Home କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ : ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଡ଼କ...

ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ : ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଡ଼କ ସୁରକ୍ଷା କର୍ମଶାଳା

42

କଟକ : ୧୪-୧ (ଓଡ଼ିଆ ପୁଅ /ଅଭୟ ଜେନା) ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ସୁପ୍ରତିଭା ଆନୁକୂଲ୍ୟରେ ରେଡ଼ିଓ ହୀରାଖଣ୍ଡ, ସିଅମ,ଏବଂ ଏଫ. ପି. ଆର. ଓ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳା ରେ ବିଶିଷ୍ଟ ଶିକ୍ଷାବିତ ରାଜକିଶୋର ପଣ୍ଡା ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ମୁଖ୍ୟ ଅତିଥିଭାବେ ଏବଂ ସମ୍ପାଦକ ବିକାଶ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପଥଚାରୀ ଓ ସାଇକେଲ ଆରୋହୀ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷାର ସମସ୍ତ ନିୟମାବଳୀ, ଗୁରୁତ୍ୱପୂର୍ଣ୍ଣ ସଂକେତ ଓ ସରକାରୀ ସୁବିଧାସୁଯୋଗ ସମ୍ପର୍କ ଇ ଗୁରୁତ୍ୱପୂର୍ଣ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସ୍ୱାଗତ ଭାଷଣ ସହିତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅଂଶଗ୍ରହଣ କରିଥିବା ପ୍ରତ୍ୟେକଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ, ବିଜୟାଲକ୍ଷ୍ମୀ ସାହୁ, ଜୟଧର୍ମ ସେନାପତି,ସନ୍ତୋଷ କୁମାର ଖୁଣିଆ, ତ୍ରିନାଥ ସେଠୀ, ରଂଜିତ ଦାସ,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.