ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସାରା ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ଭଷ୍ଟ୍ରାଚାର ବିରୋଧି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହା ସାରା ଦେଶରେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଆଜି ରାଉରକେଲା ରେଳ ଷ୍ଟେସନ ଠାରେ ଏହି ଅଭିଯାନ ରାଉରକେଲା ଷ୍ଟେସନ ମାଷ୍ଟର ଏକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଷ୍ଟେସନ ପରିସରରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚକ୍ରଧରପୁର ଡିସିଏମ ପି. ପ୍ରସାଦ ମୁଖ୍ୟ ଅତିତô ଭାବେ ଯୋଗ ଦେଇଥିଲେ। ସେ କହିଲେଯେ, ରେଳବାଇରେ ଦୁର୍ନିତିକୁ ଚେରରୁ ନଷ୍ଟ କରିବାକୁ ପଡ଼ିବ। ଏହି ଅବସରରେ ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନ, ଟିକେଟ କାଉଣ୍ଟର, ରିଜର୍ଭ କାଉଣ୍ଟରରେ ରେଳବାଇର ବିଭିନ୍ନ ଅଧିକାରୀ ମାନେ ଯୋଗ…

"ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ"

ଆରଏସପି ସେଲ୍ ହକି ଏକାଡେମୀ ସ୍ୱର୍ଣ୍ଣ କପ ହକିରେ ଚାମ୍ପିୟାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ସେଲ ହକି ଏକାଡେମୀ ଉତ୍ତର ପ୍ରଦେଶର ଝାଂସି ଠାରେ ଗତ ଜାନୁଆରୀ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ ଅଷ୍ଟମ ସର୍ବଭାରତୀୟ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇ ଇସ୍ପାତ ସହର ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ୨୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାର ଲିଗ ମ୍ୟାଚ ଗୁଡ଼ିକରେ ସେଲ ହକି ଏକାଡେମୀ ଏହାର ସମସ୍ତ ମ୍ୟାଚରେ ଦୃଢ ବିଜୟ ହାସଲ କରିଥିଲା। ଉକ୍ତ ଦଳ ଭୋପାଳ ହକି ଏକାଡେମୀକୁ ୭-୦,…

"ଆରଏସପି ସେଲ୍ ହକି ଏକାଡେମୀ ସ୍ୱର୍ଣ୍ଣ କପ ହକିରେ ଚାମ୍ପିୟାନ"

ଆରଏସପି କୋକ ଓଭେନ ବିଭାଗ ହାଉସ କିପିଙ୍ଗ ଓ ସୁରକ୍ଷା ଚମ୍ପିୟାନ ପୁରସ୍କାରରେ ପୁରସ୍କୃତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ୨୦୧୭ ମସିହାରେ ସର୍ବାଧିକ ସମୁଦାୟ ପଏଂଟ ହାସଲ କରି ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର କୋକ ଓଭାନ ବିଭାଗ ଶ୍ରେଷ୍ଠ ହାଉସ କିପିଙ୍ଗ ଓ ସୁରକ୍ଷା ପୁରସ୍କାର ଲାଭ କରିଛି। ଏହା ବ୍ୟତୀତ ୧୪ଟି ବିଭାଗକୁ ସୁରକ୍ଷା ଓ ହାଉସକିପିଙ୍ଗ କ୍ଷେତ୍ରରେ ଉତ୍କଷ୍ ର୍ତା ହାସଲ ନିମନ୍ତେ ପୁରସ୍କୃତ କରାଯାଇଥିଲା। ଜାନୁଆର ୨୭ ତାରିଖରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଆରଏସପିର ସିଇଓ ଅଶ୍ୱିନୀ କୁମାର ଏହି ପୁରସ୍କାର ମାନ ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଉନ୍ନତ ହାଉସକିପିଙ୍ଗ ଏବଂ କାରଖାନା ମଧ୍ୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ରକ୍ଷା ନିମନ୍ତେ କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା…

"ଆରଏସପି କୋକ ଓଭେନ ବିଭାଗ ହାଉସ କିପିଙ୍ଗ ଓ ସୁରକ୍ଷା ଚମ୍ପିୟାନ ପୁରସ୍କାରରେ ପୁରସ୍କୃତ"

ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଲାଗି ସଂଗ୍ରାମ ଜାରି ରହିବ: ଏଚଏମଏସ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଗତ ୩୦ ତାରିଖରେ ଆରଏସପି ଏବଂ ୩୧ରେ ରାଜଗାଙ୍ଗପୁର ଠାରେ ଥିବା ଓସିଏଲ ଶ୍ରମିକ ୟୁନିୟନ ସ୍ୱୀକୃତି ନିବୟାଚନ ଅନୁଷ୍ଠିତ କରାଯାଇଥିଲା। ନିର୍ବାଚନ ଫଳାଫଳକୁ ହିନ୍ଦ ମଜଦୁର ସଭା ବିନ୍ରମତାର ସହ ଗ୍ରହଣ କରିଛନ୍ତି ଏହାର ରାଜ୍ୟ ନିର୍ବାହୀ ସଭାପତି ବିଦ୍ୟାଧର ବାରିକ। ନାନା ପ୍ରକାର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ରାଉରକେଲା ମଜଦୁର ସଭା ଏବଂ ଓଡ଼ିଶା ସିମେଣ୍ଟ ମଜଦୁର ସଂଘକୁ ଭୋଟ ଦେଇଥିବା କର୍ମଚାରୀ ବାସ୍ତବରେ ଧନ୍ୟବାଦର ପାତ୍ର। ତେବେ ଚଳିତ ନିର୍ବାଚନରେ ପ୍ରତିପକ୍ଷ ୟୁନିୟନ ବିପୁଳ ଅର୍ଥ କାରବାର ସାଙ୍ଗକୁ ମାତ୍ରାଧିକ ରାଜନିତୀକରଣ କରିବାକୁ ପଛାଇ ନାହାନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ଏପରି ଅସାଧୁ…

"ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଲାଗି ସଂଗ୍ରାମ ଜାରି ରହିବ: ଏଚଏମଏସ"

ସାଇସେବା ଶ୍ରଦ୍ଧାଟ୍ରଷ୍ଟ ପକ୍ଷରୁ ସାଇବାବାଙ୍କ ପାଲିଙ୍କି ଯାତ୍ରା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବାସନ୍ତୀ କଲୋନୀ ସ୍ଥିତ ଦୁର୍ଗାପୁର ପାହାଡ଼ ଉପରେ ଥିବା ସାଇବାବା ମନ୍ଦିର ପରିସରରେ ସାଇସେବା ଶ୍ରଦ୍ଧା ଟ୍ରଷ୍ଟର ୭ମ ବାର୍ଷିକୋତ୍ସବ ମହା ସମାରୋହରେ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ପ୍ରାତଃ କାଳରେ ସାଇବାବାଙ୍କ କାକଡ଼ ଆରତୀ ଓ ଅନ୍ୟାନ ପୂଜାର୍ଚ୍ଚନା ପୂଜକଙ୍କ ଦ୍ୱାରା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଦିଲୀପ ରାୟ ମୁଖ୍ୟ ଅତିଥି ଭାବେ ପୂଜାର୍ଚ୍ଚନାରେ ଯୋଗ ଦେଇଥିଲେ। ସେ ଏହି ଅବସରରେ କହିଲେଯେ, ସାଇବାବାଙ୍କ କରୁଣା ଅପାର। ତାଙ୍କ ଶରଣରେ ଆସିଲେ ସବୁ କଷ୍ଟରୁ ମୁକ୍ତି ମିଳେ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି…

"ସାଇସେବା ଶ୍ରଦ୍ଧାଟ୍ରଷ୍ଟ ପକ୍ଷରୁ ସାଇବାବାଙ୍କ ପାଲିଙ୍କି ଯାତ୍ରା"

ପ୍ରଦୂଷଣର ବିଷ ବଳୟରେ କଲୁଂଗା ଶିଳ୍ପାଞ୍ଚଳ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ପତ୍ରର ସବୁଜ ରଂଗ କଳା ହୋଇଗଲାଣି, ପ୍ରାକୃତ୍ତିକ ଜଳଉଛ ତଥା ନାଳରେ କାରଖାନାର ବର୍ଜ୍ୟଜଳ ପ୍ରବାହିତ ହେଉଛି ଯାହାଫଳରେ ଚାଷ ଉଜୁଡିବା ସହିତ ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡୁଛନ୍ତି ହେଲେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଦିଶୁନି। ଶିଳ୍ପସମୃନ୍ଧ ସୁନ୍ଦରଗଡ ଜିଲ୍ଲାର ସର୍ବପୁରାତନ ଶିଳ୍ପାଞ୍ଚଳ କଲୁଂଗା ଅଞ୍ଚଳରେ ଗତ ତିନି ଦଶନ୍ଧି ମଧ୍ୟରେ ଅନେକ ଶିଳ୍ପ କାରଖାନା ଗଢି ଉଠିଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଏହାର ଆଖପାଖରେ ରହୁଥିବା ଗ୍ରାମବାସୀ ମାନେ ପ୍ରଦୂଷଣର ବିଷ ବଳୟରେ ରହିବାକୁ ବାଧ୍ୟ ହେଉଛନ୍ତି। କଲୁଂଗା ଶିଳ୍ପାଞ୍ଚଳରେ ଥବା ଅନେକ ଶିଳ୍ପକାରଖାନା ପ୍ରଦୂଷଣ ବିଭାଗର ନିତିନିୟମକୁ ଖୋଲାଖୋଲି ଉଂଲଘନ କରିଚାଲିଥିବାରୁ ଆଖପାଖରେ ବାସ କରୁଥିବା…

"ପ୍ରଦୂଷଣର ବିଷ ବଳୟରେ କଲୁଂଗା ଶିଳ୍ପାଞ୍ଚଳ"

ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ବନବିଭାଗ ପକ୍ଷରୁ ଚୋରା କାଠ ଚାଲାଣ ରୋକିବା ଅଭିଯାନ ଜୋରଦାର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ସୋଲ ରେଂଜ ଅଂଚଳରେ ବିଭାଗୀୟ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ପୁଲିସ ଗାଡ଼ିରେ ଶାଳକାଠ ଚାଲାଣ ଉଦ୍ୟମ ବ୍ୟର୍ଥ୍ୟ ହୋଇଛି। କାଠ ମାଫିଆଙ୍କ ଏଭଳି କଳାକନା ବୁଲାଇବା କୌଶଳ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ବନ ବିଭାଗ ଜିମା ଦେଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଏକ ଟାଟା ୯୦୯ ଇଏକ୍ସ ଗାଡ଼ି ଓଡ଼ି ୫ ୱାଇ ୯୬୩୦ରେ ପ୍ରାୟ ୬ରୁ ୭ ଖଣ୍ଡ ଶାଳ ଗଣ୍ଡି ଲୋଡିଂ ହୋଇଥିଲା। ସନ୍ଦେହରେ ଗ୍ରାମବାସୀ…

"ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!"

ଯୁବ ହଷ୍ଟେଲର ବେଦବ୍ୟାସ ଶିଶୁମେଳା

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଆନୂକୁଲ୍ୟରେ ଶ୍ରୀ ବେଦବ୍ୟାସ ଗୋଶାଳା ସମିତି, ବୈଦିକ ଗୁରୁକୁଳ ଆଶ୍ରମ, ଗୁରୁକୁଳ ସଂସ୍କୁତ ମହାବିଦ୍ୟାଳୟ, ମାନବ ସେବା ସଦନ, ବଡଗାଁ ଆଇ.ଟି.ଆଇ, ସି.ଆଇ.ଟି.ଇ, ଏନ.ଆଇ.ଟି ର ମିଳିତ ସହଯୋଗ ରେ ଆସନ୍ତା ଫେବୃଆରୀ ୩ତାରିଖରୁ ୪ ତାରିଖ ବେଦ୍ୟାବାସ ଶିଶୁ ମେଳା ସ୍ଥାନୀୟ ବୈଦିକ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସୁନ୍ଦରଗଡ ବିଭିନ୍ନ ଆଶ୍ରମରୁ ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦାନ କରିବେ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଶିଶୁ ସମାବେଶ, ଯୁବ ପ୍ରଶିକ୍ଷଣ ଶିବିର, କ୍ରିଡା, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଜାତୀୟ ଏକତା ଶିବିର, ସାଂସ୍କୁତିକ କାର୍ଯ୍ୟକ୍ରମ ଅନୂଷ୍ଠିତ…

"ଯୁବ ହଷ୍ଟେଲର ବେଦବ୍ୟାସ ଶିଶୁମେଳା"

ଆରଜିଏଚରେ ଝାଡ଼ଖଣ୍ଡ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସରକାରୀ ଡାକ୍ତରଖାନାରେ ଗତ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିଲା। ଝାଡଖଣ୍ଡରୁ ରେଫର ହୋଇ ଆସିଥିବା ଜଣେ ରୋଗୀଙ୍କୁ ଡାକ୍ତର କେବଳ ଗ୍ୟାସ ବଟିକା ଦେଇ ଫେରାଇ ଦେଇଥିଲେ। ଏନେଇ ସନ୍ଦେହ ହେବାରୁ ରୋଗୀ ଜଣଙ୍କ ଅନ୍ୟ ଜରେ ଡାକ୍ତରଙ୍କୁ ନିଜ ରୋଗ ବିଷୟରେ କହିଥିଲେ। ସମ୍ପୃକ୍ତ ଡାକ୍ତର ରୋଗୀଙ୍କୁ ଅଲଟ୍ରା ସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ମହିଳାଙ୍କ ଗର୍ଭାଶୟରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏନେଇ ସିଏମଙ୍କ ନିକଟରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡ ସିମଡେଗାର ଗୀତା ଦେବୀ(୪୩) ଗତ ଏକମାସ ହେବ ପେଟରେ ଯନ୍ତ୍ରଣା ହେଉଥିଲା। ଏନେଇ ସେ ସିମଡେଗାରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ…

"ଆରଜିଏଚରେ ଝାଡ଼ଖଣ୍ଡ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ"

ଆରଏସ୍ ପିର ୧୮ ଅଧିକାରୀ ପାଇଲେ ଜବାହାର ପୁରସ୍କାର

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ୧୮ ଜଣ ଅଧିକାରୀ ମର୍ଯ୍ୟାଦାଜନକ ଜବାହାର ପୁରସ୍କାର ପ୍ରାପ୍ତ କରି ଆରଏସପି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ସେମାନଙ୍କ କାର୍ଯ୍ୟ ଅଂଚଳରେ ବିଶେଷ କାର୍ଯ୍ୟ ସମ୍ପାଦନ, ଉତ୍ପାଦନ, ଉତ୍ପାଦକତା, ରକ୍ଷଣବେକ୍ଷଣ, ସେବା, ଗୁଣବତ୍ତା, ବ୍ୟୟ ହ୍ରାସ, ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ସ୍ୱୀକୃତି ସ୍ୱରୂପ ମର୍ଯ୍ୟାଦାଜନକ ଜବାହାର ପୁରସ୍କାର ମିଳିଛି। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱୀନୀ କୁମାର ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଗତ ଜାନୁଆରୀ ୨୭ ତାରିଖରେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଉକ୍ତ ପୁରସ୍କାର ସେମାନଙ୍କୁ ବିତରଣ କରିଥିଲେ।…

"ଆରଏସ୍ ପିର ୧୮ ଅଧିକାରୀ ପାଇଲେ ଜବାହାର ପୁରସ୍କାର"