Home କଟକ ପୁଅକୁ ପାଇବା ପାଇଁ ଥାନା ସମ୍ମୁଖରେ ମା’ ର ଧାରଣା

ପୁଅକୁ ପାଇବା ପାଇଁ ଥାନା ସମ୍ମୁଖରେ ମା’ ର ଧାରଣା

76

କଟକ, ୨୮/୨ (ଓଡ଼ିଆ ପୁଅ /ଅଭୟ ଜେନା) ପୁଅକୁ ଫେରି ପାଇବା ସହ ଉପଯୁକ୍ତ ନ୍ୟାୟ ପାଇଁ ମହିଳାଙ୍କ ଥାନା ସମ୍ମୁଖରେ ଜଣେ ମହିଳା ଧାରଣା ଦେଇଛନ୍ତି। ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରୁ। ମହିଳା ଜଣକ ହେଲେ ସାଲେପୁର ଥାନା ମିର୍ଜାପୁର ପଂଚାୟତ ଧର୍ମାଗତପୁର ଗ୍ରାମର ଦେବେନ୍ଦ୍ର ଭୂୟାଁଙ୍କ ପତ୍ନୀ ଗୋଲାପ ମଞ୍ଜରୀ ଭୂୟାଁ। ଗୋଲାପ ମଞ୍ଜରୀ ଭୂୟାଁଙ୍କ ପୁଅ ସରୋଜ କୁମାର ଭୂୟାଁ ଦୀର୍ଘ ୫ ବର୍ଷ ହେବ ସ୍ଥାନୀୟ ମହମ୍ମଦ ୱାସିଦ ନାମକ ଜଣେ ଦଲାଲ ମାଧ୍ୟମରେ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଏ ନେଇ ଗୋଲାପ ମଞ୍ଜରୀ ସାଲେପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ କୌଣସି କଥାକୁ ଶୁଣିନଥିଲେ। ପରେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମାନବାଧିକାର କମିଶନ, ଏସପି, ଡିଜିପି କାର୍ଯ୍ୟାଳୟ କଟକ, ଜିଲ୍ଲାପାଳ କଟକ, ତହସିଲଦାର ସାଲେପୁରଙ୍କୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ମହିଳା ଜଣଙ୍କ ଗାନ୍ଧିଜୀଙ୍କ ଫଟୋ ଧରି ସାଲେପୁର ଥାନା ସମ୍ମୁଖରେ ଧାରଣା ଦେବାପରେ ସାଲେପୁର ଏସଡ଼ିପିଓ ଥାନାରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଏକ ଟିମ ଗଠନ କରାଯାଇ ମାର୍ଚ୍ଚ ମାସ ୧୫ ତାରିଖ ସୁଦ୍ଧା ପୁଅର ଅନୁସନ୍ଧାନ କରାଯିବାପାଇଁ ନିର୍ଭର ପ୍ରତିଶୃତି ଦେବାପରେ ଧାରଣାରୁ ମହିଳା ଜଣକ ଓହରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.