ମାଓବାଦୀ ପ୍ରତିଷ୍ଠା ଦିବସରେ ଏସଆର କମ୍ପାନୀର ପାଇପଲାଇନକୁ ବିସ୍ପୋରଣ କରି ଉଡାଇଲେ

ମାଲକାନଗିରି,୨୨-୯ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବିଚିନ୍ନାଚଂଳରେ ପୁଣି ମାତି ଉଠିଛନ୍ତି ମାଓବାଦୀ, ମାଓବାଦୀଙ୍କ ପ୍ରତିଷ୍ଠା ଦିବସ ଅବସରରେ ଏକ ହିସାଂକାଣ୍ଡ ଘଟାଇ ପୁଲିସର ମୁଣ୍ଡବଥା ଆରମ୍ଭ କରିଦେଇଛନ୍ତି। ବିଛିନ୍ନାଚଂଳ ରାଲେଗଡା ପଚାଂୟତସ୍ଥ ପଲଙ୍କରାଇ ଗାଁ ନିକଟ ଦେଇ ଏସଆର କମ୍ପାନୀର ଯାଇଥିବା ପାଇପ ଲାଇନକୁ ଲ୍ୟାଣ୍ଡମାଇନ ଲଗାଇ ମାଓବାଦୀ ମାନେ ବିଷ୍ପୋରଣରେ ନଷ୍ଟ କରି ଦେଇଛନ୍ତି। ଛତିଶଗଡ ରାଜ୍ୟ ବଇଲାଡିଲା ଠାରୁ ଏସଆର କମ୍ପୀନୀର ଆଇରନ କୋର ମାଟିତଳେ ପାଇପଲାଇନ ଯୋଗେ ମାଲକାନଗିରି ଚିତ୍ରକୋଣ୍ଡା ହୋଇ ଆନ୍ଦ୍ରପ୍ରେଦଶ କୁ ଚାଲାଣ ହୋଇଥାଏ। ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ଦୀର୍ଘ ୪୦ କିମି ବ୍ୟାପି ଏହି ପାଇପ ଲାଇନ ବିଛା ଯାଇଛି। ଗୁରୁବାର ଦିନ ମାଓବାଦୀଙ୍କ ପ୍ରତିଷ୍ଠା ଦିବସ…

"ମାଓବାଦୀ ପ୍ରତିଷ୍ଠା ଦିବସରେ ଏସଆର କମ୍ପାନୀର ପାଇପଲାଇନକୁ ବିସ୍ପୋରଣ କରି ଉଡାଇଲେ"

ଧର୍ମଶାଳା ବିଧାୟକଙ୍କ ଦ୍ୱାରା ତେଜ୍ ହୋଣ୍ଡା ସୋରୁମ ଉଦଘାଟିତ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଜାରକା ଠାରେ ତେଜ୍ ହୋଣ୍ଡାର ନୂତନ ସୋରୁମକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତେଜ୍ ହୋଣ୍ଡା ସୋରୁମର ପ୍ରୋପାଇଟର ରାକେଶ ରାଉତ,ଧର୍ମଶାଳା ବ୍ଲକର ପୂବର୍ତ୍ତନ ଉପାଧ୍ୟକ୍ଷ ଜଳଧର ମହାନ୍ତି,ଜାରକା ସରପଂଚ ବିଭୁତି ପାଣିଗ୍ରାହୀ ସମେତ ବହୁ ବିଶିଷ୍ଟ ଉପସ୍ଥିତ ଥିଲେ

"ଧର୍ମଶାଳା ବିଧାୟକଙ୍କ ଦ୍ୱାରା ତେଜ୍ ହୋଣ୍ଡା ସୋରୁମ ଉଦଘାଟିତ"

ଖଣି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା – ଆବଶ୍ୟକୀୟ ଅନୁମତି ଓ ଅନୁମୋଦନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୧-୯-୧୭ (ଓଡ଼ିଆ ପୁଅ) ନିଲାମ ହୋଇଥିବା ଖଣି ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ନିମନ୍ତେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ ସହାୟକ କମିଟିର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ନିଲାମ ହୋଇଥିବା ୫ଟି ଖଣି ବ୍ଲକ୍ ଗୁଡିକର ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା ଖଣି ଗୁଡିକ ନିମନ୍ତେ ଆବଶ୍ୟକୀୟ ଅନୁମୋଦନ ଓ ଅନୁମତି ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ତଦନୁଯାୟୀ ପଦକ୍ଷେପ ସ୍ଥିର…

"ଖଣି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା – ଆବଶ୍ୟକୀୟ ଅନୁମତି ଓ ଅନୁମୋଦନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ"

TRAI କମ କଲା ଇଣ୍ଟରକନେକ୍ସନ ଚାର୍ଜ ୧ ଅକ୍ଟୋବରରୁ କମ ହୋଇପାରେ କଲ ରେଟ

ନୂଆଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ୧ ଅକ୍ଟୋବରରୁ ମୋବାଇଲ ରେ କଥା ହେବା ଆପଣଙ୍କ ପାଇଁ ଆହୁରି ଶସ୍ତା ହୋଇପାରେ। ଟେଲିକମ ନିୟାମକ ଟ୍ରାଇ ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ (ଆଇୟୁସି) ୧୪ ପଇସା ପ୍ରତି ମିନଟରୁ କମ କରି ୬ ପଇସା ପ୍ରତି ମିନଟ କରିଛି। ୧ ଅକ୍ଟୋବରରୁ ଏହା ଲାଗୁ ହେବ ଏବଂ ଏହି ନୂଆ ଚାର୍ଜ ୧ ଜାନୁଆରୀରୁ ପୂରା ଉଠିଯିବ। ଟ୍ରାଉର ଏହି ଫଇସଲା ପରେ ମୋବାଇଲ କଲ ଦରରେ ଆହୁରି କମ ହୋଇପାରେ। ଆଇୟୁସି ଚାର୍ଜ କଣ? ଆଇୟୁସି ଚାର୍ଜ ହେଉଛି ଏକ ମୋବାଇଲ ସର୍ଭିସ ପ୍ରୋଭାଇଡର ଅନ୍ୟ ଏକ ସର୍ଭିସ୍ ପ୍ରୋଭାଇଡର ଯାହାର ନେଟୱର୍କ ଉପରେ କୌଣସି କଲକୁ…

"TRAI କମ କଲା ଇଣ୍ଟରକନେକ୍ସନ ଚାର୍ଜ ୧ ଅକ୍ଟୋବରରୁ କମ ହୋଇପାରେ କଲ ରେଟ"

ପାରାଦୀପ ତୈଳ ବିଶୋଧନାଗାର ଟିକସ ବାବଦରେ ପ୍ରଥମ କିସ୍ତିରେ ରାଜ୍ୟ ତହବିଲକୁ ଆସିଲା ୨୯୩୫ କୋଟି ଟଙ୍କା

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲା ବିଜେପି – କୃଷି ଋଣ ଛାଡ ଓ ରାଜ୍ୟରେ  ମହିଳା ମାନଙ୍କର ଅସମ୍ମାନଜନକ ପ୍ରସବକୁ ରୋକିବା ପାଇଁ ଏହି ଅର୍ଥକୁ ବ୍ୟୟ କରା ଯିବାକୁ ଦାବି ଭୁୁବନେଶ୍ୱର, ତା.୧୯/୦୯: ପାରାଦୀପ ରିଫାଇନାରୀର ରାଜ୍ୟ ସରକାରଙ୍କୁ ଟିକସ ବାବଦରେ ୨୯୩୫ କୋଟି ଟଙ୍କା ରାଜ୍ୟ ତହବିଲକୁ ଆସିଥିବା ପରିପ୍ରେକ୍ଷୀରେ ବିଜେପି ତରଫରୁ ଖୁସି ବ୍ୟକ୍ତ କରା ଯାଇଛି। ଏତେ ଅଧିକ ଅର୍ଥ ରାଜ୍ୟ ତହବିଲକୁ  ଆସିଥିବା ପରିପ୍ରେକ୍ଷୀରେ କୃଷି ଋଣ ଛାଡ ଓ ରାଜ୍ୟରେ  ମହିଳା ମାନଙ୍କର ଅସମ୍ମାନଜନକ ପ୍ରସବକୁ ରୋକିବା ପାଇଁ ଏହି ଅର୍ଥକୁ ବ୍ୟୟ କରା ଯିବାକୁ ବିଜେପି…

"ପାରାଦୀପ ତୈଳ ବିଶୋଧନାଗାର ଟିକସ ବାବଦରେ ପ୍ରଥମ କିସ୍ତିରେ ରାଜ୍ୟ ତହବିଲକୁ ଆସିଲା ୨୯୩୫ କୋଟି ଟଙ୍କା"

ଓଟିଏମ୍ ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି

ଭୁବନେଶ୍ୱର, ୧୬ା୯ (ଓଡ଼ିଆ ପୁଅ): ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାର ଠାରେ ସ୍ଥାପିତ ହୋଇଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍ )ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରୋକ୍ ଠୋକ୍ ଭାବରେ ଏହି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାରରେ କେବେ ଓଟିଏମ୍ ପ୍ରତିଷ୍ଠା କରାଯାଇଥିଲା, ଏହା କେବେ ସରକାର ହାତକୁ ନେଲେ ଏବଂ କେବେଠାରୁ ଏହାକୁ ସରକାର ବନ୍ଦ କରିଛନ୍ତି, ଏହି କାରଖାନାରେ କେତେ କର୍ମଚାରୀ ଓ ଶ୍ରମିକ କାମ କରୁଥିଲେ ଏବଂ ଏଯାବତ୍ ଏମାନଙ୍କର…

"ଓଟିଏମ୍ ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି"

ବିଜୁବାବୁଙ୍କ ବଡ଼ବିଲ ଲୁହା କାରଖାନା ବନ୍ଦ : କର୍ମଚାରୀ ନେଉଛନ୍ତି ମାସକୁ ୮୮ ଲକ୍ଷ ଟଙ୍କାର ଦରମା

ଭୁବନେଶ୍ୱର, ୧୫ା୯(ଓଡ଼ିଆ ପୁଅ): : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ କେନ୍ଦୁଝର ଜିଲ୍ଲାର ବଡ଼ବିଲଠାରେ ୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ଲୁହା କାରଖାନାର ଉତ୍ପାଦନ ୨୦୧୫ ମସିହାରୁ ବନ୍ଦ ହୋଇ ରହିଛି। ଏବେ ଏହି କାରଖାନାର ୨୨୨ ଜଣ କର୍ମଚାରୀ ସେମାନଙ୍କ ଦରମା ବାବଦରେ ମାସକୁ ହାରାହାରି ୮୮ ଲକ୍ଷ ଟଙ୍କା ପାଉଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ମାସିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ କେନ୍ଦୁଝର…

"ବିଜୁବାବୁଙ୍କ ବଡ଼ବିଲ ଲୁହା କାରଖାନା ବନ୍ଦ : କର୍ମଚାରୀ ନେଉଛନ୍ତି ମାସକୁ ୮୮ ଲକ୍ଷ ଟଙ୍କାର ଦରମା"

୧୭ ରାଜ୍ୟର ୨୨୫ ଜିଲ୍ଲାରେ ମରୁଡି ସତର୍କତା ଜାରି ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଭୁଲ ତଥ୍ୟ ଉପରେ ଆଧାରିତ : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ନିକଟରେ ଦେଶର ୧୭ ରାଜ୍ୟର ୨୨୫ ଜିଲ୍ଳାରେ ମରୁଡି ସତର୍କତା ଜାରି ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଭୁଲ ତଥ୍ୟ ଉପରେ ଆଧାରିତ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟଗୁଡିକର କୃଷି ପରିସ୍ଥିତି ନେଇ ନିୟମିତ ଅନୁଧ୍ୟାନ କରୁଛନ୍ତି। ଚଳିତ ମୌସୁମୀ ଋତୁରେ, ମୌସୁମୀ ବର୍ଷା ସ୍ୱଭାବିକ ରହିଛି। ୧୦. ୦୯. ୨୦୧୭ ସୁଦ୍ଧା ସ୍ୱଭାବିକ ୭୮୨.୨ମିମି ବର୍ଷା ହେବା ବଦଳରେ ୭୩୮.୮ମିମି ବର୍ଷା ହୋଇଛି। ସାରାଦେଶରେ ମୋଟାମୋଟି ସ୍ୱଭାବିକ ବର୍ଷା ହୋଇଛି (-୬%)। ଦେଶରେ ମୌସୁମୀ ଋତୁ ୧ ଜୁନରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଧରାଯାଏ। ଅନେକ ରାଜ୍ୟ, ବିଶେଷକରି ଉତର ପୂର୍ବାଚଂଳ ରାଜ୍ୟରେ ଅଧିକ…

"୧୭ ରାଜ୍ୟର ୨୨୫ ଜିଲ୍ଲାରେ ମରୁଡି ସତର୍କତା ଜାରି ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଭୁଲ ତଥ୍ୟ ଉପରେ ଆଧାରିତ : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ"

ଖଣି ସମୃଦ୍ଧ ଜିଲ୍ଲାର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବିଭିନ୍ନ ବିଭାଗ ସହ ସମନ୍ଵୟ ରଖି ବିକାଶ ଯୋଜନା କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ District Mineral Foundation Trust ପାଣ୍ଠିର ବିନିଯୋଗରେ ଖଣି ସମୃଦ୍ଧ ମୁଖ୍ୟତଃ ଆଠଟି ଜିଲ୍ଲା ମାନଙ୍କର ବିକାଶ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଖଣି କାର୍ଯ୍ୟ ଦ୍ବାରା ଖଣି ସନ୍ନିକଟ ଅଞ୍ଚଳର ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେଉଥିବାକୁ ଏହାର ବିକାଶ ତଥା ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ DMF ପାଣ୍ଠିରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ମୁଖ୍ୟତଃ ସଂପୃକ୍ତ ଅଂଚଳରେ ପାନୀୟ ଜଳ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ଗୃହନିର୍ମାଣ ତଥା ମହିଳା ଓ ଶିଶୁ ମାନଙ୍କ କଲ୍ୟାଣ ଉପରେ…

"ଖଣି ସମୃଦ୍ଧ ଜିଲ୍ଲାର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବିଭିନ୍ନ ବିଭାଗ ସହ ସମନ୍ଵୟ ରଖି ବିକାଶ ଯୋଜନା କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ"

ମନି ଲଣ୍ଡରିଂ: ଦେଶରୁ ୪୨୪ କୋଟି ଟଙ୍କା ବାହରକୁ ପଠାଇଥିଲେ ୧୯ କମ୍ପାନୀଙ୍କ ବିରୁଦ୍ଧରେ CBI ରେ ମାମଲା ରୁଜୁ ହେଲା

ନୂଆଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ସି.ବି.ଆଇ. ୧୯ଟି କମ୍ପାନୀ ବିରୁଦ୍ଧରେ କେସ ଫାଇଲ୍ କରିଛି। ଯେଉଁମାନେ ୭୦୦ ଟ୍ରାଂଜେକ୍ସନ ଜରିଆରେ ବିଦେଶୀ ମୁଦ୍ରାରେ ୪୨୪ କୋଟି ଟଙ୍କା ଦେଶରୁ ବାହରକୁ ପଠାଇଛନ୍ତି। ସି.ବି.ଆଇ. ଅନୁଯାୟୀ, ଏହି ମାମଲା ମନି ଲଣ୍ଡରିଂ ହୋଇଥାଇ ପାରେ କାରଣ ଶେଲ କମ୍ପାନୀଙ୍କ ଜରିଆରେ ଏହାକୁ ପଠାଯାଇଥିଲା।   ସି.ବି.ଆଇ.ଦ୍ୱାରା ରୁଜୁ କରାଯାଇଥିବା ଏଫଆଇଆରରେ କୁହାଯାଇଛି ୨୦୧୫ରେ ଚେନ୍ନାଇର ପଂଜାବ ନେସନଲ ବ୍ୟାଙ୍କର ମିଣ୍ଟ ଷ୍ଟ୍ରିଟ ବ୍ରାଞ୍ଚରେ କିଛି ଅଜ୍ଞାତ ଅଧିକାରୀ ଏହି ଆରୋପୀ କମ୍ପାନୀମାନଙ୍କ ସହିତ ମିଶିକରି ଏହି ଆଇନ୍ ବିରୁଦ୍ଧ ଟ୍ରାଂଜାକ୍ସନ କରିବା ପାଇଁ ସାହାଯ୍ୟ କରିଥିଲେ।   ଏହି ସବୁ କମ୍ପାନୀଗୁଡ଼କର ଖାତା ଏହି ଶାଖାରେ ଥିଲା।…

"ମନି ଲଣ୍ଡରିଂ: ଦେଶରୁ ୪୨୪ କୋଟି ଟଙ୍କା ବାହରକୁ ପଠାଇଥିଲେ ୧୯ କମ୍ପାନୀଙ୍କ ବିରୁଦ୍ଧରେ CBI ରେ ମାମଲା ରୁଜୁ ହେଲା"