Home Top News ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ୧୮୫ କିମି ବେଗରେ ବହିବ...

ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ୧୮୫ କିମି ବେଗରେ ବହିବ ପବନ – ପାଣିପାଗ ବିଭାଗର ସଦ୍ୟତମ ସୂଚନା

359

ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ପୂର୍ବ ମଧ୍ୟ ବଙ୍ଗୋପସାଗ ଲଘୁଚାପ ସୃଷ୍ଟି ହୋଇଛି ଏହା ଆଜି ପୂର୍ବାହ୍ନ ୧୧ ଟା ୩୦ମିନିଟ୍ ସମୟରେ ୧୬.୧ ° ଉତ୍ତର ଅକ୍ଷାଂଶ ଏବଂ ୯୦.୨ ° ପୂର୍ବ ଦ୍ରାଘିମା ଅଞ୍ଚଳରେ କେନ୍ଦୀଭୂତ ହୋଇଛି ଯାହାକି

ପୋର୍ଟ ବ୍ଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ର ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୫୬୦ କିଲୋମିଟର, ପାରାଦୀପଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୫୯୦ କିଲୋମିଟର ବାଲାସୋରର ଦକ୍ଷିଣ-ଦକ୍ଷିଣ ପୂର୍ବଠାରୁ ୬୯୦ କିଲୋମିଟର ଏବଂ ଦିଗାଠାରୁ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦୀଗରେ କେନ୍ଦୀଭୂତ ହୋଇଛି।

ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ମଇ ସକାଳେ ଏକ ସାମୁଦ୍ରୀକ ଝଡ଼ରେ ପରିଣତ ହେବ ଏବଂ ଏହା ୨୪ ଘଣ୍ଟା ପରେ ଅତି ଭୟଙ୍କର ସାମୁଦ୍ରୀକ ଝଡ଼ରେ ପରିଣତ ହେବ।

୨୬ ମଇ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ଯାହାକି ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା – ପଶ୍ଚିମବଙ୍ଗ ଦେଇ ପାର ହେବାର ସମ୍ଭାବନା ବହୁତ ଅଧିକ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୩ ତାରିଖରୁ ବଙ୍ଗୋପ ସାଗର ମଧ୍ୟରେ ପବନର ବେଗ ୪୫ କିମି ପ୍ରତି ଘଣ୍ଟାରୁ ଆରମ୍ଭ ହୋଇ ବୃଦ୍ଧିପାଇବ ଏବଂ ପରେ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.