Home ଜିଲ୍ଲା ପରିକ୍ରମା ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ପ୍ରଦାନ

ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ପ୍ରଦାନ

47

ବାଲେଶ୍ୱର, ୧୯ା୧ (ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ପକ୍ଷରୁ ନୂତନ ମଧୁବାବୁ ପେନସନ ହିତାଧିକାରୀ ଭତ୍ତା ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସମସ୍ତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ବିଧବାଙ୍କୁ ଭତ୍ତା ଦିଆଯିବ ବୋଲି ସେମାନେ କହିଥିଲେ। ଏହି ଯୋଜନାର କୌଣସି ସଂଖ୍ୟାର ସୀମା ନାହିଁ ବୋଲି ବିଧାୟକ ଦ୍ୱୟ ସୂଚନା ଦେଇଥିଲେ। ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ ଏଥିରେ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ, ବିଡିଓ, ଏବିଡିଓ, ବିଜେଡି ବ୍ଲକ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭତ୍ତା ବଌକ୍ଷଗ୍ଧ;ନ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏଥିରେ ୨୩୩ ଜଣ ନୂତନ ହିତାଧିକାରୀ ଭତ୍ତା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.