Home Top News ବାତ୍ୟା “ୟାଶ୍” : ପାଣିପାଗ ବିଭାଗର ସଦ୍ୟତମ ସୂଚନା : ଏହି ଜିଲ୍ଲାରେ ପ୍ରବଳ ବର୍ଷିବ,...

ବାତ୍ୟା “ୟାଶ୍” : ପାଣିପାଗ ବିଭାଗର ସଦ୍ୟତମ ସୂଚନା : ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ପ୍ରବଳ ବେଗରେ ବହିବ ପବନ

165

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଗତକାଲି ପୂର୍ବାହ୍ନ ୧୧.୩୦ ସମୟର ଉପଗ୍ରହ ଦ୍ଵାରା ପ୍ରେରିତ ଛବି ଏବଂ ସାମୁଦ୍ରିକ ବୁଏ ଦ୍ଵାରା ହୋଇଥିବା ପର୍ଯ୍ୟବେକ୍ଷଣ ରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲିର ଲଘୁଚାପ କ୍ଷେତ୍ର ଯାହା ଗତକାଲି ସନ୍ଧ୍ୟା ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିଲା ତାହା ଆଜି ଘନୀଭୂତ ହୋଇ ସେହି ଅଞ୍ଚଳରେ ଅବପାତରେ ପରିଣତ ହୋଇଛି, ଯାହା ୧୬.୨ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୦.୨ ଡିଗ୍ରୀ ପୂର୍ବ ଦ୍ରାଘିମା ପାଖାପାଖି କେନ୍ଦ୍ରୀଭୂତ ଅଛି। ଏହା ପୋଟ ବ୍ଲେୟାର (ଆଣ୍ଡାମାନ ଦ୍ବୀପପୁଞ୍ଜା) ଠାରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୫୬୦ କିଲୋମିଟର, ପାରାଦୀପ ଠାରୁ ୫୯୦ କିଲୋମଟର, ବାଲେଶ୍ଵର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୯୦ କିଲୋମିଟର ଏବଂ ଦିଘା (ପଶ୍ଚିମବଙ୍ଗ) ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୭୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତ କରି, ୨୪ ତାରିଖ ସକାଳ ସମୟରେ ଶକ୍ତିଶାଳୀ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଏବଂ ୨୬ ତାରିଖ ସକାଳ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଉଭର ଓଡ଼ିଶା ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା ରହିଛି।ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ଵୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବର୍ଷା ଚେତାବନୀ –
ଦ୍ୱିତୀୟ ଦିନ (୨୪.୦୫ ସକାଳ ୦୮୩୦ ଟା ରୁ ୨୫.୦୫ ସକାଳ ୦୮୩୦ ଟା ପର୍ଯ୍ୟନ୍ତ ବୈଧ)
ଉତ୍ତର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଏବଂ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଗଜପତି, ଜିଲ୍ଲା ଉପରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ। ଓଡ଼ିଶାର ଅବଶିଷ୍ଟ ଜିଲ୍ଲାଗୁଡ଼ିକ ଗଞ୍ଜାମ, ନୟାଗଡ଼ ଏବଂ ଶୁଖିଲା ପାଗ ଅଧିକ ହେବାର ସମ୍ଭାବନା ରହିଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତୃତୀୟ ଦିନ (୨୫.୦୫ ସକାଳ ୦୮୩୦ ଟା ରୁ ୨୬.୦୫ ସକାଳ ୦୮୩୦ ଟା ପର୍ଯ୍ୟନ୍ତ ବୈଧ)

ଉପକୂଳ ଓଡ଼ିଶାର ଜିଲ୍ଲା ତଥା ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ତଥା ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚତୁର୍ଥ ଦିନ (୨୬.୦୫ ସକାଳ ୦୮୩୦ ଟା ରୁ ୨୭.୦୫ ସକାଳ ୦୮୩୦ ଟା ପର୍ଯ୍ୟନ୍ତ ବୈଧ)

ଉତ୍ତର ଓଡ଼ିଶାର ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ରେଡ୍ ଆଲର୍ଟ (ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ)

୧ – ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝରର ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)
୨ – ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲା ଉପରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ପଞ୍ଚମ ଦିନ (୨୭.୦୫ ସକାଳ ୦୮୩୦ ଟା ରୁ ୨୮.୦୫ ସକାଳ ୦୮୩୦ ଟା ପର୍ଯ୍ୟନ୍ତ ବୈଧ)

ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ, ଉତ୍ତର ଉପକୂଳ ଓଡିଶାର ଜିଲ୍ଲା ଉପରେ କିଛି ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର ଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ (ଅଦ୍ୟତନ ହେବ)
ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ପବନଜନିତ ଚେତାବନୀ:

କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ ପବନ ଘଣ୍ଟା ପ୍ରତି ବେଗ ୫୦ ରୁ ୬୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ରହିବାର ସମ୍ଭାବନା ଥିବା ବେଳେ, ୨୪ ତାରିଖ ଠାରୁ ଏହି ପବନ ଘୁର୍ଣ୍ଣିୟମାନ ହେବା ସହ ଘଣ୍ଟା ପ୍ରତି ବେଗ ୬୫ ରୁ ୭୫ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୮୫ କିମି ରହିବାର ସମ୍ଭାବନା ରହିଛି ଏବଂ ଏହା କ୍ରମାଗତ ଭାବେ ୨୫ ତାରିଖ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୩ ତାରିଖରୁ ବଙ୍ଗୋପ ସାଗର ମଧ୍ୟରେ ପବନର ବେଗ ୪୫ କିମି ପ୍ରତି ଘଣ୍ଟାରୁ ଆରମ୍ଭ ହୋଇ ବୃଦ୍ଧିପାଇବ ଏବଂ ପରେ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.