Home Top News ତାଳଦଣ୍ଡା କେନାଲ ମଧ୍ୟ୍ୟକୁ ଖସି ପଡିଲା କାର, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ତାଳଦଣ୍ଡା କେନାଲ ମଧ୍ୟ୍ୟକୁ ଖସି ପଡିଲା କାର, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

81

କଟକ ୨୯-୫ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜି ଦିନ ପ୍ରାୟ ୧.୧୦ ସମୟରେ ନିଜ ଘରକୁ ଫେରୁଥିଲେ କନ୍ଦରପୁର ନିବାସୀ ଜ୍ଞାନ ରଂଜନ ଜେନା। ନିଜ ପତ୍ନୀଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତରୀ ପରାମର୍ଶ କରିବାକୁ ଯାଇଥିଲେ। ଡାକ୍ତରଖାନାରୁ ଘରକୁ ଫେରୁଥିଲେ ଉଭୟ ସ୍ୱାମୀ ସ୍ତ୍ରୀ। ନିଜ ଭିତରେ ଖୁସି ଗପରେ ଦୁହେଁ ମସଗୁଲ ରହି ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ଦେଇ ଘରଆଡ଼କୁ ଗଡି ଚାଲିଥିଲା ତାଙ୍କର କାର। ହେଲେ କଟକ କନ୍ଦରପୁର ନିକଟରେ ଛକି ବସିଥିଲା ମୃତ୍ୟୁ। କନ୍ଦରପୁର ନିକଟରେ ନିର୍ମାଣାଧୀନ ରାସ୍ତାରେ ଗାଡ଼ି ଆଗକୁ ନଯାଇ ପାରିବାରୁ ଗାଡିକୁ ବୁଲାଇ ଘରକୁ ଫେରିବାକୁ ଭାବିଥିଲେ ଜ୍ଞାନ। ହେଲେ ଗାଡି ପଛୁଆ ଗଲାବେଳେ ମାଟି ଧସି କେନାଲ ଭିତରକୁ ଗଳି ପଡିଥିଲା କାର। ଗାଡି ଓଲଟି ପଡିବାରୁ ଜ୍ଞାନ ଗାଡିରୁ ନବାହାରି ପାରି ନାଳପାଣି ପିଇଦେଇଥିଲେ। ସ୍ଥାନୀୟ ବାସିନ୍ଦା ତଥା ମଧୁପାଟଣା ଥାନା ତରଫରୁ ଉଦ୍ଧାର କରି ଏସ ସିବି କୁ ପଠାଇଥିଲେ। ହେଲେ ଏସ ସି ବି ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀର୍ଘ ଦିନ ଧରି ଚାଲିଛି କେନାଲ ବନ୍ଧ ରାସ୍ତାକାମ। ନା ରହିଛି ସୂଚନା ଫଳକ। ନା ନିର୍ମାଣାଧୀନ ରାସ୍ତା ପାର୍ଶ୍ଵକୁ ବାରିକେଡ ଦ୍ୱାରା ବନ୍ଦ କରାଯାଇଛି। ନିର୍ମାଣ କାରୀ ସଂସ୍ଥା ପକ୍ଷରୁ ନିଆଯାଇନାହିଁ କୌଣସି ସୁରକ୍ଷା ପଦକ୍ଷେପ। ବେପରୁଆ ଭବାରେ ନିର୍ମାଣ କାମ ଜାରି ରହିଥିବା ବେଳେ ଧନ ଜୀବନ କ୍ଷତି ହୋଇ ଚାଲିଛି। ନା ଅଛି କାଯ୍ୟାନୁଷ୍ଠାନ ନା କରାଯାଉଛି ପ୍ରତିକାର। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ତେବେ ଆଜି ବିଧାୟକ ସୌଭିକ ବିଶ୍ବାଳଙ୍କ ତତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚୌଦ୍ଵାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.