Home Top News ଆଗାମୀ ଏପ୍ରିଲ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

ଆଗାମୀ ଏପ୍ରିଲ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

100

କଟକ, ୨୨/୩ (ଓଡ଼ିଆ ପୁଅ/ ଅଭୟ ଜେନା) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଗାମୀ ଏପ୍ରିଲ ୩ ତାରିଖ ଦିନ ୧୦ ଟାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏ ସମ୍ପର୍କରେ ସମ୍ପାଦକ ସୂଚନା ଦେଇଛନ୍ତି। ୧୨ ଦିନ ମଧ୍ୟରେ ସମସ୍ତ ବିଷୟରେ ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଖାତା ପହଞ୍ଚିବା ଦିନଠାରୁ ଖାତା ଦେଖା ଶେଷ ହେବା ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲା ପ୍ରଶାସନ ସହ ଏ ଦିଗରେ ଆଲୋଚନା କାରାଯାଇ ବୋର୍ଡକୁ ଜଣାଇବାକୁ ଚିଠି ମାଧ୍ୟମରେ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି। ଖାତା ଦେଖିବା ପାଇଁ ନିୟୋଜିତ ଶିକ୍ଷକମାନଙ୍କର ତାଲିକା ବୋର୍ଡ ୱେବସାଇଟରେ ମିଳିପାରିବ। ତେଣୁ ନିୟୋଜିତ ହେବାକୁ ଥିବା ଶିକ୍ଷକମାନେ ମାର୍ଚ୍ଚ ୨ ତାରିଖ ଦିନ ୧୦ ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବା ନିମନ୍ତେ କୁହାଯାଇଛି। ଆଗାମୀ ଏପ୍ରିଲ ୨ ତାରିଖ ଅପରାହ୍ଣ ୨ଟାରେ ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ବୈଠକ କରାଯାଇ ଆବଶ୍ୟକ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.