Home ଓଡ଼ିଶା କଟକରେ ଅଘଟଣ : ପୋଲ ଭୁଶୁଡ଼ି ନାବାଳିକାଛାତ୍ରୀର ଡାକ୍ତରଖାନାରେ ମୃତ୍ୟୁ

କଟକରେ ଅଘଟଣ : ପୋଲ ଭୁଶୁଡ଼ି ନାବାଳିକାଛାତ୍ରୀର ଡାକ୍ତରଖାନାରେ ମୃତ୍ୟୁ

101

କଟକ: ୩୦/୫ (ଓଡ଼ିଆ ପୁଅ/ ଅଭୟ ଜେନା) ପୁରୀଘାଟ ଥାନା କେଶରପୁର ନିକଟରେ ଆଜି ଅପରାହ୍ନରେ ପୋଲ ଭୁଶୁଡ଼ିବାରୁ ସେହିବାଟେ ଯାଉଥିବା ଜନୈକ ନାବାଳିକା ଖସି ପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ ଚିକିତ୍ସାଧୀନ ଅବସ୍ଥାରେ ବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ହେଲେ କେଶପୁର ନୂଆ ରାଉସା ପାଟଣା ଅଞ୍ଚଳର ଯୁକ୍ତ ଦୁଇ ପଢୁଥିବା ଛାତ୍ରୀ।

ପ୍ରାପ୍ତ ସୂଚନା ଅନୁଯାଇ ଆଜି ଅପରାହ୍ନରେ ନାବାଳିକା ଜଣକ ପାଇପ୍‌ ଡେଇଁ ପୋଲ ଉପରକୁ ଯାଉଥିଲେ। ଏହି ସମୟରେ ବକ୍ସ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲଟି ଭୁଶୁଡ଼ି ପଡ଼ିଥିଲା। ସେ ପୋଲ କଡ଼ରେ ଥିବା ଲୁହା ପାଇପ୍‌ରେ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଭାବେ ପ୍ରଥମେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ଏହି ଅଭାବନୀୟ ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଜାଇକା କର୍ତ୍ତୃପକ୍ଷ ପହଂଚି ନଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ବିଫଳ ହେବାରୁ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବାପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.