Home Top News ୨୬ ତାରିଖ ମଧ୍ୟାହ୍ନରେ ଅତିକ୍ରମ ବାତ୍ୟା “ୟାସ୍” – ବାଲେଶ୍ୱରଠାରୁ ୬୩୦ କମି ଦୂରରେ ଏବେ...

୨୬ ତାରିଖ ମଧ୍ୟାହ୍ନରେ ଅତିକ୍ରମ ବାତ୍ୟା “ୟାସ୍” – ବାଲେଶ୍ୱରଠାରୁ ୬୩୦ କମି ଦୂରରେ ଏବେ – ଭାରତୀୟ ପାଣିପାଗ ବିଭାଗ

154

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି। ସକାଳ ସାଢ଼େଆଠଟାରେ ବାତ୍ୟା ‘ୟାଶ୍’ ୧୬.୪ ° ଉତ୍ତର ଅକ୍ଷାଂଶ ଏବଂ ୮୯.୬ ° ପୂର୍ବ ଦ୍ରାଘିମାରେ, କେନ୍ଦ୍ରୀଭୂତ ହୋଇଛି। ବର୍ତ୍ତମାନ ବାଲେଶ୍ୱରଠାରୁ ୬୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅବସ୍ଥିତ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ସୂଚା ଦେଇଛି। ଆହୁରି ତୀବ୍ର ହେବ ବୋଲି କହିଛି ବିଭାଗ। ତେବେ ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜକୁ ମଧ୍ୟରେ ୨୬ ତାରିଖ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ଟୁଇଟ୍ କରି କହିଛି ବିଭାଗ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ଜାରୀ କରାଯାଇଛି। ପାରାଦୀପ ଏବଂ ଧାମରା ପାଇଁ ବିପଦ ସଂକେତ-୪, ପୁରୀ ଏବଂ ଗୋପାଳପୁର ପାଇଁ ବିପଦ ସଂକେତ-୩ ଜାରୀ କରାୟାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ NDRF ର ୯୯ ଟି ଟିମ୍ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି NDRF ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.