Home ଜିଲ୍ଲା ପରିକ୍ରମା ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ଦ୍ୱିତୀୟ ଦିବସ – ବସ ମାଲିକ ସଂଘ ପକ୍ଷର...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ଦ୍ୱିତୀୟ ଦିବସ – ବସ ମାଲିକ ସଂଘ ପକ୍ଷର ଚକ୍ଷୁ ପରୀକ୍ଷା ଶିବିର

49

ବାଲେଶ୍ୱର, ୧୯ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ବାଲେଶ୍ୱରରେ ପାଳିତ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଦ୍ୱିତୀୟ ଦିବସରେ ମଙ୍ଗଳବାର ଦିନ ବିଭିନ୍ନ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବସଷ୍ଟାଣ୍ଡ ପରିସରରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସଡ଼କ ସୁରକ୍ଷା ସପ୍ତାହରେ ଏଭଳି କାର୍ଯ୍ୟ ବେଶ ସ୍ୱାଗତ ଯୋଗ୍ୟ। ଡ୍ରାଇଭରଙ୍କ ଅଖି ଠିକ୍ ରହିବା ଦ୍ୱାରା ବହୁ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଶ୍ରୀ ଦଳ ବେହେରା ମତ ପ୍ରକାଶ କରିଥିଲେ। ଏମଭିଆଇ ବିଶ୍ୱଜିତ୍ ଦାସଙ୍କ ସମେତ ଘରୋଇ ବସ୍ ମାଲିକ ସଂଘର ସଭାପତି ମାଧବ ଚନ୍ଦ୍ର ମିଶ୍ର, ସମ୍ପାଦକ ଅଜୟ କୁମାର ବିଶ୍ୱାଳ, ଉପ-ସଭାପତି ମାନସ ରଞ୍ଜନ ପାତ୍ର, ସମ୍ପାଦକ ସୁରେଶ ଚନ୍ଦ୍ର ଜେନା, ଅନୀଲ କୁମାର କର ଓ ସୂର୍ଯ୍ୟକାନ୍ତ କର, ସହ-ସମ୍ପାଦକ କମଳାକାନ୍ତ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହି ଶିବିରରେ ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡା. ଚିତ୍ତରଞ୍ଜନ ପରିଡ଼ା ଓ ତାଙ୍କ ସହଯୋଗୀ ଡି କେ ରାଉତ ଯୋଗଦେଇ ବହୁ ବସ ଡ୍ରାଇଭର ଏବଂ କର୍ମଚାରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ଷଡଙ୍ଗୀ, ଦୁଷ୍ମନ୍ତ ଦେ, ସୁଧାକୃଷ୍ଣ କର, ପ୍ରସନ୍ନଜିତ ଜେନା, ସଞ୍ଜୀବ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ରାଉତ, ବିକର୍ତ୍ତନ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.