Home Coronavirus Outbreak ଆସନ୍ତା ଦୁଇ ଦିନ ପାଇଁ ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଆସନ୍ତା ଦୁଇ ଦିନ ପାଇଁ ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

43

ଯାଜପୁର ୩୦।୪ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବଢ଼ୁଥିବା କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଏବଂ ରବିବାର ଦିନ ଜିଲ୍ଲାର ୩୧୧ ପଞ୍ଚାୟତରେ ସଟ ଡାଉନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲାର ଦୁଇ ପୌରପାଳିକା ଯାଜପୁର ଓ ବ୍ୟାସନଗରରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଉଥିଲା। କିନ୍ତୁ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି କେତେକ ପଞ୍ଚାୟତର ସରପଞ୍ଚ ସମ୍ପୁର୍ଣ୍ଣ ସଟ ଡାଉନ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। ପ୍ରଶାସନ ଏଥିପାଇଁ ସମସ୍ତ ସରପଞ୍ଚଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଓ ରବିବାର ସମଗ୍ର ଜିଲାରେ ସଟ ଡାଉନ ରଖିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଅତ୍ୟାବଶ୍ୟକ ସେବା ଯୋଗାଣ ପୂର୍ବଭଳି ଚାଲୁ ରହିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.