Home Top News ବରଯାତ୍ରୀରେ ବନ୍ଧୁକ ଦେଖାଇ ନାଚିବା ପଡ଼ିଲା ମହଙ୍ଗା, ଜେଲ ଗଲେ ଦୁଇ ଯୁବକ

ବରଯାତ୍ରୀରେ ବନ୍ଧୁକ ଦେଖାଇ ନାଚିବା ପଡ଼ିଲା ମହଙ୍ଗା, ଜେଲ ଗଲେ ଦୁଇ ଯୁବକ

71

କଟକ, ୨୩/୨ (ଓଡ଼ିଆ ପୁଅ /ଅଭୟ ଜେନା) ବାହାଘର ବରଯାତ୍ରୀରେ ବନ୍ଧୁକ ଦେଖାଇ ସୋ ବାଜି କରିବା ପଡିଲା ମହଙ୍ଗା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଦାମ ବାଡ଼ି ଥାନା ପୋଲିସ।

ଗତକାଲି କଟକ ଶଙ୍କର ପୁରରୁ ଏଲ ଆଇସି କଲୋନୀକୁ ଏକ ବରଯାତ୍ରୀ ଦଳ ଆସୁଥିବା ବେଳେ ଜଣେ ଯୁବକ ଏକ ଗୁଳି ଭରା ପିସ୍ତଲ ଧରି ନାଚିଥିଲେ। ଏହି ଘଟଣା ସମ୍ପର୍କରେ ବାଦାମ ବାଡ଼ି ଥାନା ପୋଲିସ ଖବର ପାଇବା ମାତ୍ରେ ତୁରନ୍ତ ଏସ ଆଇ ଜଗନ୍ନାଥ ସାହୁଙ୍କ ନେତୃତ୍ୱ ରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ବନ୍ଧୁକ ଧାରି ଯୁବକ ସନ୍ଦୀପ ପାତ୍ରଙ୍କୁ ଆଣି ଅଟକ ରଖି ପଚରା ଉଚୁରା କରିଥିଲା ପୋଲିସ। ଏହାପରେ ଏହି ବନ୍ଧୁକର ପ୍ରକୃତ ମାଲିକଙ୍କ ସମ୍ପର୍କରେ ସୂଚନା ମିଳିଥିଲା ପୋଲିସକୁ। ବନ୍ଧୁକ ଧରି ନାଚୁଥିବା ଯୁବକ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁକ ଆଣି ପତିଆରା ଦେଖାଇବା ପାଇଁ ଚେଷ୍ଟା କରୁଥିବା କଥା ସାମ୍ନାକୁ ଆସିଥିଲା। ସେପଟେ ବନ୍ଧୁକର ପ୍ରକୃତ ମାଲିକ ପ୍ରଶାନ୍ତ ଗିରିଙ୍କର ଘର ଭଦ୍ରକ ଜିଲ୍ଲାର ବନ୍ତ ଅଞ୍ଚଳର ହୋଇଥିବା ବେଳେ ବନ୍ଧୁକର ଲାଇସେନ୍ସ ରହିଥିଲା। କିନ୍ତୁ ସର୍ବ ସମ୍ମୁଖରେ ଏପରି ଭାବରେ ଅତି ବେଫରୁଆ ଭାବରେ ବନ୍ଧୁକକୁ ସର୍ବ ସମ୍ମୁଖ ଦେଖାଇ ନାଚିବା ଏକ ଅପରାଧ। ତେଣୁ ଆର୍ମ ଆକ୍ଟ ରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ବ୍ୟବହୃତ ମାଉଜର୍ ଓ ଚାରୋଟି ଜୀବନ୍ତ ଗୁଳି କୁ ମଧ୍ୟ ଜବତ କରାଯାଇଛି।ଅନ୍ୟପଟେ କେଉଁ ପରିସ୍ଥିତିରେ ପ୍ରଶାନ୍ତ ଗିରିଙ୍କୁ ବନ୍ଧୁକ ର ଲାଇସେନ୍ସ ମିଳିଥିଲା ତାହାର ତଦନ୍ତ କରାଯାଉଥିବା କଥା କହିଛନ୍ତି ଜୋନ୍ ୬ ଏ ସି ପି ଅମରେନ୍ଦ୍ର ପଣ୍ଡା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.