରୁ,
୧୯୫ ଜଣ ବଲାଙ୍ଗୀର ଜିଲ୍ଲାରୁ,
୧୬୧ ଜଣ କେନ୍ଦୁଝରରୁ,
୧୫୦ ଜଣ ରାୟଗଡ଼ା ଜିଲ୍ଲାରୁ,
୧୪୫ ଜଣ ଜଗତସିଂହପୁର ଜିଲ୍ଲାରୁ,
୧୩୨ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,
୧୨୫ ଜଣ ବାଲେଶ୍ୱର ଜିଲ୍ଲାରୁ,
୧୨୩ ଜଣ ସୋନପୁର ଜିଲ୍ଲାରୁ,
୧୧୮ ଜଣ ଗଜପତି ଜିଲ୍ଲାରୁ,
୧୧୪ ଜଣ ଗଞ୍ଜାମ ଜିଲ୍ଲାରୁ,
୮୯ ଜଣ କୋରାପୁଟ ଜିଲ୍ଲାରୁ,
୬୮ ଜଣ କନ୍ଧମାଳ ଜିଲ୍ଲାରୁ,
୪୩ ଜଣ ମାଲକାନଗିରି ଜିଲ୍ଲାରୁ,
୪୨ ଜଣ ଢେଙ୍କାନାଳ ଜିଲ୍ଲାରୁ,
୩୭ ଜଣ ବୌଦ୍ଧ ଜିଲ୍ଲାରୁ,
୨୭ ଜଣ ଦେବଗଡ଼ ଜିଲ୍ଲାରୁ ଏବଂ
୩୬୦ ଜଣ ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ଆରୋଗ୍ୟ ହୋଇଛନ୍ତି ୪୫୭୫୬୯ ଜଣ।

ଭୁବନେଶ୍ୱରରୁ ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୧ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୮୧ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୮୫୯ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏହା ସହ ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪୫୭୬ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୯୨୦ଜଣ ସୁସ୍ଥ ହୋଇଥିବା ବେଳେ ୨୮୨ଜଣଙ୍କର ମୃତ୍ୟୁ ଘଟିଛି। ୧୦୩୫୩ଜଣ ଚିକିତ୍ସାଧୀନ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.