Home ଜିଲ୍ଲା ପରିକ୍ରମା ରେମୁଣା ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ

ରେମୁଣା ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ

22

ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନୀଳଗିରି ରୋଡ ନୋଡାଲ ହାଇସ୍କୁଲ ପରିଦର୍ଶନ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ବିଦ୍ୟାଳୟରେ ଆୟୋଜିତ ପରିଚାଳନା ସମିତି ବୈଠକରେ ଯୋଗଦେଇ କମିଟି ସଦସ୍ୟଙ୍କଠାରୁ ସ୍କୁଲର ସମସ୍ୟା ସମ୍ପର୍କରେ ସେ ଅବଗତ ହୋଇଥିଲେ। ୫୮ ବର୍ଷର ପୁରୁଣା ଏହି ବିଦ୍ୟଳୟର ନୂତନ ଗୃହ ଓ ପାଚେରୀ ନିର୍ମାଣ ଅତି ଜରୁରୀ ହୋଇପଡ଼ିଥିବା ବେଳେ ଏନେଇ ସେ ଖୁବଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ବେଳେ ପ୍ରାଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ, ସ୍କୁଲ କମିଟି ସଭାପତି ଭାସ୍କର ଚନ୍ଦ୍ର ବେହେରା, ସିଆରସିସି ସଂଜୟ କୁମାର ସ୍ୱାଇଁ, ସଭ୍ୟ ଦେବେନ୍ଦ୍ର କୁମାର ଜେନା ପ୍ରମୁଖ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପରିଡା ସ୍କୁଲର ଛାତ୍ର ଛାତରୀମାନଙ୍କୁ ନୂତନ ପୋଷାକ ବିତରଣ ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.