ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ସଭା: ମୋ ସରକାର ଗ୍ରାମାଞ୍ଚଳ ବିକାଶରେ ଗୁରୁତ୍ୱ ଦିଏ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖଇରା/ବାଲେଶ୍ୱର, ୩୧/୧ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ଖଇରା ବ୍ଲକ ଚାନ୍ଦଗୋଛି ପଡିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମୋ ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ସବୁବେଳେ ଉଦ୍ୟମ କରିଆସିଛି, ଯୋଗାଯୋଗର ସୁବିଧା ଓ ଏହାର ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛି ଓ ରହିବ ବୋଲି କହିଥିଲେ। ମାର୍କୋଣା-ଔପଦା(ଭାୟା ଗଣ୍ଡିବେଡ)ରାସ୍ତା, କଳମଚୁଆ ଠାରେ ପାନୀୟ ଜଳ ପ୍ରକଲ୍ପ, ବକ୍ରେଶ୍ୱରକୁ ଯିବାଆସିବା ପାଇଁ ନିତିଦିନିଆ ରାସ୍ତା ଓ ବିଜୁସେତୁର ଶୁଭଶିଳା ନ୍ୟାସ କରିଥିଲେ। ମହିଳା ସ୍ୱଂୟସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ଓ ଅସହାୟ, ଭିନ୍ନକ୍ଷମ, ବିକଳାଙ୍ଗ, ବିଧବା,…

"ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ସଭା: ମୋ ସରକାର ଗ୍ରାମାଞ୍ଚଳ ବିକାଶରେ ଗୁରୁତ୍ୱ ଦିଏ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ"

ପକ୍ଷାଘାତରେ ଶ୍ରୀଧର, ବେସାହାରା ପରିବାରକୁ ମିଳୁନାହିଁ ଭତ୍ତା

ପ୍ରଶାସନର ଗରିବକୁ ପ୍ରହାର, ଧନୀ ପରିବାରକୁ ଦେଉଛି ଆହାର ଖଇରା/ବାଲେଶ୍ୱର, ୨୭/୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଛରେ ଘର ପକ୍ଷାଘାତରେ ଶ୍ରୀଧର। ଭତ୍ତା ପାଇଁ ଆବେଦନ କରି କରି ଶ୍ରୀଧରଙ୍କୁ ଏ ପର୍ଯ୍ୟନ୍ତ ମିଳିଲା ନାହିଁ ସରକାରୀ ସହାୟତା। ମାସେ ନୁହେଁ କି ବର୍ଷେ ନୁହେଁ ଏହା ଭିତରେ ବିତିଗଲାଣି ଦୀର୍ଘ ୪ବର୍ଷ। ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ଶ୍ରୀଧରଙ୍କ ପାଇଁ ହୋଇଛି ସାତ ସପନ। ଶ୍ରୀଧରଙ୍କ ପରିଚୟ ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଘର ତାଙ୍କର। ସେ ଘରେ ସ୍ୱାମୀ, ସ୍ତ୍ରୀ, ପୁଅ, ବହୁ ଓ ନାତୀ ନାତୁଣି ଙ୍କୁ ନେଇ ତାଙ୍କର ସଂସାର। ସେ ପରିବାରର ଏକମାତ୍ର…

"ପକ୍ଷାଘାତରେ ଶ୍ରୀଧର, ବେସାହାରା ପରିବାରକୁ ମିଳୁନାହିଁ ଭତ୍ତା"

ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୋଲଜ, ଫେରିବାଲା ଅଟକ

ବାଲେଶ୍ୱର/ ଖଇରା, ୨୫/୧/୨୦୧୮ (ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ବୃତ୍ତିରେ ଫେରିବାଲା ଥିବା ଜୈନକ ଯୁବକ ଗାଁକୁ ଗାଁ ବୁଲି ଆଲୁମିନିୟମ୍ ବାସନ କୁସନ ବିକ୍ରି କରୁଥିଲା ବେଳେ ମହିଳାଙ୍କ ସରଳତା ନେଇ ମୋବାଇଲ୍ ରେ ଅଶ୍ଳୀଳ ଭାଷାରେ ଗାଳି ଗୋଲଜ ଓ ଥାନାରେ ଅଟକ ରଖାଯିବା ଘଟଣା ଚର୍ଚ୍ଚା ହେଉଛି। ପଶ୍ଚିମ ବଙ୍ଗ ବୀରଭୂମ୍ ଜିଲ୍ଲା ଜେରିଆଲାବାଜ୍ ଗ୍ରାମର ଶେକ୍ ରାଜୁ ଖଇରା ବ୍ଲକ ସମେତ ଅନ୍ତରା ଅଞ୍ଚଳରେ ଫେରି କରି ଆଲୁମିନିୟମ୍ ବାସକ କୁସନ ବିକ୍ରି କରେ। ଇତି ମଧ୍ୟରେ ଅନ୍ତରା ଅଞ୍ଚଳରେ ବିଭିନ୍ନ ସାହି ବସ୍ତିରେ ବେଶ୍ ପରିଚିତ ହୋଇଥିଲା। ମହିଳା ମାନେ ଶେକ୍ ରାଜୁର ମୋବାଇଲ୍ ନଂ. ନେଇ ନିଜର…

"ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୋଲଜ, ଫେରିବାଲା ଅଟକ"

ବିଡିଓଙ୍କ ଦାୟୀତ୍ୱରେ ରହିଲେ ତହସିଲଦାର

ବାଲେଶ୍ୱର/ ଖଇରା, ୨୫/୧/୨୦୧୮ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ଖଇରା ବିଡିଓ ଶିବାନନ୍ଦ ସ୍ୱାଇଁଙ୍କ ବଦଳି ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଡିଓ ଶ୍ରୀ ସ୍ୱାଇଁଙ୍କୁ ଗତ ସପ୍ତାହରେ ନୟଗଡ ଜିଲ୍ଲା କାଣ୍ଡପଡା ବ୍ଲକକୁ ବଦଳି ହୋଇଥିଲା। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ତାଙ୍କୁ ରିଲିଭ୍ କରାଯାଇ ତହସିଲଦାର ରମେଶ ଚନ୍ଦ୍ର ଜେନାଙ୍କୁ ବିଡିଓ ଦାୟୀତ୍ୱରେ ରହିବା ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ମସିହାରେ ଔପଦାରୁ ଆସି ଖଇରା ବ୍ଲକରେ ଯୋଗ ଦେଇଥିଲେ। ଖଇରା ବ୍ଲକରେ କାର୍ଯ୍ୟ ଦକ୍ଷତାରେ ଅଗ୍ରଣୀ କରିବାରେ ଶ୍ରୀ ସ୍ୱାଇଁ କର୍ମଚାରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ପାରଙ୍ଗମ କରାଇଥିଲେ। ତାଙ୍କର ବଦଳି ନେଇ ବିଭିନ୍ନ ମହଲରେ…

"ବିଡିଓଙ୍କ ଦାୟୀତ୍ୱରେ ରହିଲେ ତହସିଲଦାର"

ଚେନରେ ବନ୍ଧା ହେମନ୍ତ କୁମାର ଜୀବନ

ଖଇରା / ବାଲେଶ୍ୱର, ୧୪/୧(ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଏକ ଗାଁ ରୁସ୍ତମପୁର। ଯାହାକି ବାଲେଶ୍ୱର ଜିଲ୍ଲାର ଏକ ବୃହତମ ତହସିଲ ଯାହାର ନାମ ଖଇରା ତହସିଲ ଅଟେ। ଏହି ଗ୍ରାମର ବାସକରନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ପରିବାର ବୋଇଲେ ୨ ପୁଅ, ୧ ଝିଅ ଓ ସ୍ତ୍ରୀକୁ ବୁଝାଏ। ୨ ପୁଅ ଓ ୧ ଝିଅକୁ ନେଇ ଉଭୟେ ସ୍ୱାମୀସ୍ତ୍ରୀ ମନରେ କେତେ ସ୍ୱପ୍ନ ଦେଖିଥିଲେ ଭାବିହେବ ନାହିଁ। ଦୁଃଖ କଷ୍ଟରେ ଚଳେ ତାଙ୍କ ପରିବାର। ପରିବାରର ଆର୍ଥିକ ଅନାଟନକୁ ଦୂରକରିବା ପାଇଁ ସଦାସର୍ବଦା ପୂର୍ଣ୍ଣଚନ୍ଦ୍ର ଓ ତାଙ୍କର ସ୍ତ୍ରୀ ଚିନ୍ତିତ ଥାଆନ୍ତି। ଇତ୍ୟବସରରେ ପୂର୍ଣ୍ଣଚନ୍ଦ୍ରଙ୍କ ବଡପୁତ୍ର…

"ଚେନରେ ବନ୍ଧା ହେମନ୍ତ କୁମାର ଜୀବନ"

ରାସନ କର୍ଡରୁ ବାଦ୍ ପଡିଲେ ଭିନ୍ନକ୍ଷମ ସୁଲୋଚନା

ଖଇରା / ବାଲେଶ୍ୱର, ୧୪/୧(ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ସୁଲୋଚନା ବିଶ୍ୱାଳଙ୍କ ଘର ହୋଇଥିବାବେଳେ ସେ ଜନ୍ମରୁ ଶତପ୍ରତିଶତ ଅନ୍ଧୁଣି। ସେ ଗତ ୨୦୧୧ ମସିହାରେ ସରକାରଙ୍କ ଠାରୁ ଶତକଡା ୧୦୦% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ପିତା ଭାସ୍କର ବିଶ୍ୱାଳ ଓ ମାତା ରମାମଣୀଙ୍କର ଏକ ମାତ୍ର ଝିଅ ହୋଇଥିବାବେଳେ ସେ ଜନ୍ମରୁ ଦୃଷ୍ଟି ଶକ୍ତି ସଂପୂର୍ଣ୍ଣ ହରାଇଛନ୍ତି। ବାପା ଜଣେ ବିପିଏଲ ଧାରୀ ହୋଇଥିବାବେଳେ ଝିଅ ପାଉଛି ମାତ୍ର ୩୦୦ ଟଙ୍କା ଭତ୍ତା ଭାସ୍କର ବିଶ୍ୱାଳଙ୍କ ପରିବାର କହିଲେ ପୁଅ ସରୋଜ କୁମାର ଝିଅ ସୁଲୋଚନା ଓ ସ୍ତ୍ରୀ ରମାମଣୀ। ସରକାର ବାର୍ଦ୍ଧକ୍ୟ,…

"ରାସନ କର୍ଡରୁ ବାଦ୍ ପଡିଲେ ଭିନ୍ନକ୍ଷମ ସୁଲୋଚନା"

ଅଗ୍ନିକାଣ୍ଡରେ ୩ ବଖରା ଭସ୍ମିଭୂତ

ଖଇରା / ବାଲେଶ୍ୱର, ୧୩ /୧ (ନରେନ୍ଦ୍ର ପ୍ରସାଦ ବେହରୋ) ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ବର୍ତ୍ତନା ପଂଚାୟତ ଅର୍ନ୍ତଗତ ଆନ୍ଦୋଳା ଗ୍ରାମରେ ଅଚାନକ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର ପହଲି ଦାସଙ୍କ ୧ବଖରା, ଟିମା ଦାସଙ୍କ ୧ ବଖରା ଓ ଚଗୁଲୁ ଦାସଙ୍କ ୧ ବଖରା ସହିତ ମୋଟ ୩ ବଖରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡଦେଖି ଗ୍ରାମବାସୀମାନେ ସଂଗେସଂଗେ ଉଦ୍ଧାର କାର୍ଯ୍ୟରେ ଲାଗିପଡିବା ସହିତ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ବର୍ତ୍ତନା ଭାରପ୍ରାପ୍ତ ଆରଆଇ ଶରତ ସେଠୀ ଘଟଣା ସ୍ଥଳ…

"ଅଗ୍ନିକାଣ୍ଡରେ ୩ ବଖରା ଭସ୍ମିଭୂତ"

କାର୍ଯ୍ୟରତ ଅଧ୍ୟକ୍ଷକଙ୍କ ପରଲୋକ

ଖଇରା / ବାଲେଶ୍ୱର ୧୩/୧(ନରେନ୍ଦ୍ର ପ୍ରସାଦ ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଗମ୍ଭାରିଆ ଗ୍ରାମର ବ୍ୟମୋକେଶ ନାରାୟଣ ବେହେରାଙ୍କର ୫୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସୋର ରାଧାନାଥ ଘରୋଇ +୨ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧକ୍ଷ ଥିଲେ। ସେ ଜଣେ ସମାଜସେବୀ, ମିଷ୍ଟ ଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସୋର ଅଯୋଧ୍ୟା ଆଇଟିଆଇ କଲେଜରେ ମଧ୍ୟ କିଛି ବର୍ଷ ଅଧକ୍ଷତା କରଥିଲେ। ସେ ଗତ କିଛି ଦିନ ଧରି ବୃକକ୍ କେନସର ରୋଗରେ ପୀଡିତ ଥିଲେ। ତାଙ୍କର ବିଧବା ପତ୍ନୀ ସହିତ ୨ ପୁତ୍ର ଅଛନ୍ତି। ତାଙ୍କ ଦେହାନ୍ତେରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

"କାର୍ଯ୍ୟରତ ଅଧ୍ୟକ୍ଷକଙ୍କ ପରଲୋକ"

ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ଖଇରା /ବାଲେଶ୍ୱର, ୧୩/୧(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ପିତୃମାତୃ ସମ୍ମିଳନୀ ସହିତ ବିବେକାନନ୍ଦ ଜୟନ୍ତି ଓ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଖଇରା କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ଖିଲାର, ମୁଖବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର, ଖଇରା ସରପଞ୍ଚ ସୁଦର୍ଶନ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ସ୍ୱାମୀବିବେକାନନ୍ଦଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ…

"ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ"

ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଖଇରା /ବାଲେଶ୍ୱର ୧୩/୧(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଗେଇପୁର ଅଂଚଳରେ ଏକ ଅସଦାଚରଣ ଘଟଣା ଘଟିଯାଇଛି। ଏହି ଗ୍ରାମର ଜନୈକ ନାବାଳିକା କାଠ ସଂଗ୍ରହ ନିମନ୍ତେ ପାଖ ଜଙ୍ଗଲକୁ ଯାଇଥିଲେ। ତାଙ୍କ ସହିତ ମଧ୍ୟ ସେହି ଗ୍ରାମର କିଛି ବ୍ୟକ୍ତି ଯାଇଥିଲେ। ମହିଳାଙ୍କର ସରଳତାର ସୁଯୋଗନେଇ ସେହି ଗ୍ରାମର ଜଗା ଜେନା ଏକ ଖୋଲା ଜାଗାକୁ ଟେକି ନେଇ ଜନୈକା ଯୁବତୀଙ୍କ ପ୍ରତି ଅସଦଚାରଣ କରିଥିଲା। ଝିଅ ଠାରୁ ସମସ୍ତ ବିଷୟ ଶୁଣି ଜନୈକା ନାବାଳିକାର ମାଆ ଖଇରା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗପାଇ ପୋଲିସ ଏକ କେଶ ରୁଜୁ କରି ଜଗା ଜେନାକୁ କୋର୍ଟ ଚାଲାଣ କରିଥିବା ବେଳେ ଜନୈକା ନାଁ…

"ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ"