ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି

ବିଜେପିର କର୍ମୀମାନଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିବା ପ୍ରସଙ୍ଗରେ: – ଗତକାଲି କଟକରେ ବିଜେପି କାର୍ଯ୍ୟକର୍ତାଙ୍କୁ ରାତିଅଧିଆ ଗିରଫ ଅଗଣତାନ୍ତ୍ରୀକ – ଖୋଦ୍ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରରେ ହିଂସା ସୃଷ୍ଟି କରି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ମଧ୍ୟ ପଛାଉନାହାଁନ୍ତି – ସାଧାରଣ ସହରବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗକୁ ଉତ୍ଥାପନ କରିବା କ’ଣ ଭୂଲ ? – ହିଂସା ପରାୟଣ ଶାସକ ବିଜେଡିର ଅସହିଷ୍ନୁ ମନୋଭାବ ସ୍ପଷ୍ଟ ହୋଇଛି ଭୁବନେଶ୍ୱର, ତା ୧୨/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ଚାଲିଛି ଅରାଜକତାର ସରକାର। ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ପୋଲିସ ଅଫିସର ପର୍ଯ୍ୟନ୍ତ ଲାଗୁଛି ସମସ୍ତେ ଯେମିତି ଶାସକ ବିଜେଡିର ଚାବି ଦିଆ ଖେଳନା। ଶାସକ ବିଜେଡି…

"ଗଣତନ୍ତ୍ର ଓ ନିଜ କର୍ତ୍ତବ୍ୟକୁ ଭୁଲି ଶାସକ ବିଜେଡିର ଏଜେଣ୍ଡାରେ ସାମିଲ ହୋଇ ପୋଲିସ ଓ ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି: ବିଜେପି"

ରେଭେନସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ପରିବେଶବିତ୍ ଶ୍ରୀନିବାସ ଜେନା ସମ୍ବର୍ଦ୍ଧିତ

ଯାଜପୁର-୯/୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଜଣେ ଜଣାଶୁଣା ପରିବେଶବିତ୍ ତଥା ମାବଧିକାର କର୍ମୀ ଶ୍ରୀନିବାସ ଜେନାଙ୍କୁ ଆଜି ରେଭେନସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଆଦିବାସୀମାନଙ୍କ ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଜେନା ଦୀର୍ଘ ୨୦ ବର୍ଷ ଧରି ଯାଜପୁର ଜିଲ୍ଲାର ଧର୍ମଶାଳା, ବଡଚଣା, ରସୁଲପୁର ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହିତ ଏହାକୁ ବଞ୍ଚାଇ ରଖିବା ପାଇଁ ଜଳର ବ୍ୟବସ୍ଥା କରି ଖୁବ ସୁନାମ ଅର୍ଜନ କରିଛନ୍ତି। ନିଜ ଜୀବନ କାଳ…

"ରେଭେନସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ପରିବେଶବିତ୍ ଶ୍ରୀନିବାସ ଜେନା ସମ୍ବର୍ଦ୍ଧିତ"

କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ଆପଣମାନେ ସବୁବେଳେ ଲୋକଙ୍କ ସହିତ ରୁହନ୍ତୁ ଏବଂ ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇ କାମ କରନ୍ତୁ। ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ୱିତ ଅନୁସଂଧାନ କରି ସମାଧାନ କରିବାପାଇଁ ଉଦ୍ୟମ କରିବାକୁ ସେ କହିଥିଲେ। କମିଶନରେଟ୍ ପୋଲିସ ଗତ ୧୦ ବର୍ଷ…

"କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ"

ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ନରେନ୍ ରାୟଙ୍କ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର କଟକ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ କଳାକାର ଓ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କ କଟକ ସ୍ଥିତ ନୂଆବଜାର ନିଜସ୍ୱ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭିର ସମ୍ବେଦନା ଜ୍ଞାପନ କରିଥିଲେ। ପ୍ରଥମ ଓଡିଆ ଚଳଚିତ୍ର ଗପ ହେଲେବି ସତ ଚଳଚିତ୍ରର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ମରଶରୀରକୁ ଗୁରୁବାର କଟକରୁ ସ୍ୱର୍ଗଦ୍ୱାର ଅଣାଯାଇ ଶେଷକୃତ ସଂପନ୍ନ…

"ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି"

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ନୂତନ ଭବନ ଭିତିପ୍ରସ୍ତର ସ୍ଥାପନ ପାଇକ ବିଦ୍ରୋହ ଓ ଲବଣ ସତ୍ୟାଗ୍ରହ ଓଡିଆ ଜାତି କର ବ୍ୟବସ୍ଥା ନେଇ ସଚେତନ ସମାଜ ବୋଲି ପ୍ରମାଣ – ଧର୍ମେନ୍ଦ୍ର ପ୍ରଧାନ

 ୨ ଶହ ବର୍ଷ ପୂବେ ର୍ ଓଡିଆ ସମାଜ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ମାନଙ୍କର କର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲା  ବ୍ରିଟିଶ ମାନଙ୍କର ଟିକସ ବ୍ୟବସ୍ଥାକୁ ବିରୋଧ କରି ମିଲେନିୟମ ସିଟି କଟକକୁ ବାଲେଶ୍ୱରର ଇଂଚୁଡି ପର୍ଯ୍ୟନ୍ତ ପାଦରେ ଚାଲି ବ୍ରିଟିଶ କର ବ୍ୟବସ୍ଥାକୁ ଓଡିଆ ଜାତି ବିରୋଧ କରିଥିଲା  ଗତ ବର୍ଷ ତୁଳନାରେ ଓଡିଶାରେ ୩୩ ପ୍ରତିଶତ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ରାଜ୍ୟର ବ୍ୟବସାୟିକ ବିକାଶର ସୂଚନା  ଓଡିଶା ସମେତ ପୂବ ର୍ ଭାରତରେ ନିବେଶ ନ ବଢିଲେ ଦେଶର ଦୃତ ବିକାଶ ଅସମ୍ଭବ  ଓଡିଶା ସରକାର ଓ ଆଇଓସିଏଲ ଟିକସ ବିବାଦ…

"କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ନୂତନ ଭବନ ଭିତିପ୍ରସ୍ତର ସ୍ଥାପନ ପାଇକ ବିଦ୍ରୋହ ଓ ଲବଣ ସତ୍ୟାଗ୍ରହ ଓଡିଆ ଜାତି କର ବ୍ୟବସ୍ଥା ନେଇ ସଚେତନ ସମାଜ ବୋଲି ପ୍ରମାଣ – ଧର୍ମେନ୍ଦ୍ର ପ୍ରଧାନ"

ବନ୍ଧା ପଡିଲା ସୌମ୍ୟଙ୍କ ସ୍ୱାଭିମାନ

ଭୁବନେଶ୍ୱର ୧୬-୧୦ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଗତ କାଲି ଅର୍ଥାତ୍ ୧୬ ସେପ୍ଟେମ୍ବର ଥିଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଥିଲା ଜନ୍ମଦିନ। ଏଥି ସକାଶେ ଦଳ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା। ନବୀନ ନିବାସ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଥିଲା ଉତ୍ସବମୁଖର। ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର। ଆଗକୁ ଅଛି ବିଜେପୁର ଉପ ନିର୍ବାଚନ। ସେଥିପାଇଁ ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକ ବିଜେପୁର ପାଇଁ ଏକ ନୂତନ ଜଳସେଚନ ପ୍ରକଳ୍ପର ଘୋଷଣା ମଧ୍ୟ କରିଥିଲେ। ଏ ସବୁ ଭିତରେ ଥିଲା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ସରକାର ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର…

"ବନ୍ଧା ପଡିଲା ସୌମ୍ୟଙ୍କ ସ୍ୱାଭିମାନ"

ବ୍ରାହ୍ମଣ ଝରିଲୋ ବୋମାମାଡ଼ ଘଟଣାରେ ଦୁଇ ଗିରଫ – ବାଇକ ଜବତ

କଟକ, ୭/୭ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଗତ ୨୪ତାରିଖରେ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବଜାରରେ ଥିବା ମା’ଲକ୍ଷ୍ମୀ ଫର୍ନିଚର ଶୋ’ରୁମ ଉପରେ ବୋମାମାଡ଼ କରିଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅଧିନ ଗଙ୍ଗେଶ୍ୱର ଗ୍ରାମର ବିକ୍ରମ ପାତ୍ର ଓ ବ୍ରାହ୍ମଣଝରିଲୋ ଗ୍ରାମର ଶେଖ ହନିଫ। ଏହି ଘଟଣାରେ ବ୍ୟବହୃତ ଗୋଟିଏ ସ୍କୁଟର, ଏକ ମୋବାଇଲ ଫୋନ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଏବେ ବି ଫେରାର ଅଛନ୍ତି। ସୂଚନା ଯୋଗ୍ୟ, ବ୍ରାହ୍ମଣ ଝରିଲୋ ବଜାରରେ ଫର୍ନିଚର ଦୋକାନ କରିଥିବା ସେହି ଗ୍ରାମର ଦିବ୍ୟଲୋଚନ ସାହୁଙ୍କୁ ୨ଲକ୍ଷ ଟଙ୍କା ଦାଦା…

"ବ୍ରାହ୍ମଣ ଝରିଲୋ ବୋମାମାଡ଼ ଘଟଣାରେ ଦୁଇ ଗିରଫ – ବାଇକ ଜବତ"

ଗୋଟିଏ ଆପ୍ ମାଧ୍ୟମରେ ମିଳିବ ସହରାଞ୍ଚଳର ମୌଳିକ ସେବା – ତୁରନ୍ତ ସେବା ଯୋଗାଣ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୭-୭-୧୭ (ଓଡ଼ିଆ ପୁଅ) ଏକକ ମୋବାଇଲ ଆପ୍ ମାଧ୍ୟମରେ ରାଜ୍ୟର ପ୍ରମୁଖ ସହରାଞ୍ଚଳ ମାନଙ୍କରେ ସମସ୍ତ ମୌଳିକ ସେବା ମିଳିପାରିବ। ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ଗତକାଲି ଅପରାହ୍ନରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ବିଭିନ୍ନ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ନିକଟରେ ଜିଲ୍ଲାପାଳ ମାନଙ୍କ କର୍ମଶାଳାରୁ ମିଳିଥିବା ନିର୍ଯ୍ୟାସ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଏହି ଆପ୍ ରେ କରାଯିବ ବୋଲି ମଧ୍ୟ ଶାସନ ସଚିବ ଶ୍ରୀ ମାଥିଭାଥାନନ୍ ସୂଚନା ଦେଇଥିଲେ। ଏ…

"ଗୋଟିଏ ଆପ୍ ମାଧ୍ୟମରେ ମିଳିବ ସହରାଞ୍ଚଳର ମୌଳିକ ସେବା – ତୁରନ୍ତ ସେବା ଯୋଗାଣ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ"

୧୪ ଡେପୁଟି କମାଣ୍ଡାଣ୍ଟଙ୍କ ପଦୋନ୍ନତି

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ପଦୋନ୍ନତି କମିଟି ବୈଠକରେ ଓଡିଶା ପୁଲିସରେ କାର୍ଯ୍ୟରତ ୧୪ ଜଣ ଡେପୁଟି କମାଣ୍ଡାଣ୍ଟଙ୍କୁ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ଦିଆଯାଇଛି । ସେହିପରି କାର୍ଯ୍ୟରତ ୨ ଜଣ କମାଣ୍ଡାଣ୍ଟଙ୍କୁ ବରିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ପାଇଁ ଏହି ବିଭାଗୀୟ ପଦୋନ୍ନତି କମିଟି ଅନୁମୋଦନ କରିଛନ୍ତି । ପଦୋନ୍ଗନତି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ବେଳେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ଡିଜି କେବି ସିଂହ ସଦସ୍ୟ ଭାବେ ଉପସ୍ଥିତ ଥିଲେ ।

"୧୪ ଡେପୁଟି କମାଣ୍ଡାଣ୍ଟଙ୍କ ପଦୋନ୍ନତି"

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ସିପିଆଇର ବିକ୍ଷୋଭ

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ଦେଶରେ ବୃଦ୍ଧି ପାଉଥିବା କୃଷକ ଆତ୍ମହତ୍ୟା, ଚାଷୀକୁ ଫସଲର ଉଚିତ୍ ମୂଲ୍ୟ ଦେବାରେ କେନ୍ଦ୍ର ସରକାରଙ୍କ ପ୍ରତାରଣା ଏବଂ ଆନେ୍ଦାଳନକାରୀ କୃଷକଙ୍କୁ ବିଜେପି ଶାସିତ ରାଜ୍ୟ ସରକାରଙ୍କ ଗୁଳି କରି ହତ୍ୟା ପ୍ରତିବାଦରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି କଟକ ଜିଲ୍ଲା ଓ ନଗର କମିଟି ପକ୍ଷରୁ ଏକ ବିରାଟ ପଟୁଆର ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ସଂପାଦକ ଅମରେନ୍ଦୁ ମହାନ୍ତି, ନଗର ସଂପାଦକ ବିନୋଦ ବେହେରା, ଜିଲ୍ଲା ସହ ସଂପାଦକ ଉଦୟ କେଶରୀ ବର୍ମା, ରାଜ୍ୟ ପରିଷଦ ସଭ୍ୟ ତୈ୍ରଲୋକ୍ୟନାଥ, ରାମଚନ୍ଦ୍ର ବେହେରା, କାଳୀ ମିଶ୍ର,…

"କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ସିପିଆଇର ବିକ୍ଷୋଭ"