Home Top News ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ନୂଆ ଘର କରିବାକୁ ଚାହୁଁଥିଲେ ମିଳିବ ସବ୍‌ସିଡି

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ନୂଆ ଘର କରିବାକୁ ଚାହୁଁଥିଲେ ମିଳିବ ସବ୍‌ସିଡି

122

ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର। ନୂଆ ଘର କରିବାକୁ ଋଣ କରିବାକୁ ଚାହୁଁଥିଲେ ସରକାର ଦେବେ ସବ୍‌ସିଡି। ଏ’ନେଇ ଗୃହ ନିର୍ମାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନୂତନ ଗୃହଋଣ ନେଇ ମୋଡାଲିଟି ଚୂଡାନ୍ତ ହୋଇଛି। ସହରୀ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହା କରାଯାଇଥିବା ଜଣାପଡ଼ିଛି। ଗୃହ ଋଣ ପାଇଁ ସରକାର ନୂତନ ସୁଧ ସବସିଡି ଯୋଜନା ଆରମ୍ଭ କରିବେ। ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସରେ ତାଙ୍କର ଅଭିଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ‘ମଧ୍ୟବିତ୍ତ ପରିବାର ଲୋକେ ନିଜ ଘର ଖଣ୍ଡିଏ କିଣିବାକୁ ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ ଆମେ ଆଗାମୀ ବର୍ଷରେ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛୁ। ଯାହାଫଳରେ ମଧ୍ୟବିତ୍ତ ପରିବାରର ଲୋକେ ଉପକୃତ ହୋଇପାରିବେ। ସେହିପରି ଯେଉଁ ମଧ୍ୟବିତ୍ତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ। ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ। ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନୂତନ ଯୋଜନାର ଲକ୍ଷ୍ୟ ହେଉଛି PM Awas Yojanaର ସମ୍ପ୍ରସାରଣ କରିବା। ନୂତନ ଯୋଜନାରେ ସୁଧ ସବସିଡି ପାଇବାର ଯୋଗ୍ୟତା ବୃଦ୍ଧି ପାଇଁ ଏହି ଲକ୍ଷ୍ୟ ରଖାଯାଇଛି।
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.