Home Top News ବନ୍ଦର ଗୁଡକ ପାଇଁ ବିପଦ ସଂକେତ: ପାରାଦୀପ ଏବଂ ଧାମରା ପାଇଁ ବିପଦ ସଂକେତ-୪, ପୁରୀ...

ବନ୍ଦର ଗୁଡକ ପାଇଁ ବିପଦ ସଂକେତ: ପାରାଦୀପ ଏବଂ ଧାମରା ପାଇଁ ବିପଦ ସଂକେତ-୪, ପୁରୀ ଏବଂ ଗୋପାଳପୁର ପାଇଁ ବିପଦ ସଂକେତ-୩

99

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି। ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି। ସେହିଭଳି ବାଲେଶ୍ୱର ଠାରୁ ବାତ୍ୟା ‘ୟଶ୍’ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଏବଂ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିମି ଦୂରରେ ରହିଛି।

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତ କରି, ୨୪ ତାରିଖ ସକାଳ ସମୟରେ ଶକ୍ତିଶାଳୀ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଏବଂ ୨୬ ତାରିଖ ସକାଳ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଉଭର ଓଡ଼ିଶା ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା ରହିଛି।ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ଵୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ଜାରୀ କରାଯାଇଛି। ପାରାଦୀପ ଏବଂ ଧାମରା ପାଇଁ ବିପଦ ସଂକେତ-୪, ପୁରୀ ଏବଂ ଗୋପାଳପୁର ପାଇଁ ବିପଦ ସଂକେତ-୩ ଜାରୀ କରାୟାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.