ଦୁର୍ଘଟଣା ଘଟାଇଥିବା ୨ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଫାଣ୍ଡିରେ ଧାରଣାରେ ବସିଲେ ୨ପରିବାର, ଉଭୟ ଏସଡ଼ିପିଓ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ମୁକୁଳିଲେ ୨ ଯୁବକ

ବାହାନଗା/ବାଲେଶ୍ୱର, ୧୪/୦୫(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଜୁଣିଆ ବଜାରରେ ୨ନିଶା ଶକ୍ତ ଯୁବକଙ୍କ ଗାଡ଼ି ଧକ୍କାରେ ୨ଜଣ ଯୁବକ ଗୁରୁତର ହୋଇଥିବାର ଜଣାପଡ଼ିଛି। ଉକ୍ତ ଘଟଣାକକୁ କେନ୍ଦ୍ର କରି ଅଟକ ଯୁବକକୁ ମୁକୁଳାବା ନିମନ୍ତେ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ଏପରିକି ଗୋପାଳପୁର ଫାଣ୍ଡି ପୋଲିସ ଅଟକ ଯୁବକଙ୍କ ଉଦ୍ଧାର କରିବାକୁ ଯାଇ ଅଟକ ରଖିଥିବା ଯୁବକଙ୍କ ନାଲି ଅଖି ଦେଖି ଖାଲି ହାତରେ ଫେରିଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ଆଜି ଦିନ ତମାମ ୨ପକ୍ଷଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଗତ କାଲି ରାତି ୧୦ଟା ବଳେ ଗୋପାଳପୁର ପଞ୍ଚାୟତ ଫତେପୁର ଗ୍ରାମର ୨ଜଣ…

"ଦୁର୍ଘଟଣା ଘଟାଇଥିବା ୨ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଫାଣ୍ଡିରେ ଧାରଣାରେ ବସିଲେ ୨ପରିବାର, ଉଭୟ ଏସଡ଼ିପିଓ ଓ ତହସିଲଦାରଙ୍କ ପ୍ରତିଶୃତି ପରେ ମୁକୁଳିଲେ ୨ ଯୁବକ"

ଅନ୍ନପୂର୍ଣ୍ଣା ଦାସ ୮୫ ବର୍ଷ ବୟସରେ ପରଲୋକ

ଖଇରା, ୧୫/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର ଅନ୍ନପୂର୍ଣ୍ଣା ଦାସଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୫ ବର୍ଷ ହୋଇଥିଲା। ତାଙ୍କର ସ୍ୱାମୀ ଶ୍ୟାମସୁନ୍ଦର ଦାସ ପୂର୍ବରୁ ଇହଧାମ ତ୍ୟାଗ କରିଯାଇଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ପୁଅ ବୋହୂ ନାତି, ନାତୁଣୀଙ୍କ ସହିତ ରହିଆସୁଥିଲେ। ବାର୍ଦ୍ଧକ୍ୟ ହେତୁ ମୃତ୍ୟୁ ହୋଇଥିଲେ ମଧ୍ୟ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୂ, ନାତି, ନାତୁଣୀ, ଅଣନାତି, ଅଣନାତୁଣୀ, ଝିଅ, ଜ୍ୱାଇଁ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ, ସାହିପଡିଶାମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ଏହିକି ଯେ ରାମାୟଣ, ମହାଭାରତ…

"ଅନ୍ନପୂର୍ଣ୍ଣା ଦାସ ୮୫ ବର୍ଷ ବୟସରେ ପରଲୋକ"

ଜିଲ୍ଲାପାଳଙ୍କଠାରେ ଦାବି ଜଣାଇଲା ଖଇରା ଜନଜାଗରଣ ମଂଚ

ଖଇରା, ୧୪/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ଜନଜାଗରଣ ମଂଚ ଓ ମକୁନ୍ଦ ପ୍ରସାଦ ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଖଇରାର କେତେକ ସମସ୍ୟା ବାବଦରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଓଡିଶାର ପ୍ରଥମ ବାଚଷ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ସ୍ମୃତିରେ ଏକ ପାଠାଗାର ନିର୍ମାଣ ସହିତ ଉପକୋଷାଗାର, ଅତିରିକ୍ତ ଯନ୍ତ୍ରୀ ଜଳସେଚନ କାର୍ଯ୍ୟାଳୟ, ବିଜ୍ଞାପିତ ଅଂଚଳ(ଏନଏସି), ସଲ୍ଟର ହାଉସ୍(ପ୍ରଣୀ ସଂପଦ ବିଭାଗ), ଶବଦାହ କେନ୍ଦ୍ର, ଶବ ବ୍ୟବଛେଦ କେନ୍ଦ୍ର, ତୁଡିଗଡିଆ ଓ ଡୁଙ୍ଗୁରା ଠାରେ ନୂତନ ଫାଣ୍ଡି ପ୍ରତିଷ୍ଠା ପ୍ରଭୁତି ଅର୍ନ୍ତଭୁକ୍ତ। ଏଠାରେ ପ୍ରକାଶ ଥାଉକି ବାଲେଶ୍ୱର ଜିଲ୍ଲାର ସର୍ବ ବୃହତ୍ ବ୍ଲକ ଖଇରା ହୋଇଥିବାରୁ…

"ଜିଲ୍ଲାପାଳଙ୍କଠାରେ ଦାବି ଜଣାଇଲା ଖଇରା ଜନଜାଗରଣ ମଂଚ"

ପାଚିକା-ସହାୟିକାଙ୍କ ବିଇଓ ଅଫିସ ଘେରାଉ

ଖଇରା, ୧୪/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଂଘ ତରଫରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଶତାଧିକ ପାଚିକା-ସହାୟିକାମାନଙ୍କ ଦ୍ୱାରା ଖଇରା ବିଇଓ ଅଫିସ ଆଗରେ ୬ ଦଫା ଦାବିକୁନେଇ ଧାରଣା ଦିଆଯାଇଥିଲା। ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା-ସହାୟିକାମାନେ ନିୟମିତ ମଜୁରୀ ପାଉ ନ ଥିବାବେଳେ ସେମାନଙ୍କର ଦିନକୁ ମଜୁରୀ ମାତ୍ର ୩୩ଟଙ୍କା୩୩ପଇସା। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ମାସିକ ୧୮ ହଜାର ଟଙ୍କା ଦରମା, ସ୍ୱେଚ୍ଛାସେବୀ ବଦଳରେ ଶ୍ରମିକର ମାନ୍ୟତା, ବର୍ଷକୁ ଦୁଇ ଖଣ୍ଡ ଶାଢୀ, ଅଷ୍ଟମ ଶ୍ରେଣୀ ମାଇନର ସ୍କୁଲ ସହିତ ମିଶିବା ପରେ ଛଟେଇ ହୋଇଥିବା ପାଚିକା-ସହାୟିକାମାନଙ୍କୁ…

"ପାଚିକା-ସହାୟିକାଙ୍କ ବିଇଓ ଅଫିସ ଘେରାଉ"

ଜିଲ୍ଲାପାଳଙ୍କଠାରେ ଦାବି ଜଣାଇଲା ଖଇରା ଜନଜାଗରଣ ମଂଚ

ଖଇରା, ୧୨/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ଜନଜାଗରଣ ମଂଚ ଓ ମକୁନ୍ଦ ପ୍ରସାଦ ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଖଇରାର କେତେକ ସମସ୍ୟା ବାବଦରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଓଡିଶାର ପ୍ରଥମ ବାଚଷ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ସ୍ମୃତିରେ ଏକ ପାଠାଗାର ନିର୍ମାଣ ସହିତ ଉପକୋଷାଗାର, ଅତିରିକ୍ତ ଯନ୍ତ୍ରୀ ଜଳସେଚନ କାର୍ଯ୍ୟାଳୟ, ବିଜ୍ଞାପିତ ଅଂଚଳ(ଏନଏସି), ସଲ୍ଟର ହାଉସ୍(ପ୍ରଣୀ ସଂପଦ ବିଭାଗ), ଶବଦାହ କେନ୍ଦ୍ର, ଶବ ବ୍ୟବଛେଦ କେନ୍ଦ୍ର, ତୁଡିଗଡିଆ ଓ ଡୁଙ୍ଗୁରା ଠାରେ ନୂତନ ଫାଣ୍ଡି ପ୍ରତିଷ୍ଠା ପ୍ରଭୁତି ଅର୍ନ୍ତଭୁକ୍ତ। ଏଠାରେ ପ୍ରକାଶ ଥାଉକି ବାଲେଶ୍ୱର ଜିଲ୍ଲାର ସର୍ବ ବୃହତ୍ ବ୍ଲକ ଖଇରା ହୋଇଥିବାରୁ…

"ଜିଲ୍ଲାପାଳଙ୍କଠାରେ ଦାବି ଜଣାଇଲା ଖଇରା ଜନଜାଗରଣ ମଂଚ"

ଅଙ୍ଗନୱାଡି ଖଳେନା କିଣାରେ ମହାଘୋଟାଲା

ଖଇରା, ୧୧/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ରର ୩ ରୁ ୬ ବର୍ଷ କୋମଳମତି ଶିଶୁଙ୍କର ବୌଦ୍ଧିକ ଜ୍ଞାନର ବିକାଶ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଟଙ୍କା ପିଲାଙ୍କ ପାଇଁ ଖେଳନା କିଣା ଯାଉଥିବାବେଳେ ଖଇରା ବ୍ଲକରେ ଏଥିରେ ଅନିୟମିତତା ହୋଇଥିବା ପଦାକୁ ଆସିଛି। ଗତ ୨୦୧୬-୧୭ ପାଇଁ ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ୫ ହଜାର ଟଙ୍କା ଓ ମିନି ଅଙ୍ଗନୱାଡି କେନ୍ଦ୍ରକୁ ୨ହଜାର ୫ଶହ ଟଙ୍କା ୨ ବର୍ଷ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟକ୍ତିଗତ ଖାତାକୁ ଗତ ଡିସେମ୍ବର ୨୦୧୭ ମସିହାରେ ଆସିଥିଲା। ଏହି ଅର୍ଥରେ କର୍ମୀମାନେ ବିଭିନ୍ନ ଖେଳନା ସାମଗ୍ରୀ ଯଥା ସିନେଇଟିକ୍ କ୍ଲାଏ,…

"ଅଙ୍ଗନୱାଡି ଖଳେନା କିଣାରେ ମହାଘୋଟାଲା"

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହି ମୃତ

ଖଇରା, ୧୦ ମଇ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୁଳି ପଞ୍ଚାୟତ ଗଣ୍ଡୁଆ ଗ୍ରାମର ସୁରେନ୍ଦ୍ର ନାୟକ(୪୭)ଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଶ୍ରୀ ନାୟକ ନିଜର ପୁତୁରା ବିଶ୍ୱନାଥ ନାୟକର ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବରଯାତ୍ରୀଙ୍କ ସହିତ ଗଣ୍ଡୁଆରୁ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗ୍ରାମର ଗୟାଧର ବିଶ୍ୱାଳଙ୍କ ଘରକୁ ବାଇକ୍ ରେ ଯାଉଥିବାବେଳେ କଣ୍ଟାପଡା ଛକ ଠାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଥିଲା। ଯାହା ଫଳରେ କି ଶ୍ରୀ ନାୟକ ଭାରସାମ୍ୟ ହରାଇ ନୟନଯୋରୀ ଉପରେ ଥିବା ପୋଲକୁ ଧକ୍କାମାରି ତଳେ ପଡିଯାଇଥିଲା। ପ୍ରଚଣ୍ଡ ଆବାଜ ଶୁଣି କେହି ଲୋକ ଉଦ୍ଧାର ପାଇଁ…

"ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହି ମୃତ"

ସେଛାସେବୀ ସଂଗଠନ ତରଫରୁ ବୃକ୍ଷ ରୋପଣ

ଖଇରା, ୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଭଦ୍ରକ ଜିଲ୍ଲାର ଆଗରପଡା ଠାରେ ନୂତନ ଭାବେ ଗଢି ଉଠିଥିବା ସେଛସେବୀ ସଂଠନ ‘ସବୁଜ ଘର ପରିବାର ଓ ଦିଶା’ତରଫରୁ ଗତକାଲି ଖଇରା ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଲୋପାମୁଦ୍ରା ନାୟକ ବୃକ୍ଷ ରୋପଣକରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ଥାନା ତରଫରୁ ସଂପୂର୍ଣ୍ଣ ସହଯୋଗ ମଧ୍ୟ କରାଯାଇଥିଲା। ଏହି ସଂଗଠନ ଆଗରପଡାର ଆଇଆଇସି ମାନସ କୁମାର ଦେଓ ଏବଂ ମେଡିକାଲ ଅଫିସର ଦୀପକ ଜେନାଙ୍କ ମିଳିତ ସହଯୋଗରେ ଗତ ତା ୦୧/୫/୨୦୧୮ରିଖ ଶ୍ରମିକ ଦିନ ଆଗରପଡା ଠାରେ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଥିଲେ। ଏଥି ସହିତ ଆଗରପଡା ଥାନା, ମେଡିକାଲ, ବଜାରରେ…

"ସେଛାସେବୀ ସଂଗଠନ ତରଫରୁ ବୃକ୍ଷ ରୋପଣ"

କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ଖଇରା, ୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଓ ଔପଦା ଅଂଚଳର ସୁନାମ ଧନ୍ୟ କବି ତଥା ଖଇରା ସାହିତ୍ୟ ସଂସଦର ଆଜୀବନ ସଭାପତି କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଡଗରପଡାସ୍ଥ ରାଣୀଗଢିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବି ଅନାଦି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଦୀନକୃଷ୍ଣ ସାହିତ୍ୟ ସଂସଦର ସଂପାଦକ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ସ୍ୱର୍ଗତ ଦଳାଇଙ୍କର ବହୁମୁଖି ପ୍ରତିଭା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତାଭାବେ କବି ବ୍ରଜେନ୍ଦ୍ର ନାଥ ଗିରି, ସମ୍ମାନିତ…

"କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ"

ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ

ଖଇରା, ୭/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ସାନଜୟପୁର ଆର .ଆଇ ଅଧିନ ଚନ୍ଦନପୁର ଗ୍ରାମରେ ସୁଦର୍ଶନ ବେହେରାଙ୍କର ଘର ଗତକାଲି ରାତ୍ରୀରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ପାଖ ପଡିଶା ଲୋକମାନେ ଦୌଡି ଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିବା ସହିତ ଦମକଳ ବାହିନୀକୁ ଖବର ଦେଇ ଥିଲେ। ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ସୁଦର୍ଶନ ବେହେରାଙ୍କ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିରେ ଧାନ, ଚାଉଳ, ପଲଙ୍କ, ସାଇକେଲ, ସୁନାଅଳଙ୍କାର ସହିତ ସମସ୍ତ ଗୃହ ଉପକରଣ ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି।…

"ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ"