Home Top News ବ୍ରେକିଂ ନ୍ୟୁଜ୍: ନୂଆ ଜଗନ୍ନାଥ ସଡ଼କ ହେବ ଜାତୀୟ ରାଜପଥ

ବ୍ରେକିଂ ନ୍ୟୁଜ୍: ନୂଆ ଜଗନ୍ନାଥ ସଡ଼କ ହେବ ଜାତୀୟ ରାଜପଥ

161

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୀର୍ଘ ଦିନର ଦାବୀ ହେବ ପୂରଣ। ରାମେଶ୍ୱର – ନିରାକାରପୁର – ଚନ୍ଦନପୁର ନୂଆ ଜଗନ୍ନାଥ ସଡ଼କ ପାଇବ ଜାତୀୟ ରାଜପଥର ମାନ୍ୟତା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଅଧ୍ୟକ୍ଷ ଡ. ସମ୍ବିତ ପାତ୍ରଙ୍କ ଅନୁରୋଧକୁ ଗ୍ରହଣ କରି ତଥା ପ୍ରକଳ୍ପର ଗୁରୁତ୍ୱ ଏବଂ ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥର ମାନ୍ୟତା ପାଇବାର ଆବଶ୍ୟକତାକୁ ଅନୁଭବ କରି ଗଡ଼କରୀ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଦକ୍ଷିଣ ଓ ଦକ୍ଷିଣ – ପଶ୍ଚିମ ଓଡ଼ିଶା ପର୍ଯ୍ୟଟକ, ଶ୍ରଦ୍ଧାଳୁ ତଥା ବ୍ୟବସାୟ ବାଣିଜ୍ୟ ଦିଗରେ ଏହା ଖୁବ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।ଅନୁରୋଧ ରକ୍ଷା କରି ରାମେଶ୍ୱର – ନିରାକାରପୁର – ଚନ୍ଦନପୁର ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥରେ ସାମିଲ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡା. ସମ୍ବିତ ପାତ୍ର।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.