Home ଓଡ଼ିଶା ଆଜିଠୁ ଶ୍ରଦ୍ଧାଳୁମାନେ ଅସ୍ଥାୟୀ ରାସ୍ତାରେ ପୀଠକୁ ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିବେ

ଆଜିଠୁ ଶ୍ରଦ୍ଧାଳୁମାନେ ଅସ୍ଥାୟୀ ରାସ୍ତାରେ ପୀଠକୁ ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିବେ

51

କଟକ : ୧୧/୧ (ଓଡ଼ିଆ ପୁଅ /ଅଭୟ ଜେନା) ଆଜିଠାରୁ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବାବାଧବଳେଶ୍ୱରଙ୍କ ପୀଠ। ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ଅନୁମତି ଦେଇଛନ୍ତି। ମହାନଦୀରେ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଶେଷ ହେବାପରେ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିବେ।

ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ମାତ୍ର ନିର୍ମାଣଧୀନ ଅସ୍ଥାୟୀ ରାସ୍ତାକାମ ସରିଥିବାରୁ ପ୍ରଶାସନ ଯାତାୟାତ ଅନୁମତି ଦେଇଛନ୍ତି। ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠାଦେଇ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ଝୁଲାପୋଲ ଅସୁରକ୍ଷିତ ଥିବାରୁ ଯାତାୟାତ କୁ ପ୍ରଶାସନ ବନ୍ଦ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.