Home Top News ମହାନଦୀରେ ସିଂହନାଥ ପୀଠରେ ଦଳାଚକଟା, ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ମହାନଦୀରେ ସିଂହନାଥ ପୀଠରେ ଦଳାଚକଟା, ଜଣେ ମୃତ, ୨୦ରୁ ଅଧିକ ଗୁରୁତର

58

କଟକ : ୧୪/୧ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ମହାନଦୀ ଟି ସେତୁ ଦେଇ ସିଂହନାଥ ପୀଠ କୁ ଯିବା ବେଳେ ବ୍ରିଜ ଉପରେ ଦଳାଚକଟା ଘଟିଛି। ସେତୁ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ଯୋଗୁ ଜଣେ ମହିଳା ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ, ଦଳା ଚକଟାରେ ୨୦ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିବା ସୂଚନା ସୂଚନା ମିଳିଛି। ଆଜି ମକର ସଂକ୍ରାନ୍ତି ଥିବାରୁ ପୀଠରେ ପ୍ରବଳ ଭିଡ଼ ହୋଇଥିଲା। ଗତ କିଛି ଦିନ ତଳେ ଏହି ବ୍ରିଜକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଆଜି ମକର ସଂକ୍ରାନ୍ତିରେ ପ୍ରବଳ ଜନସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଅସମ୍ଭାଳ ହେବାରୁ କିଛି ଲୋକେ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି। ଫଳରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ, ଅନେକଙ୍କ ଗୋଡ଼ ଭାଙ୍ଗିଥିବା ଅନୁମାନ କରାଯାଉଛି।

ବଡ଼ମ୍ବା ର ବୈଦେଶ୍ଵର ନିକଟରେ ମହାନଦୀ ଉପରେ ଥିବା ଏହି ସେତୁ ଉପରେ ପ୍ରଶାସନିକ କଟକଣା ନଥିବରୁ ହଠାତ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି. ପ୍ରାପ୍ତ ସୂଚନା ଅନୁଯାଇ ମୁଖ୍ୟମନ୍ତ୍ରୀ ଏହି ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ସହ ଆହତ ମାନଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.