ସିଏଚ୍ସି ରେ ପ୍ରସୁତି ଓ ଶିଶୁ ସୁରକ୍ଷା ବାଟବଣା , ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସର୍ବପୁରାତନ ଚିକିତ୍ସାଳୟ ଭାବେ ଜଣାଶୁଣା ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ଅନୁପସ୍ଥିତରେ ପ୍ରସବ ହୋଇଥିବା ଜଣେ ମହିଳାଙ୍କର ନବଜାତ ଶିଶୁ ପୁତ୍ରର ପେଟରେ ହୋଇଥିବା ଏକ ଛୋଟ କଣାର ତତ୍କାଳ ପ୍ରତିକାର ଓ ଉପଯୁକ୍ତ ଚିକିତ୍ସା ହୋଇ ନପାରିବାରୁ ୨ ଦିନ ପରେ ଶିଶୁଟିର ପେଟ ଭିତରୁ ଅନ୍ତବୁଜୁଳା ବାହାରି ପଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ମତେ ଗତ ୫ ତାରିଖ ଦିନ ଆଡେଣିଗଡ ଗ୍ରାମର ସୁନିଲ କୁମାର ରଣାଙ୍କ ପତ୍ନି ରଶ୍ମିତା ରଣା (୨୧) ଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକ ଓ ସ୍ଥାନୀୟ…

"ସିଏଚ୍ସି ରେ ପ୍ରସୁତି ଓ ଶିଶୁ ସୁରକ୍ଷା ବାଟବଣା , ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ"

୧୧ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ଲେଡିସାହି ଅଂଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ଶେଷ ହୋଇଥିବା କେନାଲ ପ୍ରକଳ୍ପର ଫାଇନାଲ ସର୍ଭେ କାର୍ଯ୍ୟ ଚାଲିଥିବା ସମୟରେ କାର୍ଯ୍ୟରତ ଜଣେ ଶ୍ରମିକ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣକ ହେଲେ ଛତ୍ରଙ୍ଗ ପଂଚାୟତ ଧୁଙ୍ଗିଆମୁଣ୍ଡା ଗ୍ରାମର ବରୁଣ ପ୍ରଧାନ (୪୮) । ବିଭାଗୀୟ ସୁତ୍ରରୁ ମିଳିଥିବା ସୁଚନା ଅନୁଯାଇ ୮୯ ଲକ୍ଷ ଟଙ୍କା ବ୍ୟୟରେ ଛତ୍ରଙ୍ଗ ପଂଚାୟତର ଧୁଙ୍ଗିଆମୁଣ୍ଡା ଅଂଚଳରେ ଥିବା ଘୁମକୁଡି…

"୧୧ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକଙ୍କ ମୃତ୍ୟୁ"

ବୌଦ୍ଧ: ଆଦର୍ଶ ଶିକ୍ଷକ ଭାବରେ ସତ୍ୟନାରାୟଣ ଦେହୁରୀ ସମ୍ମାନିତ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ୨୦୧୫ ମସିହା ପାଇଁ ବୌଦ୍ଧଜିଲାର କୃତୀ ଶିକ୍ଷକ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଗତ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶ୍ରୀଦେହୁରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି ।

"ବୌଦ୍ଧ: ଆଦର୍ଶ ଶିକ୍ଷକ ଭାବରେ ସତ୍ୟନାରାୟଣ ଦେହୁରୀ ସମ୍ମାନିତ"

ପଂଚାୟତ ସ୍ତରୀୟ ଶିଶୁ ଶିବିର କାର୍ଯ୍ୟକ୍ରମ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା କଂଟାମାଳବ୍ଲକ ପଲଶାଗୋରାଠାରେ ଜୁନାନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱେଛାସେବୀ ସଂଗଠନ ୱାଇସିଡିଏ ପକ୍ଷରୁ ଏକ ଶିଶୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ମାଝୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫାଲଗୁନୀ ମାଝୀ,ସ୍ଥାନୀୟ ସରପଂଚ ସମୀର ମାଝୀ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର,ଶିଶୁ ସୁରକ୍ଷା ସଚେତନତା ଓ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ କରିବା ଦ୍ୱାରା ଶିଶୁମାନଙ୍କର ବିକାଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।…

"ପଂଚାୟତ ସ୍ତରୀୟ ଶିଶୁ ଶିବିର କାର୍ଯ୍ୟକ୍ରମ"

ବୌଦ୍ଧରେ ରାଷ୍ଟିୟ ଲୋକ ଅଦାଲତ, ୪୧୨ ଟି ମାମଲା ଫଇସଲା ୨୦ ଲକ୍ଷ ୨୪ ହଜାର ୩୪୭ ଟଙ୍କା ଜୋରିମାନା ଆଦାୟ

ବୌଦ୍ଧ,୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସ୍ଥାନୀୟ କୋର୍ଟ ପରିସରରେ ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ରାଷ୍ଟିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ପା୍ରଧିକରଣର ଅଧକ୍ଷ ତଥା ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏହି ଅଦାଲତକୁ ଉଦଘାଟନ କରିଥିଲେ । ଆଇନ ପା୍ରଧିକରଣର ସଂପାଦକ ମିନାକ୍ଷୀ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଅଦାଲତରେ ସବଜଜ ଅଗସ୍ତି କୁମାର ସାହୁ, ରେଜିଷ୍ଟା୍ରର ସୋନାଲି ପଟନାୟକ ଓ ଏସଡିଜେମ ସୁଶୀଲ କୁମାର ସାହୁ ଯୋଗ ଦେଇ ମାମଲା ଗୁଡିକ ଫଇସଲା କରିଥିଲେ । ଅଦାଲତରେ ୩ ଗୋଟି ମଟର ଗାଡି ଦୁର୍ଘଟଣା ବୀମା ଜନିତ ମାମଲା ଫଇସଲା କରି ୧,୨୦,୦୦୦…

"ବୌଦ୍ଧରେ ରାଷ୍ଟିୟ ଲୋକ ଅଦାଲତ, ୪୧୨ ଟି ମାମଲା ଫଇସଲା ୨୦ ଲକ୍ଷ ୨୪ ହଜାର ୩୪୭ ଟଙ୍କା ଜୋରିମାନା ଆଦାୟ"

ଷ୍ଟୋନ କ୍ରସରରେ ହାଇୱା ଚାପରେ ମେକାନିକ ମୃତ୍ୟୁ ମାମଲା – ୨ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା , ୩୬ ଘଣ୍ଟା ପରେ ଉଠିଲା; ପୁଲିସ ର ଠିକାସଂସ୍ଥା ପ୍ରୀତି; ଦୁର୍ଘଟଣାଗ୍ରସ୍ତ ଗାଡି ବଦଳରେ ଅନ୍ୟ ଗାଡିକୁ ଜବତ କରିଛି ପୁଲିସ

ବୌଦ୍ଧ,୦୯ା୦୯ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶପଡା ସ୍ଥିତ ଏଆରଏସଏସ ନାମକ ବେସରକାରୀ ଠିକାସଂସ୍ଥାର ଷ୍ଟୋନ କ୍ରସରରେ ଦିର୍ଘ ଦିନ ହେଲା ଅଚଳ ହୋଇ ପଡିରହିଥିବା ଏକ ହାଇୱା ସଜାଡୁଥିବା ବେଳେ ଅସାବଧାନତା ଯୋଗୁଁ ଅଘଟଣ ଘଟି ଠିକାସଂସ୍ଥାର ଜଣେ ମେକାନିକ ଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏ ନେଇ ହରଭଙ୍ଗା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଠିକାସଂସ୍ଥାର ହାଇୱାକୁ ଜବତ କରିଥିଲା । ତେବେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ମୁଳକ ସହାୟତା ଯୋଗାଇ ଦେବା ଦାବୀରେ ଠିକାସଂସ୍ଥା ଆଗରେ ମୃତଦେହ ରଖି ସମସ୍ତ ଷ୍ଟାପ…

"ଷ୍ଟୋନ କ୍ରସରରେ ହାଇୱା ଚାପରେ ମେକାନିକ ମୃତ୍ୟୁ ମାମଲା – ୨ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା , ୩୬ ଘଣ୍ଟା ପରେ ଉଠିଲା; ପୁଲିସ ର ଠିକାସଂସ୍ଥା ପ୍ରୀତି; ଦୁର୍ଘଟଣାଗ୍ରସ୍ତ ଗାଡି ବଦଳରେ ଅନ୍ୟ ଗାଡିକୁ ଜବତ କରିଛି ପୁଲିସ"

ଜିଲାସ୍ତରୀୟ ଜାତୀୟ ପୁଷ୍ଟିକର ସପ୍ତାହ ପାଳିତ

ବୌଦ୍ଧ,୦୯ା୦୯ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ସଭାଗୃହଠାରେ ଜିଲାସ୍ତରୀୟ ପୁଷ୍ଟିକର ସପ୍ତାହ ପାଳିତ ହୋଇଯାଇଛି । ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସଦାନନ୍ଦ ମିଶ୍ର,ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ,ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭଂଜ କିଶୋର ମନହରୀ ପ୍ରମୁଖ ଯୋଗଦେଇ ପୁଷ୍ଟିକର ସପ୍ତାହ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କିଶୋରୀମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଙ୍ଗନବାଡି କର୍ମୀ,ପ୍ରସୂତି ମା ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଊତ୍ସବ ପ୍ରାରମ୍ଭରେ ପୁଷ୍ଟିଯୁକ୍ତ ପତାକାକୁ ଉତ୍ତୋଳନ କରାଯାଇଥିଲା…

"ଜିଲାସ୍ତରୀୟ ଜାତୀୟ ପୁଷ୍ଟିକର ସପ୍ତାହ ପାଳିତ"

ବୌଦ୍ଧ: ବାଉଁଶୁଣୀ ଠାରେ ବ୍ଲକସ୍ତରୀୟ କ୍ରିଡା ମହୋତ୍ସବ

ବୌଦ୍ଧ,୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ଠାରେ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ୨୦୧୭ ମହାସମାରୋହରେ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ ଯୋଗଦେଇ ଏହି କ୍ରୀଡାତ୍ସୋବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହିତ କୁମାର ଭେଙ୍ଗରା,ଆଇପିଇ ଡିଇଓ ନିରଂଜନ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱାମିତ୍ର ସାହୁ,ଦଶରଥ ମେହେର,କମଳକାନ୍ତ ଦଳବେହେରା ପ୍ରମୁଖ ଯୋଗଦେଇ କ୍ରୀଡାବିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୌଡ,ଲମ୍ବଡିଆଁ,ଉଚ୍ଚଡିଆଁ,ସଟଫୁଟ୍,ଡିସକସ୍,ଫୁଟବଲ,ଭଲି,ରେସଲିଙ୍ଗ,ଖୋଖୋ ଓ କବାଡି ଆଦି ପ୍ରତିଯୋଗିତା ଅନୁଷ୍ଠିତ…

"ବୌଦ୍ଧ: ବାଉଁଶୁଣୀ ଠାରେ ବ୍ଲକସ୍ତରୀୟ କ୍ରିଡା ମହୋତ୍ସବ"

ବୌଦ୍ଧରେ ଜିଲାସ୍ତରୀୟ ଯୁବ ରେଡକ୍ରସ ସମ୍ମିଳନୀ

ବୌଦ୍ଧ,୦୮ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଠାରେ ଏକଦିବସୀୟ ଯୁବ ରେଡକ୍ରସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୌଦ୍ଧଜିଲାର ୧୬ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସର ପରାମର୍ଶଦାତାମାନେ ଯୋଗଦାନ କରିଥିଲେ । ଏହି ସମ୍ମିଳନୀକୁ ମୁଖ୍ୟଅତିଥି ଭାବରେ ଯୁବ ରେଡକ୍ରସର ଜିଲା ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଯୋଗଦେଇ ରେଡକ୍ରସର ଜନକ ହେନେରୋ ଡୋନାଣ୍ଟ୍ ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦିପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଯୁବ ରେଡକ୍ରସର ସଂପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଚଳିତବର୍ଷ ମହାବିଦ୍ୟାଳୟମାନଙ୍କରେ…

"ବୌଦ୍ଧରେ ଜିଲାସ୍ତରୀୟ ଯୁବ ରେଡକ୍ରସ ସମ୍ମିଳନୀ"

ବୌଦ୍ଧଜିଲାରେ ଆସନ୍ନ ମରୁଡି ପରିସ୍ଥିତି, ଅଗଷ୍ଟରେ ୬୧ ପ୍ରତିଶତ କମ ବୃଷ୍ଟିପାତ

ବୌଦ୍ଧ,୦୮ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲାରେ ଆସନ୍ନ ମରୁଡି ପରିସ୍ଥତି ଚାଷୀ ପରିବାରମାନଙ୍କ ନିଦ ହଜେଇ ଦେଲାଣି । ଜିଲାରେ ଅଗଷ୍ଟ ମାସରେ ୬୧ ପ୍ରତିଶତ କମ ବୃଷ୍ଟିପାତ ହୋଇଥିବା ଜିଲା କୃଷି ବିଭାଗ ପକ୍ଷରୁ ସରକାରୀ ଭାବରେ ରେକର୍ଡ କରାଯାଇଥିବାବେଳେ ମରୁଡି ପରିସ୍ଥିତିକୁ ମୁକାବିଲା ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଜିଲା କୃଷି ବିଭାଗର ସୂଚନା ମୁତାବକ ଜିଲାରେ ଅନେକ ଜମି ଚାଷ ହୋଇନପାରି ପଡିଆ ପଡିଥିବାବେଳେ ୬୯ଟି ପଂଚାୟତ ମଧ୍ୟରୁ ୨୦ ଟି ପଂଚାୟତରେ ଜଳାଭାବ ଯୋଗୁଁ ଫସଲ ଉଜୁଡି ସାରିଲାଣି । ବାଘ ଓ ସାଲୁଙ୍ଖି ଜଳସେଚିତ ଅଂଚଳର କିଛି ଜମିକୁ ବାଦ ଦେଲେ ଜିଲାସାରା…

"ବୌଦ୍ଧଜିଲାରେ ଆସନ୍ନ ମରୁଡି ପରିସ୍ଥିତି, ଅଗଷ୍ଟରେ ୬୧ ପ୍ରତିଶତ କମ ବୃଷ୍ଟିପାତ"