Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣର ଚୋରାମଦ ଜବତ, ଜଣେ ଗିରଫ

ବିପୁଳ ପରିମାଣର ଚୋରାମଦ ଜବତ, ଜଣେ ଗିରଫ

39

ବାଲେଶ୍ୱର, ୧୯ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ସିମୁଳିଆ ଥାନା ଅନ୍ତର୍ଗତ ମଞ୍ଜୁରି ଅଞ୍ଚଳରେ ଚଢ଼ଉ ହୋଇ ଜଣେ ଚୋରା ମଦ ବେପାରୀକୁ ଗିରଫ ସହ ୯ ଶହ ଲିଟର ଦେଶୀମଦ ଜବତ୍ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଛିପୁର ଅଞ୍ଚଳର ଭୀମା ବେହେରାଙ୍କୁ ପୁତ୍ର ରଘୁନାଥ ବେହେରା (୩୫)। ସେ ସିମୁଳିଆ ଅଞ୍ଚଳକୁ ଆସି ବେପାରୀମାନଙ୍କୁ ମଦ ଯୋଗାଇଥାଏ ବୋଲି ଅବକାରୀ ବିଭାଗ ନିକଟରେ ପୂର୍ବରୁ ସୂଚନା ଥିଲା। ବହୁବାର ଚେଷ୍ଟା କରି ମଧ୍ୟ ତାକୁ ଧରିବାରେ ଅବକାରୀ ଟିମ ସଫଳ ହୋଇନଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ୱାର୍ଡ଼ ଇନ୍‌ସ୍ପେକ୍ଟର ଗାଲୁରାମ ସୋରେନ୍‌ଙ୍କ ନେତୃତ୍ୱରେ ଆଜି ଚଢ଼ଉ ହୋଇଥିଲା ଅଭିଯୁକ୍ତ ରଘୁନାଥକୁ ଗିରଫ କରାଯାଇଥିଲା। ଏନେଇ ୧୦୫/୨୦୨୦-୨୧ ନଂର ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଶେଖ୍ କଲିମ, ପ୍ରହ୍ଲାଦ ବିଶ୍ୱାଳ, ଅଜିତ କୁମାର ଜେନା, ରଶ୍ମିରେଖା ପାତ୍ର, ବିଦ୍ୟାଧର ବିନ୍ଧାଣୀ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.