Home Top News ମାଡ଼ି ଆସୁଛି ୟାସ୍ – ପାରାଦୀପଠାରୁ ୪୫୦ ଏବଂ ବାଲେଶ୍ୱରଠାରୁ ୫୪୦ କିଲୋମିଟର ଦୂରରେ ଅଛି...

ମାଡ଼ି ଆସୁଛି ୟାସ୍ – ପାରାଦୀପଠାରୁ ୪୫୦ ଏବଂ ବାଲେଶ୍ୱରଠାରୁ ୫୪୦ କିଲୋମିଟର ଦୂରରେ ଅଛି ଭୟଙ୍କର ବାତ୍ୟା “ୟାସ୍”

227

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଗତକାଲିର ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ ପରିଣତ ହେଲା। ଏହା ପରେ, ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କଲା ଏବଂ ଆଜି, ୨୪ ମଇ, ୨୦୨୧ ର ସକାଳ (୦୫୩୦ ଘଣ୍ଟା IST) ରେ ପୂର୍ବ ମଧ୍ୟ ବଙ୍ଗୋପ ସାଗରଉପରେ ତୀବ୍ର ହୋଇ ସାମୁଦ୍ରୀକ ଝଡ଼ “ୟାସ୍ (YAAS)” ରେ ପରିଣତ ହେଲା।
ଏହା ଆଜି ୨୪ ମଇ, ୨୦୨୧ ରେ ସକାଳ ସାଢ଼େଆଠଟା ସମୟରେ ବଙ୍ଗୋପସାଗରର ପୂର୍ବ ମଧ୍ୟ ଉପସାଗରରେ ଅକ୍ଷାଂଶ ୧୬.୪ ° ଉତ୍ତର ଏବଂ ଦ୍ରାଘିମା ୮୯.୬ ° ପୂର୍ବ, ପୋର୍ଟ ବ୍ଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ଠାରୁ ପ୍ରାୟ ୬୨୦ କିଲୋମିଟର ଉତ୍ତର-ଉତ୍ତରପପଶ୍ଚିମ ଏବଂ ପାରାଦୀପ ଠାରୁ ୫୩୦ କିଲୋମିଟର, ବାଲେଶ୍ୱରଠାରୁ ୬୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ଦିଘା (ପଶ୍ଚିମବଙ୍ଗ)ଠାରୁ ୬୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦିଗରେ ଅବସ୍ଥିତ ଥିଲା କିନ୍ତୁ ଏହା ଏବେ ପ୍ରଥମେ ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଥିଲା ପରେ ଏହାର ବେଗ ବଢ଼ାଇଛି, ଅତି ଭୟଙ୍କର ବାତ୍ୟା ର ରୂପନେବ। ଏବେ “ୟାସ୍” ପାରାଦୀପ ଠାରୁ ୪୫୦ କିଲୋମିଟର, ବାଲେଶ୍ୱରଠାରୁ ୫୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ସନ୍ଧ୍ୟା ୫ଟା ୩୦ ମିନିଟ୍ ରେ ଆସିଥିବା ସ୍ୟାଟେଲାଇଟ୍ ଫଟୋରୁ ପାଣିପାଗ ବିଭାଗ ଆକଳନ କରି କହିଛି।

ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ୟାୟ୍, ପରବର୍ତ୍ତୀ ପ୍ୟାୟ କିଛି ଘଣ୍ଟା ମଧ୍ୟରେ ଏକ ଭୟଙ୍କର ବାତ୍ୟାରେ ଏବଂ ଆସନ୍ତା କାଲି ସକାଳେ ତୀବ୍ର ହେବ ଏବଂ ଅତ୍ୟଧିକ ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ୨୬ ମଇ ସକାଳ ସୁଦ୍ଧା ପହଞ୍ଚିବ। ୨୬ ମଇ ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡ଼ିଶା ୱେଷ୍ଟ ବେଙ୍ଗଲ ଉପକୂଳ ଦେଇ ଅତି ଭୟଙ୍କର ବାତ୍ୟା ଭାବରେ ଅତିକ୍ରମ କରିବାର ସମ୍ଭାବନା ଅଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପବନର ବେଗ
୨୪ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ସମୁଦ୍ର ମଧ୍ୟଭାଗରେ ପବନର ବେଗ ରହିବ ୭୦-୮୦ କିଲୋମିଟର ପ୍ରତି ଘଣ୍ଟା ରହିବ ପରବର୍ତୀ ସମୟରେ ଏହାର ବେଗ ବଢ଼ି ସନ୍ଧ୍ୟା ସାଢ଼େ ସାତଟା ସୁଦ୍ଧା ୯୦-୧୦୦ କିମି ପ୍ରତି ଘଣ୍ଚା ହେବ ଏହାର ଝଟକା ୧୧୦ କିମି ପ୍ରତି ଘଣ୍ଚା ହେବ ଏବଂ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ପରେ ସମୁଦ୍ରର ମଧ୍ୟଭାଗରେ ୨୪ ତାରିଖ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୧୦-୧୨୦ କିମି ପ୍ରତି ଘଣ୍ଟା ହେବ ଏବଂ ଏହାର ଝଟକା ୧୩୦ କିମି ପ୍ରତି ଘଣ୍ଟାକୁ ବଢ଼ିବ। ୨୫ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୩୦-୧୪୦ ପ୍ରତି ଘଣ୍ଟା ହେବ ଏବଂ ଏହାର ଝଟକା ୧୫୫ କିମି ପ୍ରତି ଘଣ୍ଟାକୁ ବଢ଼ିବ ଏବଂ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ଏବଂ ପବନର ବେଗ ବଢ଼ିବ ୨୫ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ଏହା ବୃଦ୍ଧି ପାଇ ୧୪୫-୧୫୫ ଝଟକା ୧୭୦ କିମି ପ୍ରତିଘଣ୍ଟା ହୋଇ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୬ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ୧୫୫-୧୬୫ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୮୫ କିମି ପ୍ରତି ଘଣ୍ଟାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ପରେ ଏହା ୨୬ ତାରଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୨୦-୧୩୦ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୪୫ କିମି ପ୍ରତି ଘଣ୍ଟାରେ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୭ ତାରିଖ ସକାଳେ ଏହାର ବେଗ କମି ୫୫-୬୫ କିମ୍ ପ୍ରତି ଘଣ୍ଟା ଏବଂ ଝଟକା ୭୫ କିମି ପ୍ରତି ଘଣ୍ଟାରେ ବହିବ।
ଚେତାବନୀ:
(୧) ବର୍ଷା:
– ଉତ୍ତର ତଟବର୍ତ୍ତୀ ଆନ୍ଧ୍ରପ୍ରଦେଶ:
୨୪ ମଇରେ ଅଲଗା ଅଲଗା ସ୍ଥାନରେ ପ୍ରବଳ ବର୍ଷା ଏବଂ ୨୫ ମଇରେ ଅଲଗା ଅଲଗା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ।
– ଓଡ଼ିଶା ପାଇଁ (ରେଡ୍ ଆଲର୍ଟ) –
୨୪ ତାରିଖ – କୋଷ୍ଟାଲ୍ ଓଡିଶାର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।
୨୫ ତାରିଖରେ କୋଷ୍ଟାଲ୍ ଓଡିଶାର ବିଭିନ୍ନ ସ୍ଥାନରେ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ
୨୬ ତାରିଖରେ ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଏବଂ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ।
୨୭ ମଇରେ ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି।
ପଶ୍ଚିମବଙ୍ଗ ଏବଂ ସିକ୍କିମ୍:
୨୫ ତାରିଖରେ ମେଦିନିନପୁର, ଦକ୍ଷିଣ ୨୪ ପ୍ରଗଣାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ହାୱଡ଼ା, ହୁଗୁଳି, ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ବିଚ୍ଛିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା।
୨୬ ତାରିଖ ଝରଗ୍ରାମ, ମେଦିନୀପୁର, ଦକ୍ଷିଣ ୨୪ ପ୍ରଗଣା ଏବଂ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ
୨୭ ମଇରେ ମାଲଦା, ଦାର୍ଜିଲିଂ, ଦିନାଜପୁର, କାଲିମ୍ପଙ୍ଗ, ଜାଲପାଇଗୁଡ଼ି, ସିକ୍କିମ୍ ଏବଂ ବାଙ୍କୁରା, ପୁରୂଲିଆ, ବର୍ଦ୍ଧମାନ, ବୀରଭୂମ୍ ଏବଂ ମୁର୍ସିଦାବାଦର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା।
ଝାଡଖଣ୍ଡ : ୨୬ ରୁ ୨୭ ମଇରେ ବିଚ୍ଛିନ୍ନ ସ୍ଥାନରେ ଅତ୍ୟଧିକରୁ ଅଧିକ ପ୍ରବଳ ବର୍ଷା ସହିତ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବୃଷ୍ଟିପାତ ଏବଂ ୨୮ ମଇରେ ବିଚ୍ଛିନ୍ନାଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ବାବନା।
ବିହାର: ୨୭ ମଇରେ ବିଚ୍ଛିନ୍ନ ସ୍ଥାନଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଅତ୍ୟଧିକ ପ୍ରବଳ ବର୍ଷା ସହିତ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବୃଷ୍ଟିପାତ ଏବଂ ୨୮ ମଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଆସାମ ଏବଂ ମେଘାଳୟ: ୨୬ ଏବଂ ୨୭ ମଇରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା।
ସମୁଦ୍ରର ସ୍ଥିତି –
୨୪ ରୁ ୨୬ ମଇ ମଧ୍ୟରେ ବଙ୍ଗୋପସାଗରର ମଧ୍ୟଭାଗର ମୁଖ୍ୟ ଅଂଶ, ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା – ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳର ସମୁଦ୍ର ଅଶାନ୍ତ ରହିବ।
(୫) ମତ୍ସ୍ୟଜୀବୀଙ୍କୁ ଚେତାବନୀ
ମତ୍ସ୍ୟଜୀବୀମାନେ କେନ୍ଦ୍ରୀୟ ବଙ୍ଗୋପସାଗରର ଉପସାଗରରେ ୨୩-୨୫ ମଇ ଏବଂ ୨୪ ରୁ ୨୬ ମଇ ଉତ୍ତର ବଙ୍ଗୋପସାଗର ପଶ୍ଚିମବଙ୍ଗ – ଓଡିଶା – ବାଂଲାଦେଶ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।
ଯେଉଁମାନେ ପୂର୍ବମଧ୍ୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର ଗଭୀର ସମୁଦ୍ରରେ ଅଛନ୍ତି ସେମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।
(୬) ଜୁଆର ତରଙ୍ଗ :
ଝରଗ୍ରାମ, ଦକ୍ଷିଣ ୨୪ ପରଗାନା, ମେଦିନୀପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ନିମ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ୨-୪ ମିଟର ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.