Home Coronavirus Outbreak ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି

ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି

219

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି।

ଭଦ୍ରକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ, ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୪୫ କୁ ବୃଦ୍ଧିପାଇଛି।

ଗଞ୍ଜାମ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ କି କୋଭିଡ୍ ପଜିଟିଭ୍ ରୋଗୀ ତାଙ୍କର କାରସିନୋମା ଗାଲ୍ ବ୍ଲାଡର୍, ଗୁରୁତର ସେପ୍ଟିକ୍ ଶକ୍ ଏବଂ ହେପାଟିକ୍ ଏନସେଫାଲୋପାଥି କାରଣରୁ ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି –

୧- ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ନବରଙ୍ଗପୁର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ପୁଲମୋନାରୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୩- ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କା ମହିଳା।

୪- ଗଞ୍ଜାମ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୫- ନୟାଗଡ଼ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୬- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ପୁନର୍ବାର ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୮- ଭଦ୍ରକ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- କନ୍ଧମାଳ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- କେନ୍ଧୁଝର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଭଦ୍ରକ ଜିଲ୍ଲାରେ ୮୦୪ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୨ [+୬୫] ଜଣ ସକ୍ରୀୟ ଅଛନ୍ତି। ୫୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୨, ୦୮୦ [+୨୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୩୩୧ [+୨୬୪] ଜଣ ସକ୍ରୀୟ ଅଛନ୍ତି। ୮, ୬୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୭୭୨ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୧ [+୭୩] ଜଣ ସକ୍ରୀୟ ଅଛନ୍ତି। ୪୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୯୯୨ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୯ [+୫୫] ଜଣ ସକ୍ରୀୟ ଅଛନ୍ତି। ୬୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୩୩୧ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୮୦୨ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୬ [+୨୪] ଜଣ ସକ୍ରୀୟ ଅଛନ୍ତି। ୪୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୮୮୨ [+୧୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୪ [+୧୭୬] ଜଣ ସକ୍ରୀୟ ଅଛନ୍ତି। ୧, ୧୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.